ଆୟକର ଭରିବାର ଆଜି ଶେଷ ଦିନ ! ଏଭଳି ଭରନ୍ତୁ ଟିକସ୍, ନଚେତ୍ ଦେବାକୁ ପଡିବ ଜରିମାନା

32

ଆୟକର ପଇଠ କରିବାର ଆଜି ହେଉଛି ଶେଷ ତାରିଖ । ତେବେ ପୂର୍ବରୁ ନିର୍ଦ୍ଧାରିତ ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଥିସହିତ କରଦାତାଙ୍କୁ ଠିକ୍ ସମୟରେ ଟିକସ୍ ପଇଠ କରିବାକୁ ମଧ୍ୟ ନିବେଦନ କରିଛି ଆୟକର ବିଭାଗ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ରିଟର୍ନ ଫାଇଲ୍ ଭରି ନାହାଁନ୍ତି ତେବେ ତୁରନ୍ତ କରି ଦିଅନ୍ତୁ କାରଣ ଏଥିପାଇଁ ଆପଣଙ୍କ ନିକଟରେ ଆଉ ସମୟ ନାହିଁ । କିନ୍ତୁ ଏଥିପାଇଁ ବିଚଳିତ ହେବାର କୌଣସି ଆବଶ୍ୟକତା ବି ନାହିଁ । କାରଣ ଆପଣ ଏହା ଜାଣି ପାରିବେ କି କିଭଳି ଅତି ସହଜରେ ଆପଣ ଆୟକର ପଇଠ ରିଟର୍ନ ଫାଇଲ୍ କରିପାରିବେ ।

ଗତବର୍ଷ ଯାଏଁ ରିଟର୍ନ ଦାଖଲ କରିବା ଉପରେ କୌଣସି ଜରିମାନା ଲଗାଯାଉନଥିଲା । ଯଦି ଆପଣ ୩୧ ଜୁଲାଇ ପର୍ଯ୍ୟନ୍ତ ଆୟକର ରିଟର୍ନ ଫାଇଲ୍ ପଇଠ କରି ନାହାଁନ୍ତି ତେବେ ଆପଣ ଏଥିପାଇଁ ଜରିମାନା ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଚଳିତ ବର୍ଷଠାରୁ ୩୧ ଜୁଲାଇରୁ ପୂର୍ବରୁ ରିଟର୍ନ ଭରିବା ଏଥିପାଇଁ ବି ଜରୁରୀ ଅଟେ କାରଣ ଆଇଟି ରିଟର୍ନ ତା’ର ବ୍ୟବସ୍ଥା ଶସ୍ତା କରିବା ସହିତ ନିର୍ଦ୍ଧାରିତ ସମୟରେ ରିଟର୍ନ ଫାଇଲ୍ କରିନଥିବା ବ୍ୟକ୍ତି ବିଶେଷଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନିୟମ ଜାରି କରିଛି । ଆୟକର ରିଟର୍ନର ପୂର୍ବ ପ୍ରଚଳିତ ବ୍ୟବସ୍ଥାରେ ଯଦି କେହି ନଜର ସମସ୍ତ ଟିକସ ପରିଶୋଧ କରିଦୋଇଛନ୍ତି ତେବେ ସେ ଗତ ୨ ବର୍ଷର ରିଟର୍ନ ବିନା କୌଣସି ବାଧାରେ ଭରି ପାରିବେ ।

