ଆପଣ କିଣିଥିବା ସ୍ମାର୍ଟଫୋନ ଚୋରା ନୁହେଁ ତ ? ଏହି ଗୋଟିଏ ନମ୍ବରରେ ମେସେଜ ପଠାଇ ଜାଣନ୍ତୁ ମୋବାଇଲ ସଂପର୍କିତ ସମସ୍ତ ତଥ୍ୟ

64

ଦେଶରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ମୋବାଇଲ ଚୋରି ଜନିତ ସମସ୍ୟା । ସେହିଭଳି ଏହି ଚୋରି ହୋଇଥିବା ମୋବାଇଲକୁ କିଣି ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡିଛି । ତେଣୁ ଲୋକଙ୍କର ଏହି ସମସ୍ୟାକୁ ଦୃଷ୍ଟି ରେ ରଖି ଦୂର ସଂଚାର ମନ୍ତ୍ରାଳୟ ତରଫରୁ ଏକ ହେଲପଲାଇନ ନମ୍ବର ଜାରି କରାଯାଇଛି, ଯାହା ଜରିଆରେ ଉପଭୋକ୍ତା ଜାଣିପାରିବେ କି ସେ କିଣୁଥିବା କିମ୍ବା କିଣିଥିବା ମୋବାଇଲଟି ଚୋରା କି ନୁହେଁ ।

ଏଥିପାଇଁ ଉପଭୋକ୍ତାଙ୍କୁ ବାସ୍ ଦୂର ସଂଚାର ବିଭାଗର ହେଲ୍ପଲାଇନ ୧୪୪୨୨ ନମ୍ବରରେ ଏକ ମେସେଜ ପଠାଇବାକୁ ହେବ । ଏହାପରେ ଆପଣ ସ୍ପଷ୍ଟ ହୋଇଯିବେ କି ଆପଣ କିଣୁଥିବା ପୁରୁଣା ମୋବାଇଲଟି ଚୋରି କି ନୁହେଁ । ଚୋରା ଏବଂ ବଦଳା ଯାଇଥିବା ଇଂଟରନ୍ୟାସନାଲ ମୋବାଇଲ ଡକ୍ୟୁମେଂଟ ଆଇଡେଂଟିଟି ବାଲା ମୋବାଇଲ ଫୋନ ଜରିଆରେ ଅପରାଧିକ ତଥା ଆତଙ୍କିୟ ଗତିବିଧି ବୃଦ୍ଧି ପାଇବା ମାମଲାକୁ ଦୃଷ୍ଟିରେ ରଖି ଏହି ରାସ୍ତା ବାହାର କରାଯାଇଛି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ଯେଭଳି ମୋବାଇଲ କିଣିବା ସମୟରୋ ଠକାମୀର ଶିକାର ନ ହୁଅନ୍ତୁ । କାହିକି ନା ଲୋକେ ଶସ୍ତାରେ ପାଇ କିଛି ବୁଝିନଶଝିୁ ମୋବାଇଲ କିଣିପକାନ୍ତି , ଯାହାଦ୍ୱାରା କି ତାଙ୍କୁ ପରବର୍ତ୍ତି ସମୟରେ ବଡ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ନମ୍ବର କହିବ ସତ

ଉପଭୋକ୍ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ଫୋନ କିଣିବା ସମୟରେ ହେଲପଲାଇନ ନମ୍ବର ୧୪୪୨୨ରେ KYM (IMEI )ମେସେଜ ପଠାଇବାକୁ ପଡିବ । ଏହି ମେସେଜ ପଠାଇବା ପରେ ଆପଣସ୍ପଷ୍ଟ ହୋଇଯିବ କି ଆଇଏମଇଆଇ ନମ୍ବର ବଦଳା ଯାଇଛି କି ନାହିଁ । ଏଥିସହିତ ହିଁ ଏହା ବି ସ୍ପଷ୍ଟ ହୋଇଯିବ କି ମୋବାଇଲର ନିର୍ମାତା କଂପାନୀ କିଏ । ସେକେଣ୍ଡ ହ୍ୟାଣ୍ଡ ମୋବାଇଲରେ ଜାରି ଆଇଏମଇଆଇ କେଉଁ ବ୍ରାଣ୍ଡର କିମ୍ବା ମଡେଲକୁ ସପୋର୍ଟ କରେ । କାରଣ ଏହି ଆଇଏମଇଆଇ ନମ୍ବର ପ୍ରତ୍ୟେକ ଫୋନ ନିର୍ମାତା କଂପାନୀର ଫୋନ ଏବଂ ମଡେଲ ପାଇଁ ପୃଥକ ପୃଥକ ହୋଇଥାଏ । କାରଣଏହି ନମ୍ବର ଏକପ୍ରକାରର ହ୍ୟାଣ୍ଡ ସେଟକୁ ଚିହ୍ନଟ କରିବାର ସଂଖ୍ୟା ଅଟେ । ଚୋରା କିମ୍ବା ଅନ୍ୟ ତରିକାରେ ମୋବାଇଲ ହାସଲ କରୁଥିବା ଲୋକ ଫୋନର ଇଆଇଏମଇଆଇ ନମ୍ବର ବଦଳାଇ ଦିଅନ୍ତି , ଯାହା କିଣୁଥିବା ବ୍ୟକ୍ତିବିଶେଷଙ୍କୁ ବିପଦରେ ପକାଇ ଦେଇଥାଏ । ଉପଭୋକ୍ତା ଞ୍ଚ୰୦୬୰ ଡାଏଲ କରି ନିଜ ମୋବାଇଲର ଆଇଏମଇଆଇ ଜାଣିପାରିବେ ।

ସେହିପରି, ସି-ଡଟ ଦ୍ୱାରା ବନ୍ଧନ ଆପ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ଜରିଆରେ ହେକେଣ୍ଡ ହ୍ୟାଣ୍ଡ ମୋବାଇଲର ବାସ୍ତବତା ସଂପର୍କରେ ସମସ୍ତ ସୂଚନା ପାଇପାରିବେ । ସରକାର ଆଇଏମଇଆଇ ବଦଳାଇବା ଉପରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହିତ ଜରିମାନା ଲାଗୁ କରିଛନ୍ତି ।