ସାବଧାନ ! ବ୍ୟାଙ୍କରେ ଜମା ରଖିଥିବା ଟଙ୍କାର ହିସାବ ନଦେଲେ ହେବ ୭ବର୍ଷ ଜେଲ

34

ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କରେ ଜମା ରଖିଥିବା ଟଙ୍କାର ସୂଚନା ନଦିଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜେଲର ହାୱା ଖାଇବାକୁ ପଡିବ । ଏକଥା ଆମେ କହୁନାହୁଁ ବରଂ ଆୟକର ବିଭାଗ କଡା ଚେତାବନୀ ଦେଇଛି । ଖାଲି ସେତିକି ନୁହେଁ ଆଇଟି ଡିପାର୍ଟମେଂଟରେ ଏଭଳି ବ୍ୟକ୍ତି ବିଶେଷ ତଥା କଂପାନୀରମାନଙ୍କର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରିଛି । ଯାହାକୁ ଏହି ମାମଲାରେ ଲିଙ୍କ ଅବୈଧ ସଂପତି ଆଧାରରେ କରାଯାଉଛି ।

ଏଠାରେ ଆମେ କହି ରଖୁଛୁ କି, ଆଇଟିଆରରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ସଠିକ୍ ଏବଂ ସଂପୂର୍ଣ୍ଣ ତଥ୍ୟ ନଦିଅନ୍ତି ତେବେ ଏହି ମାମଲାକୁ ଆୟକର ଟାକ୍ସ ଚୋରି ମାମଲା ଅନ୍ତଭୁକ୍ତ କରି ତଦନ୍ତ କରିବ । ତେବେ ନୋଟବନ୍ଦୀ ସମୟରେ ଅଧିକାଂଶ ଲୋକେ ନିଜର ବା ଅନ୍ୟମାନଙ୍କ ଖାତାରେ ମୋଟା ରକମ ଜମା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଠାଇ ନେଇଥିଲେ , କିନ୍ତୁ ଆୟକର ରିଟର୍ଣ୍ଣରେ ଉକ୍ତ ଟଙ୍କା ବାବଦକୁ କୌଣସି ବି ତଥ୍ୟ ଦେଇନଥିଲେ । ଯାହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନୂଆ ନିୟମ ଅନୁସାରେ, ଉକ୍ତ ବ୍ୟକ୍ତି ବିଶେଷଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ତାଙ୍କ ସଂପତିର ୧୦ ପ୍ରତିଶତ ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଭୁଲ ତଥ୍ୟ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ୫ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ଆୟକର ବିଭାଗ ସ୍ପଷ୍ଟ କରିଛି ।

ଉଲ୍ଲେଖ ଯୋଗ୍ୟ ଯେ, ଇନକମ ଟାକ୍ସ ଡିପାର୍ଟମେଂଟ ବେନାମୀ ସଂପତି ଉପରେ କାର୍ଯ୍ୟାନୁଷ୍ଠା ପାଇଁ ସ୍ପେଶାଲ ଅର୍ଥ ଲେନ-ଦେନ ଏସଏଫଟି ଆଧାରରେ ବୃଦ୍ଧି କରାଇଛି । ଯେଉଁଥିପାଇଁ ଏକ ୨୪ ଜଣିଆ ଟିମ ମଧ୍ୟ ଗଠନ କରାଯାଇଛି । ଏମାନେ ଉକ୍ତ ବେନାମୀ ସଂପତିର ଯାଂଚ କରିବେ ।