ପ୍ରକାଶ ପାଇଲା ଭାରତର ସବୁଠୁ ବିଶ୍ୱସ୍ତ ନେତାଙ୍କ ତାଲିକା ! ଜାଣନ୍ତୁ ଏହି ଲିଷ୍ଟରେ କେଉଁ ନେତାଙ୍କୁ ମିଳିଛି କେତେ ଜନମତ

38

ବିଶ୍ୱାସନୀୟ ନେତା – ସ୍ୱାଧିନତାର ଲଢେଇରେ ଯେଉଁ ଭାରତୀୟ ତଥା କ୍ରାନ୍ତିକାରୀମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାସନକୁ ଆସିଥିଲେ । ଗାନ୍ଧି ଅହିଂସା ଦ୍ୱାରା ଦେଶକୁ ସ୍ୱତନ୍ତ୍ରତା ଦେବାରୁ ତାଙ୍କୁ ରାଷ୍ଟ୍ରପିତାର ମାନ୍ୟତା ପ୍ରଦାନ କରାଯାଇଥିଲା । ସେହପିର ସ୍ୱାଧିନତା ଅନୁଗାମୀ ପ୍ରମୁଖ ଲୋକ ଯେପରିକି ନେହରୁଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା ।

ତେବେ ଦେଶ ସ୍ୱାଧିନ ହେବା ପରେ ଯିଏ ବି ଶାସନ ଗାଦିରେ ବସିଲେ, ସେମାନଙ୍କର ଏକମାତ୍ରା ଉଦ୍ଦେଶ୍ୟ ରହିଥିଲା କି ଦେଶର ବିକାଶ କରିବା ସହିତ ଦେଶରେ ଗରିବୀ ଓ ବାସହରା ଲୋକଙ୍କୁ ସାହାର୍ଯ୍ୟ କରିବା । କାରଣ ସେସମୟରେ ଦେଶରେ ଭ୍ରଷ୍ଟାଚାରର କୌଣସି ସ୍ଥାନ ହିଁ ନଥିଲା । କାରଣ ପ୍ରତ୍ୟେକଙ୍କ ହୃଦୟ ଭିତରେ ଦେଶ ସେବା ଯେଉଁ ଭରିରହିଥିଲା । କିନ୍ତୁ ଆଜିର ଚିତ୍ର ପୂରାପୂରି ଅଲଗା । ଆଜିର ଦିନରେ ଶାସନ ଗାଦି ଅଳକୃତ କରୁଥିବା ପ୍ରତ୍ୟେକଟି ରାଜନେତା ଦେଶର ବିକାଶ ପୂର୍ବରୁ ପ୍ରଥମେ ନିଜର ବିକାଶ ବିଷୟରେ ଚିନ୍ତା କରୁଛନ୍ତି । କହିବାକୁ ଗଲେ ଭ୍ରଷ୍ଟାଚାର ମାମଲାରେ ରାଜନେତାମାନେ ରହିଛନ୍ତି ସର୍ବାଗ୍ରେ । ବିକାଶ କ୍ଷେତ୍ରରେ ଆଜି ଆମ ଦେଶ ଯେଭଳି ତଳକୁ ତଳ ଖସି ଚାଲିଛି ଓ ବେରୋଜଗାରୀ ଯେଭଳି ଭାବରେ ବଢି ଚାଲିଛି, ଏହାର ସବୁ ଶ୍ରେୟ ଯାଉଛି ଆମ ରାଜନେତାଙ୍କୁ । ରାଜନୀତି ଏବଂ ନେତାଙ୍କ ସଂପର୍କରେ ଭାରତରେ ଯେଉଁଠି ବି ଆଲୋଚନା କରାଯାଏ, ସେଠାରେ ଭ୍ରଷ୍ଠାଚାର ଏବଂ ଘୋଟାଲାର ନାଁ ଆଗେ ନିଶ୍ଚୟ ଉଠିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦେଶରେ କିଛି ବଛା ବଛା ନେତା ଏଭଳି ବି ଅଛନ୍ତି , ଯେଉଁମାନେ କି ସର୍ଚ୍ଚୋଟ ଭାବେ ରାଜନୀତିର ଖେଳ ଖେଳୁଛନ୍ତି ଆଉ ଯାହାଙ୍କ ଧଳା ପୋଷାକରେ ଘୋଟାଲା ଏବଂ ଭ୍ରଷ୍ଟାଚାରର ସାମାନ୍ୟତମ ଦାଗ ଦେଖିବାକୁ ମିଳିନଥାଏ ।

