ଡାକ ବିଭାଗରେ ଖୋଲିଲା ନିଯୁକ୍ତି ପସରା ! ୧୦ମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ ।

ଆଶାୟୀମାନଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

703

ଭାରତୀୟ ଡାକ ସେବା ( ଇଣ୍ଡିଆନ ପୋଷ୍ଟାଲ ସର୍ଭିସ) ପକ୍ଷରୁ ଗ୍ରାମୀଣ ଡାକ ସେବକ ପଦ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ଚୟନ ହୋଇଥିବା ଆଶାୟୀମାନଙ୍କର ପୋଷ୍ଟିଙ୍ଗ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ପୋଷ୍ଟ ଅଫିସରେ କରାଯିବ । ଯେଉଁ ଆଶାୟୀ ମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ଡାକ ସେବାର ୱେବସାଇଟରେ ଯାଇ ଆବେଦନ କରିପାରିବେ ।

୨୨୮୬ ଗ୍ରାମୀଣ ଡାକ ସେବକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦଗୁଡିକରେ ଓବିସି ପାଇଁ ୫୩୬, ଏସସି ପାଇଁ ୨୪୨ ଏବଂ ଏସଟି ପାଇଁ ୧୮୭ ଏବଂ ଅଣସଂରକ୍ଷିତ ବର୍ଗ ପାଇଁ ୧୦୦ଟି ପଦ ଉଦ୍ଦିଷ୍ଟ ରହିଛି ।

ଯୋଗ୍ୟତା : ଏହି ପଦଗୁଡିକ ପାଇଁ କୌଣସି ଏକ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀମାନେ ଆବେଦନ କରିପାରିବେ ।

ବୟସ ସୀମା : ପଦଗୁଡିକ ପାଇଁ ଆଶାୟୀମାନଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଫି : ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ୧୦୦ ଟଙ୍କାର ଫି ଦେବା ପାଇଁ ପଡିବ । କିନ୍ତୁ ଏସଟି ଏସସି ଏବଂ ମହିଳା ଆଶାୟୀମାନଙ୍କୁ କୌଣସି ପ୍ରକାର ଫିସ ଦେବାକୁ ପଡିବ ନାହିଁ ।

ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ରହିଛି ଡିସେମ୍ବର ୪ ତାରିଖ ୨୦୧୮ ।

କେମିତି କରିବେ ଆବେଦନ : ଇଚ୍ଛୁକ ଥିବା ଆଶାୟୀମାନେ ଡାକ ବିଭାଗର ୱେବସାଇଟ www.appost.in ରେ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ଆଶାୟୀମାନଙ୍କର ଚୟନ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କରାଯିବ ।