ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିପାରିବେନି କଂପାନୀ । ପ୍ରତ୍ୟେକ ନାଗରିକଙ୍କ ପାଖରେ ରହିଛି ୫ଟି ବଡ ଅଧିକାର

ସନ୍ଧ୍ୟା ପରେ ମହିଳାଙ୍କୁ ଗିରଫ କରିପାରବନି ପୁଲିସ

69

ଆମ ଦେଶରେ ଏଭଳି ଅନେକ ନିୟମ ରହିଛି, ଯାହା ସଂପର୍କରେ ଆମକୁ ଜ୍ଞାନ ନଥିବା କାରଣରୁ ଆମକୁ ଆମର ପ୍ରକୃତ ଅଧିକାରରୁ ସବୁବେଳେ ବଂଚିତ ହେବାକୁ ପଡୁଛି । ଆଜି ଆମେ ଆପଣଙ୍କୁ ଏଭଳି କିଛି ଅଧିକାର ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

ସନ୍ଧ୍ୟା ପରେ ମହିଳାଙ୍କୁ ଗିରଫ କରିପାରବନି ପୁଲିସ

କୋର୍ଡ ଅଫ୍ କ୍ରିମିନାଲ୍ ପ୍ରୋସିଜର, ସେକ୍ସନ ୪୬ ଆଧାରରେ ସଂଧ୍ୟା ୬ଟାରୁ ସକାଳ ୬ଟା ଭିତରେ ଭାରତୀୟ ପୁଲିସ କୌଣସି ବି ମହିଳାଙ୍କୁ ଗିରଫ କରିପାରିବ ନାହିଁ । ତେବେ ସେ ଯେତେ ବଡ ଅପରାଧ କରିଥାଆନ୍ତୁ ନା କାହିଁକି । ଯଦି ପୁଲିସ ଏଭଳି କରେ ତେବେ ଗିରଫ କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ । ଏହାଦ୍ୱାରା ଉକ୍ତ ପୁଲିସ ଅଧିକାରୀଙ୍କ ଚାକିରି ବି ବିପଦରେ ପଡିପାରେ ।

ଅଭିଯୋଗ ଲେଖିବାକୁ ମନା କରିପାରିବେ ନାହିଁ କୌଣସି ବି ଅଧିକାରୀ

ଆଇପିସିର ଧାରା ୧୬୬ଏ-କେ ଅନୁସାରେ, କୌଣସି ବି ପୁଲିସ ଅଧିକାରୀ ଆପଣଙ୍କର କୌଣସି ବି ଅଭିଯୋଗକୁ ଦାଖଲ କରିବାକୁ ମନା କରିପାରିବ ନାହିଁ । ଯଦି ସେ ଏଭଳି କରନ୍ତି ତେବେ ତାଙ୍କ ବିରୋଧରେ ବରିଷ୍ଠ ପୁଲିସ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ । ଯଦି ଉକ୍ତ ପୁଲିସ ଅଫିସର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଅତି କମରେ ୬ ମାସରୁ ୧ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ । କିମ୍ବା ତାଙ୍କ ଚାକିରି ଚାଲିଯାଇପାରେ ।

ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିପାରିବନି କଂପାନୀ

ମାଟରନିଟି ଭେନିଫିଟ ଆକ୍ଟ ୧୯୬୧ ଅନୁସାରେ, ଗର୍ଭବତୀ ମହିଳାଙ୍କୁ ହଠାତ୍ ଚାକିରିରୁ ବାହାର କରିଯାଇପାରିବ ନାହିଁ । ମାଲିକଙ୍କୁ ପ୍ରଥମେ ୩ ମାସ ପୂର୍ବରୁ ନୋଟିସ ଦେବାକୁ ପଡିବ ଏବଂ ପ୍ରେଗେନ୍ସି ସମୟରେ ହେଉଥିବା ଖର୍ଚ୍ଚର କିଛି ଅଂଶ ଦେବାକୁ ପଡିବ । ଯଦି ସେ ଏଭଳି ନକରନ୍ତି ତେବେ ତାଙ୍କ ବିରୋଧରେ ସରକାରୀ ରୋଜଗାର ସଂଗଠନରେ ଅଭିଯୋଗ କରିପାରିବେ । ଏହି ଅଭିଯୋଗ ଦ୍ୱାରା କଂପାନୀ ବନ୍ଦ ହୋଇପାରେ କିମ୍ବା କଂପାନୀକୁ ଜରିମାନା ଦେବାକୁ ପଡିପାରେ ।

ହୋଟେଲରେ ମାଗଣାରେ ପାଣି ଏବଂ ଶୌଚାଳୟର ବ୍ୟବହାର

ଇଣ୍ଡିଆନ ସିରିଜ ଆକ୍ଟ,୧୮୮୭ ଅନୁସାରେ, ଆପଣ ଦେଶର କୌଣସି ବି ହୋଟେଲକୁ ଯାଇ ପାଣି ମାଗି ପିଇ ପାରିବେ । ଏବଂ ଉକ୍ତ ହୋଟେଲର ୱାସ୍ ରୁମ ମଧ୍ୟ ବ୍ୟବହାର କରିପାରିବେ । ତେବେ ସେ ହୋଟେଲ ଛୋଟ ହେଉ କିମ୍ବା କୌଣସି ପଂଚ ତାରକା ହୋଟେଲ ହେଉ । ଏଥିପାଇଁ ସେ ଆପଣଙ୍କୁ ମନା କରିପାରିବେ ନାହିଁ । ଯଦି ହୋଟେଲର ମାଲିକ କିମ୍ବା କୌଣସି କର୍ମଚାରୀ ଆପଣଙ୍କୁ ପାଣି ଦେବାକୁ କିମ୍ବା ଓାସ ରୁମ ବ୍ୟବସାର କରିବାକୁ ମନା କରନ୍ତି ତେବେ ଆପଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ଆପଣଙ୍କର ଅଭିଯୋଗରୁ ଉକ୍ତ ହୋଟେଲର ଲାଇସେନ୍ସ ରଦ୍ଦ ହୋଇପାରେ ।

ସିଲିଣ୍ଡର ଫାଟିଲେ ମିଳିବ କ୍ଷତିପୂରଣ

ପବ୍ଲକ୍ ଲୟାବିଲିଟି ପଲିସି ଆଧାରରେ ଯଦି କୌଣସି କାରଣରୁ ଆପଣଙ୍କ ଘରେ ସିଲିଣ୍ଡରରେ ବିସ୍ଫୋରଣ ଘଟି ଜନଜୀବନ କ୍ଷୟ କ୍ଷତି ହୁଏ ତେବେ ତୁରନ୍ତ ଆପଣ ଗ୍ୟାସ କଂପାନୀ ନିକଟରେ ବୀମା କଭର କ୍ଲେମ କରିପାରିବେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଗ୍ୟାସ କଂପାନୀ ନିକଟରେ ଆପଣ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ କରିପାରିବେ । ଦୋଷୀ ପ୍ରମାଣିତ ହେଲେ ଗ୍ୟାସ କଂପାନୀର ଲାଇସେନ୍ସ ରଦ୍ଦ ହୋଇପାରେ ।

ମତାମତ

Your email address will not be published.