ଏକଥା ଆମେ କହୁନାହୁଁ ବରଂ ନିକଟରେ ପ୍ରକାଶ ପାଇଥିବା ଇଣ୍ଡିଆ ଟୁଡେ ଗ୍ରୁପର ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ରିପୋର୍ଟକୁ ଆଧାର କରି ଦେଶର ସବୁଠାରୁ ବିଶ୍ୱାସନୀୟ ନେତାମାନଙ୍କ ତାଲିକା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଜନତାଙ୍କ ହିସାବରେ ରାଜନୀତିର ଅଳିଆଗଦା ମଧ୍ୟରେ ସବୁଠୁ ବିଶ୍ୱାସନୀୟ ନେତା କିଏ ?

ରାହୁଲ ଗାନ୍ଧି

ଯଦିଓ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଆସନରେ ବସି ନାହାଁନ୍ତି କିନ୍ତୁ ସେ ରାଜନୀତିରେ ସବୁବେଳେ ସକ୍ରିୟ ରହିଆସିଛନ୍ତି । ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧି କଂଗ୍ରେସ ପାର୍ଟିର ଅଧକ୍ଷ । ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟରେ ୨୦୧୪ରେ କେବଳ ୪ ପ୍ରତିଶତ ଲୋକ ହିଁ ରାହୁଲ ଗାନ୍ଧିଙ୍କ ପାଇଁ ଭୋଟ କରିଥିଲେ , ଯେବେକି ଚଳିତ ବର୍ଷ ସର୍ଭେରେ ରାହୁଲ ଗାନ୍ଧିଙ୍କୁ ବହୁ ପ୍ରତିଶତ ଲୋକେ ବିଶ୍ୱାସନୀୟ ତଥା ବିଶ୍ୱସ୍ତ ନେତା ବୋଲି ମତଦେଇଛନ୍ତି ।

ଅରବିନ୍ଦ କେଜରିୱାଲ

ସଚ୍ଚୋର୍ଟ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜରିୱାଲ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଶାସନ ଗାଦିରେ ବସିଲା ପରେ ଯଦିଓ ସେ ସେଭଳି କିଛି ବଡ କାମ କରି ଦେଖାଇ ପାରିନାହାଁନ୍ତି ତେବେ ଅତି କମରେ ସେ ଦିଲ୍ଲୀରେ ଶାସନ କରି ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କ ଭଳି କୌଣସି ଘୋଟାଲାରେ ସଂପୃକ୍ତ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ ଅରବିନ୍ଦ ସବୁବେଳେ ବିଶ୍ୱାସନୀୟ ନେତା ଭାବରେ ନିଜର କତ୍ତବ୍ୟ ପାଳନ କରି ଆସୁଛନ୍ତି । ତେବେ ଅରବିନ୍ଦଙ୍କୁ ଏହି ସର୍ଭେରେ ପାଖାପାଖି ୧୮ ପ୍ରତିଶତ ଲୋକେ ବିଶ୍ୱସ୍ତ ବୋଲି କହିଛନ୍ତି ।

ନରେନ୍ଦ୍ର ମୋଦି

ଦେଶର ସବୁଠୁ ବିଶ୍ୱାସନୀୟ ତଥା ବିଶ୍ୱସ୍ତ ନେତାଙ୍କ ମଧ୍ୟରୁ ନରେନ୍ଦ୍ର ମୋଦିଙ୍କୁ ମିଳିଛି ବେଶି ଜନମତ । ଅଗଷ୍ଟ ୨୦୧୪ ତୁଳନାରେ ମୋଦିଙ୍କୁ ୫ ପ୍ରତିଶତ ଭୋଟ କମ ମିଳିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩୬ ପ୍ରତିଶତ ଲୋକ ବିଶ୍ୱାସନୀୟ ନେତା ବୋଲି ଗ୍ରହଣ କରିଥିଲେ, ଯେବେକି ଚଳତ ବର୍ଷ ଏହି ସଂଖ୍ୟା ୫ ପ୍ରତିଶତରୁ ହ୍ରାସ ପାଇ ୩୧ ପ୍ରତିଶତ ହୋଇଯାଇଛି । ତେବେ ଜନତାଙ୍କ ହିସାବରେ ମୋଦି ସବୁଠୁ ଅଧିକ ବିଶ୍ୱସ୍ତ, ବିଶ୍ୱାସଯୋଗ୍ୟ, କର୍ତ୍ତବ୍ୟନିଷ୍ଠ ତଥା ସଚ୍ଚୋର୍ଟ ନେତା ଅଟନ୍ତି ।