ଜିଓ ମାଲିକିଆଣୀଙ୍କ ଜୀବନଚର୍ଯ୍ୟା ! ଦିନକୁ ଖର୍ଚ୍ଚ କରୁଥିଲେ ମାତ୍ର ପାଂଚ ଟଙ୍କା

124

ବିଶ୍ୱର ଧନୀ ତାଲିକାର ସବୁଠାରୁ ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ ଏକମାତ୍ର ଉତ୍ତରାଧିକାରୀ ତନୟା ହେଲେ ଇଶା ଅମ୍ବାନୀ । ଯିଏ କି ରହୁଛନ୍ତି ଭାରତର ସବୁଠାରୁ ମହଙ୍ଗା ଘରମାନଙ୍କ ମଧ୍ୟରୁ ଗୋଟିଏରେ । ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରକୁ ପଦାର୍ପଣ କରିଥିବା ଯୁବାପିଢୀଙ୍କ ମଧ୍ୟରେ ଯେଉଁ କେତେଜଣଙ୍କ ନାଁ ଶୁଣାଯାଏ ସେହି ତଲିକାରେ ମଧ୍ୟ ଇଶାଙ୍କ ନାଁ ଯୋଡି ହୋଇ ସାରିଛି ।

ଇଶାଙ୍କ ଜନ୍ମ ୧୯୯୧ରେ ମୁମ୍ବାଇରେ ହୋଇଥିଲା । ଏବେ ତାଙ୍କୁ ୨୫ ବର୍ଷ ବୟସ । ଇଶା ତାଙ୍କ ମାଆ ନିତା ଅମ୍ବାନୀଙ୍କୁ ଅନୁସରଣ କରନ୍ତି । କିନ୍ତୁ ସେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଯେତେବେଳେ ଇଶା ସ୍କୁଲରେ ପାଠପଢୁଥିଲେ ସେତେବେଳେ ତାଙ୍କ ମାଆ ନିତା ଅମ୍ବାନୀ ତାଙ୍କର ଖର୍ଚ୍ଚ ପାଇଁ ମାତ୍ର ୫ ଟଙ୍କା ଦେଉଥିଲେ । ଆଜ୍ଞା ହଁ ! ମାତ୍ର ୫ ଟଙ୍କା । ତେବେ ଏହି ସଂସ୍କାର ବଳରେ ସେ ଆଜି ସଫଳତାର ଶୀର୍ଷରେ ରହିପାରିଛନ୍ତି । ଇଶା ୟେଲ୍ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ଓ ଦକ୍ଷିଣ ଏସିଆ ପାଠ୍ୟକ୍ରମରେ ଦୈତ ସ୍ନାତକ ହାସଲ କରିବା ପରେ ସେ ପ୍ରଥମେ ଏକ ବିଜନେସ ଆନାଲିଷ୍ଟ୍ ଭାବରେ ନେସଲେ ଆଡ କଂପାନୀରେ କାମ କରୁଥିଲେ । ପରବର୍ତ୍ତୀ ସମୟରେ ତଥା ଅକ୍ଟୋବର, ୨୦୧୪ରେ ଇଶା ରିଲିଏନ୍ସ ଜିଓ ଏବଂ ରିଲିଏନ୍ସ ରିଟେଲର ଅଧ୍ୟକ୍ଷ ବୋର୍ଡର ସଦସ୍ୟ ହୋଇଥିଲେ । ୨୦୧୫ରେ ତାଙ୍କୁ ଏସିଆର ସବୁଠାରୁ ଶକ୍ତିଶାଳୀ ଅପ୍ କମିଂ ତଥା ଆଗାମୀ ମହିଳା ବ୍ୟବସାୟୀ ଭାବେ ଚୟନ କରାଯାଇଥିଲା । ଏହାଛଡା ୨୦୧୫ରେ ସେ ରିଲିଏନ୍ସ-ଫୋରଜୀକୁ ନିଜ ଭାଇ ଆକାଶ ଅମ୍ବାନୀଙ୍କ ସହ ମିଶି ଲଂଚ କରିଥିଲେ । ତେବେ ଆକାଶ ଅମ୍ବାନୀ ରିଲିଏନ୍ସ ଜିଓ ଏବଂ ରିଲିଏନ୍ସ ରିଟେଲର ମଧ୍ୟ ବୋର୍ଡ ଅଫ୍ ଡାଇରେକ୍ଟର ଅଟନ୍ତି । ତାଙ୍କ ଛୋଟ ଭାଇ ଅମିତ ଅମ୍ବାନୀ ଏବେ ପଢୁଛନ୍ତି ।

ଜଣେ ଖେଳ ପ୍ରୋତ୍ସାହନ ପ୍ରେମୀ ଭାବେ ଇଶା ପାଠପଢା ସମସୟରେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ । ଏଥିସହ ନିଜ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରୁଥିଲେ । ଖାଲି ସେତିକି ନୁହେଁ ଇଶା ମଧ୍ୟ ଜଣେ ଭଲ ପିଆନିଷ୍ଟ । ଏହା ବ୍ୟତୀତ ଇଶା ଯୁବପିଢୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଫ୍ୟାସନ, ଜୀବନଶୈଳୀ,ପୋଷାକ ଉପରେ ମଧ୍ୟ ଖୁଚୁରା ବ୍ୟବସାୟ କରୁଛନ୍ତି । ତେବେ ସଦାସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ଆଡୁଆଳରେ ରଖୁଥିବା ଇଶାଙ୍କ ମନପସନ୍ଦର ରାଜକୁମାରଙ୍କ ବିଷୟରେ କୌଣସି ଖାସ୍ ଖବର ଏଯାବତ୍ ମିଳିପାରିନାହିଁ ।