ଦଶମ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଇଣ୍ଡିଆନ ଅଏଲରେ ଚାକିରୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମାସିକ ଦରମା ୧୫ ହଜାରରୁ ବି ଅଧିକ, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

130

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ପକ୍ଷରୁ ୩୪୪ ଟ୍ରେଡ ଆଟେଣ୍ଡାଂଟ ଏବଂ ଟେକନିସିଆନ ଆଟେଣ୍ଡାଂଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ସେପ୍ଟେମ୍ବ ୨୧ ତାରିଖ ସୁଦ୍ଧା ଏହି ପଦଗୁଡିକ ପାଇଁ ଆବେଦନ କରିପାରିବେ । ଆଶାୟୀମାନେ ଆବେଦନ କରିବା ପୂର୍ବରୁ ଏହି ପଦ ପାଇଁ ସମ୍ବନ୍ଧୀତ ସୂଚନା ଜାଣିରଖିବା ଆବଶ୍ୟକ ।

ପଦ – ଟ୍ରେଡ ଆଟେଣ୍ଡାଂଟ ଏବଂ ଟେକନିସିଆନ ଆଟେଣ୍ଡାଂଟ

ପଦ ସଂଖ୍ୟା – ୩୪୪

ଯୋଗ୍ୟତା – କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ପାସ୍, ଆଇଟିଆଇ ଡିପ୍ଲୋମା ଏବଂ ଗ୍ରାଡୁଏସନ କରିଥିବା ଆବଶ୍ୟକ ।

ବୟସ ସୀମା – ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ  ।

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ଇଂଟରଭିୟୁ ଜରିଆରେ କରାଯିବ ।

ଅନ୍ତିମ ତାରିଖ –ସେପ୍ଟେମ୍ବର ୨୧, ୨୦୧୮

ଦରମା – ୧୦,୫୦୦ ରୁ ୨୪,୫୦୦

ଆବେଦନ ଶୁଳ୍କ – ଆଶାୟୀମାନେ ସମ୍ପୂର୍ଣ୍ଣ ମାଗଣାରେ ଆବେଦନ କରିପାରିବେ  ।

ଆବେଦନ ପ୍ରକ୍ରିୟା – ପଦ ପାଇଁ ଇଚ୍ଛୁକ ଥିବା ଆଶାୟୀମାନେ ଅଫିସିଆଲ ୱେବସାଇଟ www.iocl.com ରେ ଲଗ ଇନ କରି ଆବେଦନ କରିପାରିବେ  ।