ରେଳରେ ଯାତ୍ରା କରୁଛନ୍ତି କି ? ତେବେ ଜାଣନ୍ତୁ କେଉଁ ସିଟରେ ବସିଲେ ମିଳିବ ସୁରକ୍ଷାକର୍ମୀଙ୍କ ସହଯୋଗ

72

ଭାରତୀୟ ରେଳ ମନ୍ତ୍ରାଳୟ ଲୋକମାନଙ୍କର ଯାତ୍ରାକୁ ଆହୁରି ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଯେଉଁଥିରେ ଯାତ୍ରୀମାନେ ନିଜର କୌଣସି ବି ଅସୁବିଧା ସଂପର୍କରେ ସୁରକ୍ଷାକର୍ମୀଙ୍କ ନିକଟରେ ସହଜରେ ପହଂଚାଇପାରିବେ । ଏଥିସହିତ ଭାରତୀୟ ରେଳ ବିଭାଗ ମଧ୍ୟ କିଛି ବିଶେଷ ବ୍ୟବସ୍ଥା ଜାରି କରିଛନ୍ତି ।

ସୂଚନା ମୁତାବକ, ଏଣିକି ଆପଣ ଏସ-୧ କୋଚର ସିଟ୍ ନମ୍ବର ୬୩ରେ ବସିଲେ ସୁରକ୍ଷାକର୍ମୀଙ୍କ ସହାୟତା ମିଳିବ । ଯାହାଦ୍ୱାରା ଆପଣଙ୍କୁ ନିଜର କୌଣସି ବି ସମସ୍ୟା ସଂପର୍କରେ ଜଣାଇବାକୁ ଆଉ ଏଣେତେଣେ ଖୋଜାଖୋଜି କରିବାକୁ ଆବଶ୍ୟକତା ପଡିବ ନାହିଁ । ନିକଟରେ ରେଳ ମନ୍ତ୍ରାଳୟ ଏସଂପର୍କରେ ଏକ ସର୍କୁଲାର ଜାରି କରିଛନ୍ତି । ଯେଉଁଥିରେ ଯାତ୍ରା ସମୟରେ କୌଣସି ବି ଯାତ୍ରୀ ସ୍ଲିପର କୋଚର ଏସ-୧ ବଗିକୁ ଆସି ବର୍ଥ ନମ୍ବର ୬୩ରେ ସୁରକ୍ଷାକର୍ମୀଙ୍କୁ ଭେଟିପାରିବେ ଆଉ ନିଜର ସମସ୍ୟା ସମ୍ବନ୍ଧରେ ତାଙ୍କୁ ଅବଗତ କରାଇପାରିବେ ।

ରେଳ ବିଭାଗ ଅନୁସାରେ, ଏହି ବର୍ଥ ଉଭୟ ଜିଆରପି ଏବଂ ଆରପିଏଫଙ୍କ ପାଇଁ ସଂରକ୍ଷଣ ରହିବ । ସର୍କୁଲାର ମୁତାବକ, ଯେତେବେଳେ ଟ୍ରେନରେ ଆରପିଏଫର ସୁରକ୍ଷାକର୍ମୀମାନେ ଥିବେ , ସେତେବେଳେ ଏହି ବର୍ଥ ସେମାନଙ୍କ ପାଇଁ ରିଜର୍ଭ ରହିବ । ସେହିପରି ଯଦି ଜିଆରପିର ସୁରକ୍ଷାକର୍ମୀମାନେ ଯାତ୍ରା କରିବା ସମୟରେ ଟ୍ରେନରେ ଥିବେ ତେବେ ସେମାନେ ଏହି ସିଟରେ ଉପସ୍ଥିତ ରହିବାକୁ ବାଧ୍ୟ ହେବେ । ରେଳ ମନ୍ତ୍ରାଳୟର ସ୍ପଷ୍ଟ କରି କହିଛି କି, ଯଦି ଟ୍ରେନରେ ଯାତ୍ରା ସମୟରେ କୌଣସି ବି ସୁରକ୍ଷାକର୍ମୀ ଏଠାରେ ଉପସ୍ଥିତ ନଥାନ୍ତି ତେବେ ଏହି ସିଟ୍ ରିଜର୍ଭ ରହିବ ନାହିଁ । ଯାତ୍ରା ସମୟରେ କୌଣସି ବି ପ୍ରକାରରେ ସୁରକ୍ଷାକର୍ମୀଙ୍କ ଜରିଆରେ ଯାତ୍ରୀମାନେ ଏହି ସିଟ ଯାଏଁ ପହଂଚିପାରିବେ ଏବଂ ସହାୟତା ଲୋଡି ପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଭାରତୀୟ ରେଳ ମନ୍ତ୍ରାଳୟ ଟିଟିଇଙ୍କର ସିଟ୍ ମଧ୍ୟ ଧାର୍ଯ୍ୟ କରିସାରିଛନ୍ତି । ଯାତ୍ରୀମାନଙ୍କୁ ଟ୍ରେନରେ ଟିଟିଇଙ୍କୁ ଖୋଜିବା ପାଇଁ ଆଉ ଗୋଟିଏ କୋଚରୁ ଅନ୍ୟ ଏକ ଗୋଟିଏ କୋଚ ବୁଲିବାକୁ ପଡିବନି । କାରଣ ରେଲୱେ ପକ୍ଷରୁ ଜାରି ହୋଇଥିବା ଏହି ସର୍କୁଲାରରେ ସମସ୍ତ ଶ୍ରେଣୀଗୁଡିକରେ ଟିଟିଇ ଏବଂ ସୁରକ୍ଷାକର୍ମୀଙ୍କର ବର୍ଥ ସ୍ଥିର କରାଯାଇଛି । ଶତାଦ୍ଦୀ ଏବଂ ରାଜଧାନୀ ବଳି ମେଲ ଏବଂ ଏକ୍ସପ୍ରେସ ଟ୍ରେନମାନଙ୍କରେ ପ୍ରତ୍ୟେକଟି ସ୍ଲିପର କୋଚର ୭ ନମ୍ବର ବର୍ଥ ଟିଟିଇଙ୍କ ପାଇଁ ରିଜର୍ଭ ରହିବ ।

ସେହିପରି ଇଂଟରସିଟି ଟାଇପର ଟ୍ରେନର ପ୍ରତିଟି ଅଲଟରନେଟ୍ କୋଚ ତଥା ଡି୧,ଡି୩, ଡି୫ ଏବଂ ଡି୭ କୋଚରେ ୧ ନମ୍ବର ବର୍ଥ ଟିଟିଇଙ୍କ ପାଇଁ ରିଜର୍ଭ ରହିବ । ଏଭଳି ଭାବେ ଗରିବରଥ ଭଳି ଟ୍ରେନମାନଙ୍କରେ ଜି୧,ଜି୩, ଜି୫ ଭଳି କୋଚର ୭ନମ୍ବର ବର୍ଥ ଟିଟିଇଙ୍କ ପାଇଁ ହିଁ ରଜର୍ଭ ରହିବ । ଏହାବ୍ୟତୀତ ଇକୋନମୀ ଟ୍ରେନମାନଙ୍କର ବିଇ୧ କୋଚର ୭ନମ୍ବର ବର୍ଥ ରିଜର୍ଭ ରହିବ । ସେହିପରି ସୁପରଫାଷ୍ଟ ଟ୍ରେନମାନଙ୍କରେ ଏ୧ କୋଚରେ ବର୍ଥ ନମ୍ବର ୫ ଟିଟିଇଙ୍କ ପାଇଁ ସଂରକ୍ଷିତ ରହିବ ।