ଏପ୍ରିଲ୍ ପହିଲାରୁ ହିଁ ବଦଳିଯିବ ଆୟକର ବିଭାଗର ୫ଟି ବଡ ନିୟମ ! ଜାଣନ୍ତୁ ସେଗୁଡିକ କଣ. . .

37

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିକଟରେ ଉପସ୍ଥାପନା କରିଥିବା ବଜେଟରେ କରଜଦାତାଙ୍କୁ କୌଣସି ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । କିନ୍ତୁ ସେ ଚାକିରିପେସାକୁ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ନିଶ୍ଚୟ ଦେଇଦେଇଛନ୍ତି । ସାଧାରଣ ବଜେଟର ସମସ୍ତ ପ୍ରସ୍ତାବ ଏପ୍ରିଲ୍ ୧, ୨୦୧୮ରୁ ହିଁ କାର୍ଯ୍ୟକାରୀ କରିଦିଆଯିବ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କ ଇନକମ୍ ଟାକ୍ସ ସହ ଜଡିତ ଏଭଳି କିଛି ନିୟମ ସଂପର୍କରେ ଯାହାକି ଏପ୍ରିଲ୍ ପହିଲାରୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇ ତାକୁ ପୁଣି ଥରେ ଲାଗୁ ହେବାକୁ ଯାଉଛି ।

ଆୟ ଉପରେ ଦେବାକୁ ପଡିବ ଏକ ପ୍ରତିଶତ ଅତିରିକ୍ତ ସେସ୍

ସାଧାରଣ ବଜେଟ-୨୦୧୮ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଜୁକେସନ ଆଣ୍ଡ ସେଲ୍ଥ ସେସ୍ ଉପରେ ମଧ୍ୟ ମୁନାଫାର ଘୋଷଣାନାମା କରିଛନ୍ତି । ଏହା ଅନୁସାରେ, ଏବେ ଏଜୁକେସନ ଆଣ୍ଡ୍ ହେଲ୍ଦି ସେସ ୩ ପରିବର୍ତ୍ତେ ୪ ପ୍ରତିଶତ ଦେବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ଏଣିକି ୧ ଏପ୍ରିଲରୁ ଏକ ପ୍ରତିଶତ ଅତିରିକ୍ତ ସେସ୍ ଦେବାକୁ ପଡିବ ।

୧ ଏପ୍ରିଲ ଠାରୁ ସେୟାର ବଜାରର ରୋଜଗାର ଉପରେ ଲାଗୁହେବ LTCG

ସାଧାରଣ ବଜେଟରେ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ଟ୍ୟାକ୍ସକୁ ନେଇ ସବୁଠାରୁ ବଡ଼ ଘୋଷଣା କରାଯାଇଛି । ସେୟାର ବଜାରରେ ଇକ୍ୱାଲିଟି ଲିଂକ୍ଡନ ଫଣ୍ଡରେ କରାଯାଇଥିବା ନିବେଶରେ ଯଦି ଏକ ବର୍ଷରେ ୧ ଲକ୍ଷ ଟଙ୍କା ଅଧିକ ରୋଜଗାର ହୁଏ, ତେବେ ବଜେଟ୍ ବର୍ଷକୁ ୧୦ ପ୍ରତିଶତ LTCG ବାବଦକୁ ଦେବା ପାଇଁ ପଡିବ । ଯଦି ୧ ଲକ୍ଷ ଟଙ୍କାରୁ କମ ହୁଏ, ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ମିଳିବ ନାହିଁ Transport allowance କିମ୍ବା Medical reimbursementeର ସୁବିଧା 

