ପାଖେଇ ଆସୁଛି ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ ଭରିବାର ଶେଷ ଅବଧୀ ! ଏହି ଜରୁରୀ କଥାକୁ ଆଦୌ ଅଣଦେଖା କରନ୍ତୁ ନାହିଁ

34

ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ୍ ଭରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ ୨୦୧୭ । ଯଦି ଆପଣ ୨୦୧୭-୧୮ ବର୍ଷ ପାଇଁ ଆଇଟିଆର ଫାଇଲ କରିବାକୁ ଯାଉଛନ୍ତି ତେବେ ଏଥିସହିତ ଜଡିତ କିଛି ଖାସ୍ କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯାହାଦ୍ୱାରା ଆପଣଙ୍କୁ ଆଉ ଶେଷ ମୁହୂର୍ତ୍ତରେ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବାକୁ ନ ପଡେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

• ୧୧ ନଭେମ୍ବର ୨୦୧୬ରୁ ଆରମ୍ଭ କରି ୩୦ ଡିସେମ୍ବର ୨୦୧୬ ମଧ୍ୟରେ ଯଦି ଆପଣ ଆପଣଙ୍କର କୌଣସି ବି ବ୍ୟାଙ୍କ ଖାତାରେ ୨ ଲକ୍ଷ ଟଙ୍କା ଜମା କରିଥିବେ ତେବେ ସେସଂପର୍କରେ ସମସ୍ତ ସୂଚନା ଆପଣଙ୍କୁ ସମ୍ବନ୍ଧିତ ବିଭାଗକୁ ଦେବାକୁ ପଡିବ ।

• ଯଦି ଆପଣ ୫୦ ଦିନ ସମୟ ସୀମା ମଧ୍ୟରେ କୌଣସି ଗୋଟିଏ ଆକାଉଂଟରେ ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା କରିଥିବେ କିମ୍ବା ଭିନ୍ନ ଭିନ୍ନ ଖାତାରେ କିନ୍ତୁ ସବୁକୁ ମିଶାଇ ୨ ଲକ୍ଷ ଟଙ୍କା ଜମା କରିଥିବେ ତେବେ ଏହାର ସୂଚନା ଆପଣଙ୍କୁ ଆଇଟି ବିଭାଗକୁ ଦେବାକୁ ପଡିବ ।

• ସେହିପରି ଯଦି ଆପଣଙ୍କର ବାର୍ଷିକ ଆୟ ଟ୍ୟାକ୍ସେବୁଲ ଆୟ ପରିସର ମଧ୍ୟରେ ଆସେ ତେବେ ଆପଣଙ୍କୁ ଆୟକର ରିଟର୍ନ ଫାଇଲ୍ କରିବାକୁ ହିଁ ପଡିବ । ଆୟକର ବିଭାଗ ନିକଟରେ ଏକ ତାଲିକା ଜାରି କରିଛି ଯେଉଁଥିରେ ସେହି କରଦାତାମାନଙ୍କ ସଂପର୍କରେ ଚର୍ଚ୍ଚା କରାଯାଇଛି ଯେଉଁମାନଙ୍କୁ ୩୧ ଜୁଲାଇ ୨୦୧୭ ପୂର୍ବରୁ ଆଇଟିଆରର ଇ-ଫାଇଲିଂ କରିବାକୁ ପଡିବ ।

• ଉକ୍ତ ବ୍ୟକ୍ତି ଏବଂ ଏଚୟୁଏଫ୍ ଯାହାର ପାଖାପାଖି ୫ ଲକ୍ଷ ଟଙ୍କାରୁ ଅଧିକ ରହିଛି କିମ୍ବା ଯେଉଁମାନେ କି ରିଫଣ୍ଡ କ୍ଲେମ୍ କରିଥିବେ । ଏଣିକି ଏହି ସୂଚି ମଧ୍ୟରେ ସେଭଳି ଲୋକ ସାମିଲ୍ ନାହାଁନ୍ତି ଯେଉଁମାନଙ୍କର ଆୟ ୮୦ ବର୍ଷ କିମ୍ବା ତାଠାରୁ ଅଧିକ ରହିଛି ଏବଂ ସେ ଫର୍ମ ଆଇଟିଆର-୧ ଓ ଆଇଟିଆର-୨ ଜରିଆରେ ରିଟର୍ନ ଫାଇଲ୍ ଭରୁଛନ୍ତି । ସେହିପରି ଯେଉଁମାନେ ଫର୍ମ-୩, ଫର୍ମ-୪, ଫର୍ମ-୫, ଫର୍ମ-୭ ଆଧାରରେ ଆଇଟିଆର୍ ଫାଇଲ୍ ଭରିବେ କିମ୍ବା ଭରିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଆଇଟିଆରର ଇ-ଫାଇଲିଂ ପାଇଁ ଆପଣଙ୍କୁ ଆୟକର ବିଭାଗର ଏହି ୱେବସାଇଟ୍ ଇନକମଟ୍ୟାକ୍ସଫିଲିଂ ଡଟ୍ ଜିଓଭି ଡଟ୍ ଇନକୁ ଯାଇ ଲଗଇନ୍ କରିବାକୁ ପଡିବ । ନିଜର ରିଟର୍ନକୁ ଫାଇଲ୍ ଭରିବା ପରେ ଆପଣଙ୍କୁ ଇଲେକ୍ଟ୍ରୋନିକ୍ ଭେରିଫିକେସଭେ କୋଡ (ଇବିସି)ର ଚୟନ କରିବାକୁ ପଡିବ ଯାହାଦ୍ୱାରା ଆପଣଙ୍କ ଇ-ଫାଇଲିଂର ଭ୍ୟାଲିଡେଟ୍ ହୋଇଯିବ ।

ସୌଜନ୍ୟ: ଏନଡିଟିଭି