ଏଣିକି ହାତକୁ ହାତ ମିଳିବ ଘରୋଇ ଗ୍ୟାସ ସିଲିଣ୍ଡର । ଦରକାର ପଡିବନି କୌଣସି ବି ପ୍ରମାଣପତ୍ର

254

ଅଧିକାଂଶ ସମୟରେ ନଜିର ରହିଛି କି, ଲୋକେ ଘରୋଇ ଗ୍ୟାସ ସିଲିଣ୍ଡର ନେବାକୁ ଚାହୁଁଥିବେ ହେଲେ ଆଡ୍ରେସ ପ୍ରୁଫ୍ ନଥିବା କାରଣରୁ ସେମାନଙ୍କୁ ଏହା ମିଳିପାରିନଥାଏ ।  ତେଣୁ ଏଭଳି ହିଁ କିଛି ଲୋକମାନଙ୍କ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଆଇଏସି ଏକ ଖାସ୍ ସୁବିଧା ଆରମ୍ଭ କରିଛି । ଯାହା ଦ୍ୱାରା ଗ୍ରାହକଙ୍କୁ ବିନା କୌଣସି ଆଡ୍ରେସ ପ୍ରୁଫରେ ଗ୍ୟାସ ସିଲିଣ୍ଡର ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ଇଣ୍ଡିଆନ ଅଏଲର ଏହି ବିଶେଷ ସୁବିଧା ସଂପର୍କରେ ।

ଇଣ୍ଡିଆନ ଅଏଲ କର୍ପୋରେସନ ଶୁକ୍ରବାର ଦିନ ଟୁଇଟ କରି ଏସଂପର୍କରେ ସୂଚନା ଦେଇଛି କି , ଏଣିକି ଗ୍ରାହକଙ୍କୁ ହାଣ୍ଡ ଟୁ ହାଣ୍ଡ ରୋଷେଇ ଗ୍ୟାସ ସିଲିଣ୍ଡର ମିଳିବ । ଟୁଇଟରେ କୁହାଯାଇଛି କି, ଏଣିକି କୌଣସି ବି ଗ୍ରାହକ ୫ କିଲୋ ଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର ହାଣ୍ଡ ଟୁ ହାଣ୍ଡ କିଣିପାରିବେ । ଅର୍ଥାତ୍ ଗ୍ରାହକଙ୍କୁ ଟଙ୍କା ଜମା କରିବା କ୍ଷଣି ହିଁ ୫ କିଲୋଗ୍ରାମର ରୋଷେଇ ଗ୍ୟାସ୍ ମିଳିବ । ଏବେ ଗ୍ରାହକଙ୍କୁ ଅପେକ୍ଷା କରିବାର ଆଉ ଦରକାର ପଡିବ ନାହିଁ ।

କଂପାନୀ ସୂଚନା ମୁତାବକ, ଗ୍ରାହକ ନିଜ ସହରରେ ଇଣ୍ଡିଆନର କୌଣସି ବି ଡଷ୍ଟ୍ରିବ୍ୟୁଟର କିମ୍ବା ପଏଂଟ ଅଫ ସେଲକୁ ଯାଇ ୫ କିଲୋ ଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର କିଣିପାରିବେ । କଂପାନୀ କହିଛି କି, ୫ କିଲୋ ଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ହେଲେ ଗ୍ରାହକଙ୍କୁ କୌଣସି ଆଡ୍ରେସ ପ୍ରୁଫ ଦେବାକୁ ପଡିବ ନାହିଁ । କେବଳ ଟଙ୍କା ଦେବେ ଆଉ ଗ୍ୟାସ ନେଇଯିବେ ।

ସେହିପରି ଯଦି ଏହାର ଦାମ ସହର ହିସାବରେ ସ୍ଥିର କରାଯାଇଛି । ଆଇଓସିର ଆଧିକାରୀକ େଓବସାଇଟ୍ ମୁତାବକ, ଦିଲ୍ଲୀରେ ୫ କିଲୋ ବାଲା ସିଲିଣ୍ଡରର ଦାମ ବିନା ସବିସିଡିର ୩୪୦ ଟଙ୍କା ରହିଛି ।

କଂପାନୀ ଅନୁସାରେ, ଗ୍ରାହକ ଇଣ୍ଡିଆନର କୌଣସି ବି ସେଲିଂ ପଏଂଟରେ ୫ କିଲୋ ଗ୍ରାମର ରୋଷେଇ ଗ୍ୟାସ ସିଲିଣ୍ଡର ରିଫିଲ କରିପାରିବେ । ଏହି ସିଲିଣ୍ଡର ବିଆଇଏସ ପ୍ରମାଣିତ ସିଲିଣ୍ଡର ଅଟେ, ଯେଉଁଥିରେ ସୁରକ୍ଷା ଆହୁରୀ ବଢିଯାଇଥାଏ ।