୧ ଏପ୍ରିଲ ୨୦୧୮ରୁ ଆପଣଙ୍କୁ Transport allowance କିମ୍ବା Medical reimbursementeର ସୁବିଧା ମିଳିବ ନାହିଁ । ସୂଚନାନୁସାରେ, କର୍ମଚାରୀଙ୍କ ପାଇଁ ଏକ ବଡ଼ ଝଟକା । ଯଦିଓ ଆପଣଙ୍କୁ ଷ୍ଟାଣ୍ଡାର୍ଡ ଡିଡକ୍ସରର ଫାଇଦା ମିଳୁଛି । ତେବେ ଏହାର ବେଶୀ ଫାଇଦା ହେବ କି, ଏବେ କର୍ମଚାରୀଙ୍କ ଆୟରୁ ୪୦,୦୦୦ ଟଙ୍କା କାଟିବା ପରେ ଯେଉଁ ରାଶି ବଳିବ କିମ୍ବା ଯେଉଁ ଟ୍ୟାକ୍ସ ବ୍ରାକେଟରେ ଆସିବ, ସେଥିରେ ମଧ୍ୟ ଟ୍ୟାକ୍ସର ଗଣନା କରାଯିବ । ଏହାର ଅର୍ଥ ହେଲାକୁ ଗୋଟିଏ ପଟୁ ଏହା ଜନତାଙ୍କ ପାଇଁ ଏକ ଖୁସି ଖବର । କାରଣ ଏହି ଡିଡେକ୍ସ ପାଇଁ କୌଣସି ପ୍ରକାର ପ୍ରମାଣ ଦେବାକୁ ପଡିବ ନାହିଁ ।

ଦରମା ମିଳୁନଥିବା ବ୍ୟକ୍ତିଙ୍କୁ ମଧ୍ୟ NPS କ୍ଲିୟରାନ୍ସ ବାବଦକୁ ମିଳିବ ରିହାତି

NPS ଆକାଉଂଟ ହୋଲ୍ଡର୍ସ, ଯେଉଁମାନେ ସ୍ୱାସ୍ଥ୍ୟ ପାଇଁ ଟଙ୍କା ପାଉ ନାହାନ୍ତି, ଏବଂ ଆପଣଙ୍କ ଏକାଉଂଟରୁ କ୍ଲୋଜ କରିଥାନ୍ତି, ତେବେ ତାଙ୍କୁ ତାଙ୍କର ମୂଳ ଫଣ୍ଡର ୪୦ ପ୍ରତିଶତ ରାଶିରେ ଟ୍ୟାକ୍ସ ଦେବା ପାଇଁ ପଡିବ ନାହିଁ । ଏହି ବ୍ୟବସ୍ଥା ୧ ଏପ୍ରିଲରୁ ମିଳିବ । ସାଲାରୀ କ୍ଲାସର ଆକାଉଂଟ ହୋଲ୍ଡର ଟ୍ୟାକ୍ସର ରିହାତି ସୁବିଧା ଆରମ୍ଭରୁ ହିଁ ମିଳୁଛି, ଏବେ ଏହି ସୁବିଧା ନନୟ ସାଲରରୀ କ୍ଲାସର ଆକାଉଂଟ ହୋଲ୍ଡରକୁ ମଧ୍ୟ ମିଳିବ ।

ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟ୍ୟାକ୍ସ ଉପରେ ରିହାତି 

ଦେଶର ବରିଷ୍ଠ ନାଗରିକ (ସିନିୟର ସିଟିଜନ)ଙ୍କୁ ଏବେ ବ୍ୟାଙ୍କ କିମ୍ବା ଡାକଘରମାନଙ୍କରେ ଥିବା ଜମା ଟଙ୍କା ଉପରେ ବର୍ଷକୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ରାଶି ବାବଦକୁ ଟ୍ୟାକ୍ସ ଦେବା ପାଇଁ ପଡିବ ନାହିଁ । ଏହା ପୂର୍ବରୁ ଟ୍ୟାକ୍ସିରେ ରିହାତି ସୀମା ୧୦,୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ଇନକମ ଟ୍ୟାକ୍ସ ଆକ୍ଟର ଧାରା 80TTA ରେ ଏହି ସବୁଧା ମିଳୁଥିଲା । କିନ୍ତୁ ଏଥିରେ ନୂଆ ସେକ୍ସନ 80TTA ଯେ।ଡା ଯିବ । ଏହାର ଲାଭ ବରିଷ୍ଠ ନାଗରିକଙ୍କୁ FDs କିମ୍ବା FDsରେ ୫୦,୦୦୦ ଟଙ୍କା ସୁଧ ଟ୍ୟାକ୍ସ ଫ୍ରି ରହିବ ।