ବଜାରରେ ମିଳିବ ଯୋଗୀ ଆମ୍ବ ! ଜାଣନ୍ତୁ ଏହି ଆମ୍ବର ରହସ୍ୟ

59

ଏଣିକି ବଜାରକୁ ଆସିବ ଯୋଗୀ ଆମ୍ବ । କଥାଟା ଆପଣଙ୍କୁ ଟିକେ ଅଡୁଆ ଲାଗୁଛି ନା । ମାତ୍ର ଏହା ସତ୍ୟ ଅଟେ । ପ୍ରକୃତ ଘଟଣାଟି ହେଲା, ଉତ୍ତରପ୍ରଦେଶବାସୀ ଚଳିତବର୍ଷ ଏକ ନୂଆ ଆମ୍ବ ଖାଇବାକୁ ପାଇବେ । ଏହି ସୁସ୍ୱାଦୁ ତଥା ସ୍ୱାଦିଷ୍ଟି ଆମ୍ବକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ନାମିତ କରାଯାଇଛି । ତେବେ ଆମ୍ବପ୍ରେମୀଙ୍କ ପାଇଁ ଏହି କିସମର ଆମ୍ବ ବିକଶିତ କରିଛନ୍ତି ଲକ୍ଷ୍ନୌ ନିବାସୀ ପଦ୍ମଶ୍ରୀ ହଜି କାଲିମ୍ ଉଲ୍ଲା ଖାନ୍ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ୭୪ ବର୍ଷୀୟ ଏହି ପ୍ରସିଦ୍ଧ ଆମ୍ବ ଚାଷୀ ଜଣଙ୍କ ପୂର୍ବରୁ ମଧ୍ୟ ନିଜ ବଗିଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନେକ ଅଭିନେତ୍ରୀଙ୍କ ନାଁରେ ବିଭିନ୍ନ କିସମର ଆମ୍ବ ଗଛ ବଢାଇଛନ୍ତି । ଆଉ ଏଥିରକ ସେ ଉତ୍ତରପ୍ରଦେଶବାସୀଙ୍କୁ ଭେଟି ଦେଉଛନ୍ତି ‘ଯୋଗୀ ଆମ୍ବ’ । ଖାଲି ସେତିକି ନୁହେଁ, ଏକ ନିର୍ଦ୍ଦିଷ୍ଟ କିସମର ଆମ୍ବକୁ ଉନ୍ନତମାନର ପ୍ରଣାଳୀରେ ବୃଦ୍ଧି କରାଯାଇ ଏହି ଆମ୍ବଗଛକୁ ପ୍ରାକୃତିକ ଉପାୟରେ ବିକଶିତ କରାଯାଇଛି ।

ତେବେ ୧୯୫୭ରୁ ହଜି କାଲିମ୍ ଉଲ୍ଲା ଖାନ୍ ନିଜର ପାଖାପାଖି ୧୪ ଏକର ଜମିରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରି ଆସୁଛନ୍ତି । ପୂର୍ବରୁ ଏହି ବୃଦ୍ଧ ଜଣଙ୍କ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ସଚ୍ଚିନ ତେନ୍ଦୁଲକରଙ୍କ ନାମରେ ମଧ୍ୟ ଆମ୍ବ ଫଳାଇଛନ୍ତି । ଆପଣ ଜାଣି ଚକିତ ହେବେ କି,ତାଙ୍କର ଏହି ପ୍ରସିଦ୍ଧି ପାଇଁ ସେ ‘ପଦ୍ମଶ୍ରୀ’ ସମ୍ମାନରେ ବିଭୁଷିତ ହୋଇଛନ୍ତି । ଏଥିସହ ୟୁପି ସରକାର ମଧ୍ୟ ତାଙ୍କୁ ‘ଉଦ୍ୟାନ ପଣ୍ଡିତ’ଉପାଧୀ ପ୍ରଦାନ କରିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ-ନେହେରୁଙ୍କ ୮ଟି ବଡ ଭୁଲ୍ ! ଯାହାକୁ ଆଜିବି ଭୋଗୁଛି ଭାରତ