କେନ୍ଦ୍ର ସରକାରଙ୍କ ବଡ ଉପହାର: ୩୩ ବର୍ଷ ପର୍ଯ୍ୟନ୍ତ ରେଳରେ ମାଗଣାରେ ଯାତ୍ରା କରିପାରିବେ କର୍ମଚାରୀଙ୍କ ସନ୍ତାନ

463

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ ଉପହାର ଭେଟି ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରେଳ ମନ୍ତ୍ରାଳୟ ନିଜ କର୍ମଚାରୀମାନଙ୍କୁ ୨ ଜଣ ସନ୍ତାନକୁ ଏବେ ୩୩ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ରେଳରେ ଯାତ୍ରା କରିବାର ପାସ୍ ଦେବେ । ପୂର୍ବରୁ ଏହି ବସୟ ସୀମା ୨୧ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା ।  ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଏନେଇ ନିର୍ଦ୍ଦେଶାନାମା ବି ଜାରି କରିଛନ୍ତି ।  ରେଳ ମନ୍ତ୍ରୀ ଅଲ ଇଣ୍ଡିଆ ରେଲୱେ ମାସ ଫେଡେରେସନ  ସହିତ ବସିଥିବା ଏକ ବୈଠକରେ ଦିଆଯାଇଥିବା ଏହି ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି । ରେଳ ମନ୍ତ୍ରୀ ସମସ୍ତ ମଣ୍ଡଳ ରେଳ ନିର୍ଦ୍ଦେଶକଙ୍କୁ ଏସଂକ୍ରାନ୍ତରେ ଚିଠି ମଧ୍ୟ ଲେଖିଛନ୍ତି ।

ତେବେ ଏହାକୁ ନେଇ ଦୀର୍ଘ ଦିନ ହେଲା ରେଳ କର୍ମଚାରୀମାନଙ୍କ ପକ୍ଷରୁ ଦାବି ହୋଇଆସୁଥିଲା । କର୍ମଚାରୀଙ୍କ କହିବା କଥା ହେଲା କି , ସେମାନଙ୍କର ପିଲା ୨୦ କିମ୍ବା ୨୧ ବର୍ଷ ବୟସ ପରେ ବେଶି ଟ୍ରେନରେ ଯାତ୍ରା କରୁଛନ୍ତି । ଏହି ସମୟରେ ସେମାନେ ପାଢପଢା ପାଇଁ ଅନ୍ୟ ରାଜ୍ୟ ତଥା ସହରକୁ ଯାତ୍ରା କରୁଛନ୍ତି ।  ତେଣୁ ଏହି କାରଣରୁ ରେଲୱେ କର୍ମଚାରୀମାନେ ସରକାରଙ୍କ ନିକଟରେ ସେମାନଙ୍କର ପିଲାଙ୍କୁ ରେଳରେ ଯାତ୍ରା କରିବା ସମୟରେ ଦିଆଯାଉଥିବା ସୁବିଧାର ସମୟ ସୀମାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ।

ବିବାହିତା ଝିଅକୁ ମିଳିବନି ସୁବିଧା

ତେବେ ଏହି ବ୍ୟବସ୍ଥା ଅନୁଯାୟୀ କର୍ମୀଙ୍କର ଉଭୟ ପୁଅ ଏବଂ ଝିଅଙ୍କୁ ଏହି ସୁବିଧା ମିଳିଥାଏ । କିନ୍ତୁ ଝିଅ ବାହା ହେବା ପରେ ତାଙ୍କୁ ଏହି ସେବାକୁ ବଂଚିତ କରିଦିଆଯିବ । ଝିଅ ବିବାହ ପରେ ତଥା ୩୩ ବର୍ଷ ପର୍ଯ୍ୟନ୍ତ ରେଳରେ ମାଗଣାରେ ଯାତ୍ରା କରିପାରିବେ । ସେହିପରି ଯଦି ସେମାନେ ଆତ୍ମନିର୍ଭରଶୀଳ ହୋଇଥିଲେ ତେବେ ତାଙ୍କୁ ଏହି ସୁବିଧାରୁ ବଂଚିତ କରାଯିବ ।