ଚୀନ-ପାକିସ୍ତାନ ପଟୁ ବିପଦ । ହେଲେ ଭାରତ ପାଖରେ ନାହିଁ ପର୍ଯ୍ୟାପ୍ତ ଗୋଳାବାରୁଦ । ଯୁଦ୍ଧ ହେଲେ ୧୦ ଦିନରେ ସରିଯିବ

74

ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ସିଏଜିର ଏକ ରିପୋର୍ଟରେ ଦର୍ଶାଯାଇଛି କି ଭାରତୀୟ ସେନା ପାଖରେ ଆବଶ୍ୟକ ପରିମାଣରେ ଗୋଳାବାରୁଦ ମହଜୁଦ ନାହିଁ । ବର୍ତ୍ତମାନ ଯୁଦ୍ଧ ପାଇଁ ଯେତିକି ଗୋଳା-ବାରୁଦା ରହିଛି ତାହା ଆଉ କିଛି ଦିନ ତଥା ୧୦ ଦିନ ଭିତରେ ଶେଷ ହୋଇଯିବ ।

ଖାଲି ସେତିକି ନୁହେଁ ରିପୋର୍ଟରେ ଉଲ୍ଲେଖ ରହିଛି ୨୦୧୬ରେ ୧୫୨ ପ୍ରକାରର ଗୋଳାବରୁଦ ୩୧ରୁ ୪୦ ଦିନ ପାଇଁ, ୧୨ ପ୍ରକାରର ଗୋଳାବାରୁଦ ୩୦ରୁ ୪୦ ଦିନ ପାଇଁ ଓ ୨୬ ପ୍ରକାରର ଗୋଳାବାରୁଦ ୨୦ ଦିନ ପାଇଁ ଷ୍ଟକ ରହିଥିଲା । ତେବେ ସେନାରେ ଗୋଳାବାରୁଦ ଅଭାବ ଭଳି ସମସ୍ୟା କିଛି ନୂଆ କଥା ନୁହେଁ । କାରଣ ପୂର୍ବରୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା ମାତ୍ର ସେତେବେଳେ ଏହାକୁ ନିୟନ୍ତ୍ରଣକୁ ଆଣାଯାଇପାରିଥିଲା ।

ରିପୋର୍ଟରେ କୁହାଯାଇଛି କି, ଦେଶର ଗୋଳାବାରୁଦ କାରଖାନାଗୁଡିକ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରି ନପାରିବା ସହିତ କ୍ଷତିଗ୍ରସ୍ତ ସାମଗ୍ରୀଗୁଡିକୁ ମରାମତି ମଧ୍ୟ ଠିକସେ କରିପାରୁ ନାହିଁ । ଗୋଳାବାରୁଦ ଡିପୋରେ କର୍ମୀମାନଙ୍କର ଅଭାବ ରହିଛି ଏବଂ ଗଚ୍ଛିତ ଉପକରଣରୁ ଦୁର୍ଘଟଣା ଘଟିବାର ଆଶଙ୍କା ବି ରହିଛି । ରିପୋର୍ଟ ମୁତାବକ, ଚଳିତ ବର୍ଷ ଜାନୁଆରୀରେ ଆର୍ମିର ଗୋଳାବାରୁଦ ମ୍ୟାନେଜମେଂଟର ଫଲୋଅପ୍ ଅଡିଟ କରାଯାଇଥିଲା ।

ଯେଉଥିରେ ଦର୍ଶାଯାଇଛି କି, ଆବଶ୍ୟକତା ହିସାବରେ ସେନା ନିକଟରେ ଗୋଳାବାରୁଦ ଗଚ୍ଛିତ ରହିଛି । ସୁରକ୍ଷା ମନ୍ତ୍ରଣାଳୟ ୪୦ ଦିନର ସମୟ ସୀମା ମଧ୍ୟରେ ଏହି ଗଚ୍ଛିତ ଗୋଳାବାରୁଦକୁ ମଂଜୁରୀ ଦେଇଛି । ମାତ୍ର ୧୯୯୯ ମସିହାରେ ଏହାକୁ କମାଇ ୨୦ ଦିନ ପାଇଁ କରାଯାଇଥିଲା । ଏଭଳି ସ୍ଥିତିରେ କ୍ୟାଗର ରିପୋର୍ଟ ଦେଶରେ ଗୋଳାବାରୁଦର ଅଭାବକୁ ସ୍ପଷ୍ଟ କରିଛି । କ୍ୟାଗ ରିପୋର୍ଟ ଅନୁସାରେ ୨୦୧୬ରେ ୧୫୨ ପ୍ରକାରର ଗୋଳାବରୁଦ ୩୧ରୁ ୪୦ ଦିନ ପାଇଁ, ୧୨ ପ୍ରକାରର ଗୋଳାବାରୁଦ ୩୦ରୁ ୪୦ ଦିନ ପାଇଁ ଓ ୨୬ ପ୍ରକାରର ଗୋଳାବାରୁଦ ୨୦ ଦିନ ପାଇଁ ଷ୍ଟକ ରହିଥିଲା ।

ସେହିପରି ୨୦୦୮ରୁ ୨୦୧୩ ମଧ୍ୟରେ ଏହାର କିଣାବିକା ନେଇ ୯ ଆଇଟମ ଚିହ୍ନଟ କରାଯାଇଥିଲା । ୨୦୧୪ରୁ ୨୦୧୬ ମଧ୍ୟରେ ଏଥିମଧ୍ୟରୁ ପାଂଚଟିର ହିଁ କଂଟ୍ରାକ୍ଟ ଉପରେ କାମ ହୋଇପାରିଛି । ଅଭାବୀ ଭଳି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି କି, ମନ୍ତ୍ରଣାଳୟର ଆର୍ଥିକ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ଏଥିସହିତ ୮ ପ୍ରକାର ଆଇଟମର ଚିହ୍ନଟ ମଧ୍ୟ ହୋଇଛି । ଯାହାର ଉତ୍ପାଦନ ଭାରତରେ ହେବ । ଅଧିକତର ସପ୍ଲାଇ ଅଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ପକ୍ଷରୁ କରାଯାଇଥାଏ । କିନ୍ତୁ ଉତ୍ପାଦନର ଲକ୍ଷ ପୁରଣ ହୋଇପାରିନାହିଁ । ଏଥରକ ବୋର୍ଡର ଉତ୍ତର ସନ୍ତୋଷଜନକ ମିଳିପାରିନାହିଁ ।

ସୌଜନ୍ୟ: ଏନଡିଟିଭି