ଅଧିକାଂଶ ସମୟରେ କରଦାତାଙ୍କୁ ଏକଥା ବି ଜଣାନଥାଏ କି. ସେମାନଙ୍କୁ କେଉଁପ୍ରକାରର ଆଇଟିଆର ଫର୍ମ ଭରିବାକୁ ପଡିବ ବୋଲି । ଯଦି ଆପଣଙ୍କ ଆୟ କେବଳ ଆପଣଙ୍କର ଦରମାରୁ ଅଟେ ତେବେ ପୁଣି ଆଇଟିଆର ୧ ଅର୍ଥାତ୍ ସହଜ ଫର୍ମ ହିଁ ଭରନ୍ତୁ । ପ୍ରୋପ୍ରିଏଟାରୀ ବିଜନେସ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ଫର୍ମ ୩ କିମ୍ବା ୪ ରହିଛି । ନିକଟରେ ଆଇଟି ବିଭାଗ ଫର୍ମଗୁଡିକର ନମ୍ବରମାନଙ୍କରେ କିଛି ପରିବର୍ତ୍ତନ କରିଛନ୍ତି । ତେବେ ଏହାକୁ ଧ୍ୟାନରେ ରଖି ନିଜର ଆୟ ହିସାବରେ ଆପଣ ଫର୍ମକୁ ଚିହ୍ନନ୍ତୁ ଏବଂ ରିଟର୍ନ ଫାଇଲ୍ କରନ୍ତୁ । ଯଦି ଆପଣ ଅଲଗା କୌଣସି ଫର୍ମ ଭରି ରିଟର୍ନ ଫାଇଲ କରୁଛନ୍ତି ତେବେ ଆଇଟି ବିଭାଗ ଆୟକର ଆକ୍ଟ ୧୩୯(୯) ଆଧାରରେ ଆପଣଙ୍କ ନିକଟକୁ ନୋଟିସ୍ ପଠାଇ ପାରନ୍ତି । ଯେଉଁଥିରେ ଆପଣଙ୍କୁ ନିର୍ଦ୍ଧାରିତ ସମୟରେ ପୁଣି ଥରେ ଆଇଟିଆର ଭରିବାକୁ କୁହାଯାଇପାରେ । ଯଦି ଆପଣ ନିର୍ଦ୍ଧାରିତ ସମୟରେ ମଧ୍ୟ ନଭରନ୍ତି ତେବେ ଆପଣଙ୍କର ଆଇଟିଆର ରିଟର୍ନ ଫାଇଲ୍ ଅବୈଧ୍ୟ ଘୋଷଣା କରିଦିଆଯିବ ।

ସେହିପରି ଆଇଟିଆର ରିଟର୍ନ ଭରିବାର ଶେଷ ପର୍ଯ୍ୟାୟ ଭେରିଫିକେସନର ବିନା ସଂପୂର୍ଣ୍ଣ ନୁହେଁ ବୋଲି ଗଣାଯିବ । ଯଦି ଆଇଟି ବିଭାଗର ୱେବସାଇଟରୁ ରିଟର୍ନ ଭରିଛନ୍ତି ତେବେ ଆପଣଙ୍କୁ ଅପଲୋଡେଡ୍ ରିଟର୍ନର ଭେରିଫିକେସନ ନିଜକୁ କରିବାକୁ ପଡିବ । ତେବେ ଯାଇ ଆଇଟିଆର ସଂପୂର୍ଣ୍ଣ ଏବଂ ଭ୍ୟାଲିଡ୍ ବୋଲି ଗଣାଯାଇଥାଏ । ଆୟକର ବିଭାଗ ରିଟର୍ନକୁ ଭଲ ଭାବେ ତଦାରଖ କରିବା ପାଇଁ ୬ ପ୍ରକାରର କରଦାତାଙ୍କୁ ଦେଇ ରଖିଛନ୍ତି ।

ଧ୍ୟାନ ରଖିବେ କି ପିପିଅଫ ଆକାଉଂଟରେ ମିଳିଥିବା ସୁଧ ଏବଂ ଟ୍ୟାକ୍ସ ଫ୍ରି ବଣ୍ଡଗୁଡିକରୁ ଆପଣଙ୍କ ଆୟର ସମସ୍ତ ସୂଚନା ବି ଆଇଟିଆରରେ ଦେବା ଜରୁରୀ ଅଟେ । ଗତ ବଜେଟରେ ହିଁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରି କହିଥିଲେ କି ଯଦି ଆପଣଙ୍କ ରୋଜଗାର ଏବଂ ଟ୍ୟାକ୍ସରୁ ବାହାରୁ ଥିବା ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ ତେବେ ମଧ୍ୟ ଆପଣଙ୍କୁ ଆଇଟିଆର ଭରିବାକୁ ପଡିବ ।

ସୌଜନ୍ୟ: ଏବିପି ନ୍ୟୁଜ୍