ଏଣିକି ଟ୍ରେନରେ ଯାତ୍ରା କଲେ ମିଳିବ ଟଙ୍କା ! ଯାତ୍ରୀଙ୍କର କୌଣସି ଅସୁବିଧା ହେଲେ ରେଳ ମନ୍ତ୍ରାଳୟ ଦେବ ୭୫ ହଜାର

46

ଯଦି ଆପଣ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରିଛନ୍ତି ଏବଂ ଆପଣଙ୍କୁ ବସିବାକୁ ସିଟ୍ ନମିଳୁଛି ତେବେ ଏହି ଅସୁବିଧା ବଦଳରେ ଆପଣଙ୍କୁ ମିଳିବ ୭୫ ହଜାର କିମ୍ବା ତାଠାରୁ ଅଧିକ ଟଙ୍କା । ଆଉ ଏହି ଟଙ୍କା ଆପଣଙ୍କୁ ଦେବ ଭାରତୀୟ ରେଳବାଇ ।

ଦିଲ୍ଲୀର ରାଜ୍ୟ ଉପଭୋକ୍ତା ଆୟୋଗ ପକ୍ଷରୁ ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଅଭିଯୋଗ କ୍ରମେ ୭୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛି । ତେବେ ପ୍ରକୃତରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଟିକେଟ୍ ରିଜର୍ଭ କରିଥିଲେ କିନ୍ତୁ ଯେଉଁଥିରେ ପୂର୍ବରୁ କେହି ଜଣେ ବ୍ୟକ୍ତି ବସି ଯାଇଥିଲା । ଯେଉଁଥିପାଇଁ ତାଙ୍କୁ ସିଟରେ ବସିବାକୁ ଦିଆଯାଇ ନଥିଲା ।

ତେବେ ରାଜ୍ୟ ଉପଭୋକ୍ତା ଆୟୋଗ ଉକ୍ତ ଟ୍ରେନରେ ଟିକେଟ୍ ଚେକିଂ କରୁଥିବା ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ପାଇଁ ମଧ୍ୟ ଦଣ୍ଡିତ କରିଛନ୍ତି । ଯାହାଦ୍ୱାରା ଉକ୍ତ ଅଧିକାରୀଙ୍କ ଦରମା କାଟି ତାକୁ ସେହି ଅଭିଯୋଗକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀ ନିବାସୀ ବିଜୟ କୁମାର ରାଜ୍ୟ ଉପଭୋକ୍ତା ଆୟୋଗରେ ଏନେଇ ଅଭିଯୋଗ କରିଥିଲେ ।

ଏହାସହ ମଧ୍ୟ ପଢନ୍ତୁ-ରେଳ ମନ୍ତ୍ରାଳୟ ପକ୍ଷରୁ ବଡ଼ ପରିବର୍ତ୍ତନ ! ଜୁଲାଇ ୧’ଠାରୁ ବଦଳି ଯିବ ଏହି ୧୦ଟି ନିୟମ