ବାର୍ଷିକ ଆୟରୁ ଦେବାକୁ ପଡିବ କେତେ ଟାକ୍ସ ? ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

49

ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ଇନକମ ଟାକ୍ସ ରିଟର୍ଣ୍ଣ ଭରିବା ଲାଗି ଆଉ ମାତ୍ର ଦିନ କେଇଟା ବାକି ରହିଛି । ଯଦି ଆପଣ ପ୍ରଥମ ଥର ପାଇଁ ଆଇଟିଆର ଭରୁଛନ୍ତି ଏବଂ ସେ ହିସାବରେ ଟାକ୍ସ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କର ଟାକ୍ସ ସ୍ଲେଭ ସଂପର୍କରେ ଜ୍ଞାନ ଥିବା ନିହାତି ଆବଶ୍ୟକ ।ଆପଣ ବର୍ଷ ସାରା ଯେତିକି ଇନକମ କରୁଛନ୍ତି, ସେ ହିସାବରେ ଆପଣଙ୍କଠାରୁ ଟାକ୍ସ ଆଦାୟ କରାଯାଇଥାଏ । ଆଉ ଏହି ଟାକ୍ସକୁ ଆପଣ ଭିନ୍ନ ଭିନ୍ନ ଜାଗାରେ ନିବେଶ କରିବାରୁ ରକ୍ଷା ମଧ୍ୟ ପାଇପାରିବେ । ଯାହା ସଂପର୍କରେ ଆମେ ଆଗକୁ ଆଲୋଚନା କରିଛୁ ।

ସୂଚନା ମୁତାବକ, ବର୍ତ୍ତମାନ ସମୟରେ ଆପଣଙ୍କୁ ଆପଣଙ୍କର ଆୟ ମୁତାବକ ୫ରୁ ୩୦ ପ୍ରତିଶତ ଟାକ୍ସ ପରିଶୋଧ କରିବାକୁ ପଡୁଛି । ବଜେଟ ବର୍ଷ ୨୦୧୭-୧୮ ପାଇଁ ଯଦି ଆପଣଙ୍କର ଆୟ ସାଢେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଆପଣଙ୍କୁ ଏଥିପାଇଁ କୌଣସି ଟାକ୍ସ ଦେବାକୁ ପଡିବ ନାହିଁ ।ସେହିପରି ୨.୫ ଲକ୍ଷ ଟଙ୍କା ଉପରେ ରହିଲେ ଏଥିପାଇଁ ଆପଣଙ୍କୁ ଦେବାକୁ ପଡିବ ୫ ପ୍ରତିଶତ ଟାକ୍ସ । ୫ରୁ ୧୦ ଲକ୍ଷ ଟଙ୍କା ଉପରେ ୨୦ ପ୍ରତିଶତ ଏବଂ ୧୦ରୁ ଅଧିକ ହେଲେ ଆପଣଙ୍କୁ ୩୦ ପ୍ରତିଶତ ଟାକ୍ସ ଦେବାକୁ ପଡିବ ।

ଯଦି ଆପଣଙ୍କ ବୟସ ୬୦ ବର୍ଷରୁ ଅଧିକ ଏବଂ ୮୦ ବର୍ଷରୁ କମ ତେବେ ଆପଣଙ୍କ ପାଇଁ ଅନ୍ୟ ତୁଳନାରେ ଟାକ୍ସ ରେଟ୍ ଅଲଗା ଦେବାକୁ ପଡିଥାଏ । ଯେଉଁଥିରେ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ କୌଣସି ଟାକ୍ସ ଲାଗି ନଥିବା ବେଳେ ୩ରୁ ୫ ଲକ୍ଷ ଟଙ୍କା ଉପରେ ୫ ପ୍ରତିଶତ, ୫ରୁ ୧୦ ଲକ୍ଷ ଉପରେ ୨୦ ଏବଂ ୧୦ରୁ ଅଧିକ ଉପରେ ଆପଣଙ୍କୁ ୩୦ ପ୍ରତିଶତ ଟାକ୍ସ ଦେବାକୁ ପଡିବ । ତେବେ ଆପଣ ଏହି ଟାକ୍ସକୁ ବିଭିନ କରଛାଡ ଯୋଜନାରେ ନିବେଶ କରି ସଂଚୟ ମଧ୍ୟ କରିପାରିବେ ।