ଘରେ ବସି ରୋଜଗାର କରନ୍ତୁ ଲକ୍ଷେ ଟଙ୍କା । ଭାରତୀୟ ରେଳବାଇ ଆଣିଛି ସୁଯୋଗ । କେବଳ କରିବାକୁ ପଡିବ ଏତିକି କାମ. . .

46

ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି ତେବେ ଆପଣ ଘରେ ବସି ହିଁ ଲକ୍ଷେ ଟଙ୍କା ରୋଜଗାର କରିପାପରିବେ । ହେଲେ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡିବ । ତେବେ ଏଭଳି ସୁବର୍ଣ୍ଣ ସୁଯୋଗ ଦେଉଛି ଭାରତୀୟ ରେଳ ମନ୍ତ୍ରାଳୟ । ଭାରତୀୟ ରେଲ ମନ୍ତ୍ରାଳୟ ନିଜର ଲୋଗୋ ଏବଂ ପଂଚ ଲାଇନ ବଦଳାଇବାକୁ ଯାଉଛି । ସେହିପରି ଆଇଆରିସିଟିସିର ନାମକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା ଚଳାଇଛି । ଯେଉଁଥିପାଇଁ ଜନତାଙ୍କର ସହଯୋଗ ଲୋଡାଯାଉଛି ଏବଂ ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

ପ୍ରତିଯୋଗୀତା ଅନୁସାରେ, ଜଣେ ବ୍ୟକ୍ତି ଉଭୟ ଲୋଗୋ ଡିଜାଇନିଂ ଏବଂ ପଂଚ ଲାଇନ ଦୁଇଟି ଶ୍ରେଣୀ ତଥା ବିଭାଗରେ ଏକାସାଥିରେ କିମ୍ବା ଅଲଗା ଭାବେ ଭାଗ ନେଇପାରିବେ । ପଂଚଲାଇନ ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ ତିନୋଟି ଭାଷା ମଧ୍ୟରୁ କୌଣସି ବି ଭାଷାରେ ହେଲେ ବି ଚଳିବ । ତେବେ ଏଥିରେ ଜିତିଲେ, ବିଜେତାଙ୍କୁ ୭୫ ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ । ତେବେ ଏଥିପାଇଁ ଆବେଦନ କରିବାର ଶେଷ ଅବଧି ହେଉଛି ୩୧ ମାର୍ଚ୍ଚ ।

ସେହିପରି ଏଥିରେ କାମ ଆରମ୍ଭ କରିବା ପୂର୍ବରୁ ଏବଂ ନିଜର ଏଂଟ୍ରି ପଠାଇ ପୂର୍ବରୁ ନିର୍ଦ୍ଧାରିତ ନିୟମ ଏବଂ ସର୍ତ୍ତକୁ ନିଶ୍ଚୟ ଜାଣି ରଖନ୍ତୁ । ଅଧିକ ସୂଚନା ପାଇଁ https://static.mygov.in/rest/s3fs-public/mygov_15186771109017401.pdf କୁ ଯାଇ ଆପଣ ପାଇପାରିବେ । ସେହିପରି ଆପଣଙ୍କ ନିକଟରେ ଟଙ୍କା ରୋଜଗାର କରିବାକୁ ଆହୁରୀ ଗୋଟିଏ ସୁଯୋଗ ମଧ୍ୟ ରହିଛି । ଆପଣ ଆଇଆରସିଟିସିକୁ ଏକ ନୂଆ ନାମ ଦେଇ ପୁରସ୍କାର ରାଶି ଜିତି ପାରିବେ । ଏଥିପାଇଁ ମଧ୍ୟ ନିବେଦନ କରିବାର ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ, ସଂଧ୍ୟା ୫ଟା ପର୍ଯ୍ୟନ୍ତ । ଏଥିପାଇଁ ମଧ୍ୟ ଆବେଦନକାରୀ କିଛି ନିୟମ ଏବଂ ସର୍ତ୍ତ ମାନିବାକୁ ପଡିବ ।

ଏଠାରେ ଆମେ କହି ରଖୁଛୁ କି, ଲୋଗୋକୁ ଏକ ଛୋଟିଆ ନୋଟ୍ ସହିତ ସବମିଟ୍ କରିବାକୁ ହେବ । ନୋଟରେ ବୁଝାଇବାକୁ ହେବ କି ଏହି ଲୋଗୋ ଭାରତୀୟ ରେଳମନ୍ତ୍ରାଳୟ ପାଇଁ କାହିଁକି ବେଷ୍ଟ ? ପ୍ରତିଯୋଗୀତାରେ ପାଂଚ ଜଣଙ୍କୁ ହିଁ ଚୟନ କରାଯିବ । ପୁଣି ଏମାନଙ୍କୁ ଫାଇନାଲ ରାଉଣ୍ଡ ପାଇଁ ଡକାଯିବ, ଯେଉଁଥିରେ ତାଙ୍କୁ ନିଜର ଲୋଗା ଏବଂ ପଂଚଲାଇନ ଉପରେ ପ୍ରେଜେଂଟେସନ ଦେବାକୁ ପଡିବ ।