ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ଯାତ୍ରା ସମୟରେ ଲୋକଙ୍କର ସମସ୍ତ ଦୁଃଖ ଦୂର କରିବ ସର୍ଭିସ କ୍ୟାପଟେନ୍

30

ଭାରତୀୟ ରେଳବାଇରେ ଯାତ୍ରା କରିବା ସମୟରେ ଏବେ ଆପଣଙ୍କୁ ଅଧିକ ସୁବିଧା ମିଳିପାରେ । ଯଦି ଟ୍ରେନରେ ଯାତ୍ରା କରୁଥିଲା ସମୟରେ, ଆପଣଙ୍କ କୌଣସି ପ୍ରକାର ଅଭିଯୋଗ ରହିଛି, ତେବେ ଏହି ସମସ୍ୟାର ସମାଧାନ ମିନିଟରେ ହୋଇପାରେ ।

ଖବର ଅନୁସାରେ, ରେଳବାଇର ଏକ ବରିଷ୍ଠ ଅଧିକାରୀଙ୍କ ସମିତିରେ ଏକ ପ୍ରସ୍ତାବ ଦିଆଯାଇଛି କି, ଅଭିଯୋଗର ତ୍ୱରାନିତ୍ୱ ନିବାରଣ ପାଇଁ ପ୍ରତି ଟ୍ରେନରେ ‘ସର୍ଭିସ କ୍ୟାପଟେନ’ ନିଯୁକ୍ତି କରାଯାଉ । ସମିତି କହିବାନୁସାରେ, ‘ସର୍ଭିସ କ୍ୟାପଟେନ’ଙ୍କୁ ଏକ ନିଦ୍ଧିଷ୍ଟ ରଙ୍ଗର ପୋଷାକ ପ୍ରଦାନ କରାଯିବ । ଯାହାଦ୍ୱାରା ଲୋକେ ଅତି ସହଜରେ ତାଙ୍କୁ ଚିହ୍ନି ପାରିବେ ଏବଂ ନିଜର ଅଭିଯୋଗ ସଂପର୍କରେ ତାଙ୍କୁ ଅବଗତ କରାଇପାରିବେ ।

ତେବେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି ଆପଣ ଖାଇବାକୁ ନେଇ କିମ୍ବା ମଇଳାର ଦୁଗର୍ନ୍ଧକୁ ନେଇ ଅଭିଯୋଗ କରିବାକୁ ଚାହୁଁଛନ୍ତି, ତେବେ ‘ସର୍ଭିସ କ୍ୟାପଟେନ’ଙ୍କ ସହାୟତା ନେଇପାରିବେ । ଏବେ କିନ୍ତୁ ଏହା ଏକ ପ୍ରସ୍ତାବ । ଯାହା ଭାରତୀୟ ରେଳବାଇକୁ ଦିଆଯାଇଛି । ତେଣୁ ଯେପର୍ଯ୍ୟନ୍ତ ଟ୍ରେନରେ ଭାରତୀୟ ରେଳବାଇ ‘ସର୍ଭିସ କ୍ୟାପଟେନ’ର ବ୍ୟବସ୍ଥା କରି ନାହାନ୍ତି, ସେତେବେଳ ଯାଏଁ ଆପଣ ଉପଲବ୍ଧ ଥିବା ସମସ୍ତ ସୁବିଧାର ଫାଇଦା ଉଠାଇପାରିବେ । ତେବେ ରେଳବାଇ ସାର୍କୁଲାର ଜାରି କରି ସମସ୍ତ ଶ୍ରେଣୀର ଟିଟିଇ ଓ ସୁରକ୍ଷାକର୍ମୀଙ୍କ ପାଇଁ ଶୟନ କକ୍ଷ ଆଦି ବ୍ୟବସ୍ଥା କରାଯାଇଛି ।

ଶତାଦ୍ଦୀ ଓ ରାଜଧାନୀ ଭଳି ଏକ୍ସପ୍ରେସ ଟ୍ରେନର ପ୍ରତି ସ୍ଲିପର କୋଚର ୭ ନମ୍ବର ଶୟନ କକ୍ଷରେ ଟିଟିଇ ହେବ । ଇଂଟରସିଟି ଭଳି ଟ୍ରେନର ଅଲ୍ଟରନେଟ୍ କୋଚ ଡି୧, ଡି୩, ଡି୫ ଓ ଡି୭ କୋଚର ଏକ ନମ୍ବର ସ୍ଥାନ ଟିଟିଇ ହେବ । ଇତି ମଧ୍ୟରେ ଗରିବରଥ (ଚେୟରକାର) ଭଳି ଟ୍ରେନରେ ଜି୧, ଜି୩, ଜି୫ କୋଚର ୭ ନମ୍ବର ସ୍ଥାନ ଟିଟିଇ ହେବ । ଏହା ବ୍ୟତୀତ ଇକୋନମୀ ( ଗରୀବ ରଥ ଭଳି) ଟ୍ରେନରେ ବି୧ ଓ ବିଇ୧ କୋଚରେ ୭ ନମ୍ବର ଶୟନସ୍ଥାନ ମଧ୍ୟ ଟିଟିଇ ହେବ । ଅନ୍ୟପଟେ ସୁପରଫାଷ୍ଟ ଟ୍ରେନରେ ଏ୧ କୋଚର ବିଶ୍ରାମ କକ୍ଷ ୫ ମଧ୍ୟ ଟିଟିଇ ହେବ । ଆରପିଏଫ ଓ ଜିଆରପି ଷ୍ଟାପଙ୍କ ପାଇଁ ମଧ୍ୟ ରେଳବାଇ ଏସ୧ର ୬୩ ନମ୍ବର ବିଶ୍ରାମ କକ୍ଷ ରଖାଯାଇଛି ।