ଗାଡି ଚାଳକ ସାବଧାନ ! ଏଣିକି ଲାଇସେନ୍ସ ଥାଇ ବି ଚଲାଇ ପାରିବେନି ଗାଡି, ଦେବାକୁ ପଡିବ ଜରିମାନା

33

କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ଟ୍ରାନ୍ସପୋର୍ଟ କମିସନରଙ୍କୁ ଚିଠି ଲେଖି କାର ଏବଂ ଏସୟୁଭିରେ ବ୍ୟବହୃତ କ୍ରାସ ଗାର୍ଡର ବ୍ୟବହାରକୁ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୋଟା ରକମର ଜରିମାନା ମଧ୍ୟ ଲାଗୁ କରାଯିବ ।

କ୍ରାସ ଗାର୍ଡ ସାଧାରଣତଃ ବୁଲ ଗାର୍ଡ ନାମରେ ଜଣାଯାଇଥାଏ । ମନ୍ତ୍ରାଳୟ ଚେତାବନୀ ଦେଇ କହିଛି କି, ଯଦି କୌଣସି ଗାଡିରେ ଅବୈଧ ଢଙ୍ଗରେ କ୍ରାସ ଗାର୍ଡ ଲଗାହୋଇଥିବାର ନଜର ଆସେ ତେବେ ଉକ୍ତ ଗାଡି ମାଲିକଙ୍କ ବିରୋଧରେ ମୋଟର ହ୍ୱିକଲ ଆକ୍ଟର ଧାରା ୫୨ ଅନୁସାରେ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଜରିମାନା ମଧ୍ୟ ଲାଗୁ କରାଯିବ ।

ସୂଚନା ମୁତାବକ, ଅଧିକାଂଶ କାର ଚାଳକ ଦୁର୍ଘଟଣା ସମୟରେ ନିଜ ଗାଡିର କମ କ୍ଷତି ହେବା ଉଦ୍ଦେଶ୍ୟରେ କ୍ରାସ ଗାର୍ଡ ବ୍ୟବହାର କରିଥାନ୍ତି । ଯାହାକି ସିଧାସଳଖ ଗାଡିର ଫ୍ରେମ ସହ ସଂଯୋଗ ହୋଇଥାଏ । ଯେଉଁଥିପାଇଁ ଦୁର୍ଘଟଣା ଘଟିଥିବା କାରକୁ ଅଧିକ କ୍ଷତି ହୋଇଥାଏ । ଏହାଛଡା ଗାଡିରେ ବସିଥିବା ଲୋକ ମଧ୍ୟ ଅଧିକ ଆଘାତ ଲାଗିଥାନ୍ତି । ଖାଲି ସେତିକି ନୁହେଁ, ଏହାଦ୍ୱାରା କାହାର ଜୀବନ ମଧ୍ୟ ଚାଲିଯାଇପାରେ । କାରଣ, ଧକ୍କା ହେବା ଦ୍ୱାରା ଏହା ଏୟରବ୍ୟାଗକୁ ଖୋଲିବାରେ ରୋକିଥାଏ । ଆଜିକାଲି ଯେଉଁସବୁ କାରଗୁଡିକ ନିର୍ମାଣ କରାଯାଉଛି ସେଗୁଡିକ ଫୁଟପାତରେ ଚାଲୁଥିବା ଲୋକମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ବି ତିଆରି କରାଯାଇଥାଏ । ଯାହାଦ୍ୱାରା କି ଧକ୍କା ଦେବା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତିବିଶେଷଙ୍କୁ କମ ଆଘାତ ଲାଗିବ । ମାତ୍ର ବୁଲ ଗାର୍ଡ ହେବା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତିବିଶେଷଙ୍କର ମୃତ୍ୟୁ ଏକପ୍ରକାରେ ସୁନିଶ୍ଚିତ ହୋଇପାରେ ।

ଏଠାରେ ଆମେ କହି ରଖୁଛୁ କି, ବୁଲ ଗାର୍ଡ ସାଧାରଣତଃ ଷ୍ଟିଲରେ ନିର୍ମିତ । ଯେଉଁଥିପାଇଁ ଏହା ଗାଡିର ଓଜନ ଠାରୁ ବି ଅଧିକ ହୋଇଥାଏ । ଯାହାଦ୍ୱାରା କାରର ପରଫର୍ମାନ୍ସ ଉପରେ ଫରକ ପଡିଥାଏ ଏବଂ ମାଇଲେଜ ମଧ୍ୟ କମ୍ ହୋଇଯାଇଥାଏ ।