୧୦ମ ପାସଙ୍କ ପାଇଁ ଖୁସି ଖବର: ଭାରତୀୟ ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

391

ବେରୋଜଗାରୀଙ୍କ ପାଇଁ ଇଣ୍ଡିଆନ ପୋଷ୍ଟରେ ବମ୍ପର ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ହରିୟାଣା, ମୁମ୍ବାଇ ଏବଂ ୟୁପିରେ ଡ୍ରାଇଭର ଏବଂ ଗ୍ରାମୀଣ ଡାକ ସେବକ ଆଦି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ନିମ୍ନରେ ଦିଆଯାଇଥିବା ସର୍ତ୍ତାବଳୀ ଅନୁସାରେ ଆବେଦନ କରିପାରିବେ ।

ତେବେ ହରିୟାଣାରେ ୬୮୨ଟି ପଦବୀରେ ଡାକ ସେବକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ମୁମ୍ବାଇରେ ୧୫ଟି ପଦବୀରେ, ସେହିପରି ୟୁପିରେ କାର ଡ୍ରାଇଭର ପାଇଁ ୧୯ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।

ସେହିପରି ଆଶାୟୀପ୍ରାର୍ଥୀଙ୍କର ଶିକ୍ଷାଗତା ଯୋଗ୍ୟତା ରଖାଯାଇଛି ମାଟ୍ରିକ ତଥା ଦଶମ ଶ୍ରେଣୀ ପାସ୍ । ଆପଣ ଏଥିପାଇଁ ଅନଲାଇନ ଆବେଦନ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଇଣ୍ଡିଆପୋଷ୍ଟ ଡଟ୍ ଜିଓଭି ଡଟ୍ ଇନ(www.indiapost.gov.in)କୁ ଯାଇ କରିପାରିବେ ।

ଏଥିପାଇଁ ଆବେଦନ କରିବା ପାଇଁ ଆଶାୟୀପ୍ରାର୍ଥୀଙ୍କର ସର୍ବାଧିକ ୩୦ ବର୍ଷ ରଖାଯାଇଥିବା ବେଳେ ସର୍ବନିମ୍ନ ୧୮ ବର୍ଷ ବୟସ ସ୍ଥିର କରାଯାଇଛି ।

ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ବାବଦକୁ ୧୦୦ ଟଙ୍କା , ଯାହାକି ସମସ୍ତ ମହିଳା, ଅନୁସୂଚିତ ଜାତି ବା ଜନଜାତି ଏବଂ ପିଏଚ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏହି ଆବେଦନ ମାଗଣା ରହିବ ।

ସେହିପରି ଡ୍ରାଇଭର ପାଇଁ ଆବେଦନ କରିଥିବା ବ୍ୟକ୍ତି ବିଶେଷଙ୍କ ନିକଟରେ ବୈଧ ଥିବା ଡ୍ରାଇଭିଂ ଲାଇସେନ୍ସ ଥିବା ନିହାତି ଆବଶ୍ୟକ । ତେବେ ଆବେଦନ କରିବାର ଶେଷ ତାରିଖ ଉପରୋକ୍ତ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ରଖାଯାଇଛି ।