ରେଳ ମନ୍ତ୍ରାଳୟ ପକ୍ଷରୁ ବଡ଼ ପରିବର୍ତ୍ତନ ! ଜୁଲାଇ ୧’ଠାରୁ ବଦଳି ଯିବ ଏହି ୧୦ଟି ନିୟମ

94

ଏଣିକି ଟିକେଟ୍ ପାଇଁ ଯାତ୍ରୀଙ୍କୁ ଆଉ ଘଂଟା ଘଂଟା ଧରି ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ, ଜୁଲାଇ ମାସଠାରୁ ବଦଳି ଯିବ ରେଲୱେର ବିଭିନ୍ନ କଟକଣା ଏବଂ ଜାରି ହେବ ନୁଆ ନିୟମ । ଅର୍ଥାତ୍ ରେଳ ମନ୍ତ୍ରାଳୟ ପକ୍ଷରୁ ୧ ଜୁଲାଇଠାରୁ ଯାତ୍ରୀମାନଙ୍କ ସୁବିଧା ପାଇଁ ଆରମ୍ଭ ହେବାକୁ ଯାଉଛି ବିଭିନ୍ନ ଯୋଜନା । ଯେଉଁଥିରେ ଯାତ୍ରୀମାନଙ୍କୁ କନଫର୍ମ ଟିକେଟର ସୁବିଧା ଯୋଗାଇ ଦିଆଯିବ । ତେବେ ୧ ଜୁଲାଇଠାରୁ ଯାତ୍ରୀଙ୍କୁ କି ପ୍ରକାର ସୁବିଧା ଯୋଗାଇ ଦିଆଯିବ ଆସନ୍ତୁ ଜାଣିବା ।

• ଜୁଲାଇ ପହିଲାଠାରୁ ତତକାଳ ଟିକେଟ୍ କ୍ୟାନସେଲ୍ କରିବାଦ୍ୱାରା ଭଡାର ୫୦ ପ୍ରତିଶତର ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ ।

• ୧ ଜୁଲାଇଠାରୁ ତତକାଳ ଟିକେଟ୍ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ୧୦ରୁ ୧୧ଟା ଯାଏଁ ଆପଣ ଏସି କୋଚ୍ ପାଇଁ ଟିକେଟ୍ ବୁକିଂ କରିପାରିବେ । ଏଥିସହିତ ୧୧ରୁ ୧୨ଟା ମଧ୍ୟରେ ସ୍ଲିପର କୋଚ୍ ପାଇଁ ଆପଣ ଟିକେଟ୍ ବୁକିଂ କରିପାରିବେ ।

• ୧ଜୁଲାଇଠାରୁ ରାଜଧାନୀ ଏବଂ ଶତାଦ୍ଦୀ ଟ୍ରେନରେ ପେପରଲେସ୍ ଟିକେଟିଂର ସୁବିଧା ଆରମ୍ଭ ହେବାକୁ ଯାଉଛି । ଏହି ସୁବିଧା ଦିଆଯିବା ପରେ ରାଜଧାନୀ ଏବଂ ଶତାଦ୍ଦୀ ଟ୍ରେନରେ ପେପର୍ ଟିକେଟ୍ ମିଳିବ ନାହିଁ, ବରଂ ଆପଣଙ୍କ ମୋବାଇଲକୁ ଟିକେଟ୍ ପଠାଯିବ ।

• ଖୁବ୍ ଶୀଘ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାଷାରେ ଟିକେଟିଂ ସୁବିଧା ଆରମ୍ଭ କରିବାକୁ ଯାଉଛି । ତେବେ ଏଯାବତ୍ ରେଳ ମନ୍ତ୍ରାଳୟ ପକ୍ଷରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ଟିକେଟ୍ ଉପଲବ୍ଧ ଅଛି, କିନ୍ତୁ ୱେବସାଇଟ୍ ପରେ ଏବେ ଭିନ୍ନ ଭିନ୍ନ ଭାଷାରେ ଟିକେଟ୍ ବୁକିଂ କରାଯାଇ ପାରିବ ।

• ରେଲୱେରେ ଅଧିକାଂଶ ସମୟରେ ଟିକେଟକୁ ନେଇ ମାରପିଟ୍ ତଥା ବିଭିନ୍ନ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀ ଏବଂ ଶତାଦ୍ଦୀ ଟ୍ରେନର ସିଟି ସଂଖ୍ୟା ବୃଦ୍ଧି କରିଦିଆଯିବ ।

• ରେଳ ମନ୍ତ୍ରାଳୟ ଜୁଲାଇ ପହିଲାଠାରୁ ରାଜଧାନୀ, ଶତାଦ୍ଦୀ, ଦୁରୋନ୍ତୋ ଏବଂ ମେଲ-ଏକ୍ସପ୍ରେସ୍ ଟ୍ରେନମାନଙ୍କ ଆଧାରରେ ଯାତ୍ରୀଙ୍କ ପାଇଁ ‘ସୁବିଧା ଟ୍ରେନ’ର ଆରମ୍ଭ କରିବାକୁ ଯାଉଛି ।

• ୧ ଜୁଲାଇଠାରୁ ରେଲୱେ ପ୍ରିମିୟମ୍ ଟ୍ରେନଗୁଡିକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିଦିଆଯିବ ।

• ସୁବିଧା ଟ୍ରେନରେ ଟିକେଟ୍ ଫେରସ୍ତ ବେଳେ ଭଡାର ୫୦ ପ୍ରତିଶତ ଫେରସ୍ତ କରାଯିବ । ଏହାବ୍ୟତୀତ ଏସି-୨ ଉପରେ ୧୦୦ ଟଙ୍କା, ଏସି-୩ରେ ୯୦ ଟଙ୍କା, ସ୍ଲିପରରେ ୬୦ ଟଙ୍କା ପ୍ରତି ଯାତ୍ରୀଙ୍କଠାରୁ କଟାଯିବ ।

ଏହାସହ ମଧ୍ୟ ପଢନ୍ତୁ-ଯାତ୍ରୀଙ୍କ ପାଇଁ ଖୁସି ଖବର ! ରେଳ ମନ୍ତ୍ରାଳୟ ଆରମ୍ଭ କଲା ‘ଟିକେଟ୍ ଏବେ ନିଅ ଟଙ୍କା ପରେ ଦିଅ’ ସୁବିଧା