୨୦ ହଜାରରୁ ଅଧିକ କ୍ୟାସ୍ ଦେଣନେଣ କଲେ ଲାଗିବ ଜରିମାନା । ନିୟମ ଉଲ୍ଲଘଂନ କଲେ ବିପଦରେ ପଡିପାରନ୍ତି ଆପଣ

1,212

ଯଦି ଆପଣ ୨୦ ହଜାରରୁ ଅଧିକ ଟଙ୍କା ଦେଣନେଣ କରନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ମୋଟା ରକମର ଜରିମାନା ଲଗାଇପାରେ । ଆୟକର ବିଭାଗର ଧାରା ୨୬୯ଏସଏସ, ୨୬୯ଟି ଅ।।ଧାରରେ ଯଦି କୌଣସି ବ୍ୟକ୍ତି ୨୦ ହଜାରରୁ ଅଧିକ ଟଙ୍କା ଦେଣନେଣ କରନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ।  ନିକଟରେ ସାଧାରଣ ଲୋକଙ୍କ ପାଇଁ ଏହି ନିୟମ ଲାଗୁ  କରାଯାଇଛି ।

କ୍ୟାସ ଦେଣନେଣ ଉପରେ ନିୟମ କଡାକଡି

ଆୟକର ବିଭାଗ ଟ୍ୟାକ୍ସ ନିୟମଗୁଡିକୁ ନେଇ ସାଧାରଣ ଜନତାଙ୍କଙ୍କୁ ସମୟେ ସମୟେ  ସଚେତନ କରିଥାଏ । ଏହା ଅନୁସାରେ, ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି କି, ଆପଣ ଘର କିଣିଲେ କିମ୍ବା ବିକ୍ରି କରିବା ସମୟରେ ୨୦ ହଜାରରୁ ଅଧିକ କ୍ୟାସ ଦେଣନେଣ  କରିପାରିବେ ନାହିଁ । ଆୟକର ବିଭାଗ ଏସଂପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛି ।ଯେଉଁଥିରେ ସ୍ପଷ୍ଟ କରାଯାଇଛି କି, ଯଦି କୌଣସି ବ୍ୟକ୍ତି ଆୟକର ବିଭାଗ ତରଫରୁ ଜାରି ହୋଇଥିବା ନିୟମଗୁଡିକୁ ପାଳନ ନକରନ୍ତି ତେବେ ଆପଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଯଦି ଆପଣ ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଆୟକର ବିଭାଗ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରେ ।

କଣ ରହିଛି ନିୟମ

୨୦ ହଜାରରୁ ଅଧିକ କ୍ୟାସ୍ ନେବା ଉପରେ ଆୟକର ବିଭାଗ ତରଫରୁ ବିଭିନ୍ନ ପ୍ରକାରର ନିୟମ ପ୍ରସ୍ତୁତ କରିଛି । କ୍ୟାସ୍ ଦେଣନେଣ, ଆଡଭାନ୍ସ ଦେବା, ଡିପୋଜିଟ୍ କାରବାର ବେଆଇନ ଅଟେ ।

କେତେ ଲାଗିବ ଜରିମାନା

ଧରି ନିଅନ୍ତୁ କି ଆପଣ କାହାକୁ ୫୦ ହଜାର ଟଙ୍କା କ୍ୟାସ ଦେଇଛନ୍ତି ତେବେ ଆପଣଙ୍କ ବିରୋଧରେ ୫୦ ହଜାର ଟଙ୍କାର ଜରିମାନା ଲାଗିବ । ଧାରା ୨୬୯ଏସଏସ, ୨୬୯ଟି ଅନୁସାରେ ମୋଟା ରକମରେ ଜରିମାନା ଲାଗିବାର ନିୟମ ରହିଛି ।

 ନିୟମରେ ରହିଛି ଆଶ୍ୱସ୍ତି

ଗତ କିଛି ଦିନ ତଳେ ନିଖିଲ୍ ମଦୁମଦାର ଏବଂ ପୋପଟଲାଲ ପଟେଲଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ଟ୍ରିବ୍ୟୁନାଲ କହିଛି କି, ଯଦି ୨୦ ହଜାର ଟଙ୍କାରୁ ଅଧିକ କ୍ୟାସରେ ଦେଣନେଣ ହୋଇଛି ତେବେ ତାହା ଉପରେ ଟ୍ୟାକ୍ସ ଲାଗିବ ନାହିଁ ।