କୌଣସି ବି କଂପାନୀରେ ଚାକିରି ମିଳିବା ସୁନିଶ୍ଚିତ ହେଲେ ଆପଣଙ୍କୁ କହିବାକୁ ହେବ କି . . .

47

ବର୍ତ୍ତମାନ ସମୟରେ ଚାକିରି ଖଣ୍ଡିଏ ମିଳିବା ଏକ ବହୁତ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । କାରଣ ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ତାଙ୍କୁ ଗୋଟିଏ ଭଲ ଏବଂ ବଡ କାପାନୀରେ ମୋଟା ରକରମର ଦରମା ମିଳୁଥିବା ଚାକିରିଟିଏ ମିଳୁବୋଲି । ତେବେ ଏଭଳି ଧରଣର ଚାକିରି ସେହି ବ୍ୟକ୍ତି ବିଶେଷଙ୍କୁ ହିଁ ମିଳିଥାଏ ଯେଉଁମାନଙ୍କ ନିକଟରେ ଭଲ କ୍ୱାଲିଫିକେସନ ରହିଥିବା ସହିତ ହିଁ ଇଂଟରଭିୟୁରେ ଭଲ ପ୍ରଦର୍ଶନ କରିପାରୁଥିବେ । କାରଣ, ଇଂଟରଭିୟରେ ହିଁ ନିଷ୍ପତି ନିଆଯାଇଥାଏ ଆପଣ ଉକ୍ତ ଚାକିରି ପାଇଁ ଉପଯୁକ୍ତ କି ନୁହେଁ । ହେଲେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କର ପ୍ରଦର୍ଶନ ଇଂଟରଭିୟୁ ନେଉଥିବା ବ୍ୟକ୍ତିଙ୍କୁ ଇମ୍ଫ୍ରେସନ କରିପାରିଛି କି ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ସଂପର୍କରେ ଜଣାଇବୁ ଯାହାକୁ ଆପଣ କୌଣସି ଇଂଟରଭିୟୁ ସମୟରେ ପ୍ରୟୋଗ କରିପାରିବେ ଏବଂ ଏଥିରେ ଆପଣଙ୍କୁ ଚାକିର ମିଳିବା ବି ପୂରା କନଫର୍ମ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ।

କମ କଥା ହୁଅନ୍ତୁ

ଇଂଟରଭିୟୁ ସମୟରେ ଯେତେ ପାରିବେ ସେତେ କମ୍ କଥା ହୁଅନ୍ତୁ । କୌଣସି ବି କଥାକୁ କେବେବି ବଢେଇ ଚଢେଇ କହିବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏଭଳି କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇପାରେ । ଅନେକ ସମୟରେ ଏପରି ବି ହୋଇଥାଏ କି ଆପଣଙ୍କର ଇଂଟରଭିୟୁ ନେଉଥିବା ବ୍ୟକ୍ତିଙ୍କୁ ଆପଣ କଣ କହୁଛନ୍ତି ତାହା ବୁଝାପଡିନଥାଏ । ଯାହାଦ୍ୱାରା ଆପଣଙ୍କର ଇମ୍ପ୍ରେସନ ଖରାପ ହୋଇଥାଏ । ତେଣୁ ଆମର ଗୋଟିଏ ପରାମର୍ଶ କି ଆପଣ ଯାହାବି କହୁଛନ୍ତି ଭଲ ଭାବରେ ଚିନ୍ତା କରି ହିଁ କୁହନ୍ତୁ ।

ଯେତିକି କାମ କରିପାରିବେ ସେତିକି ହିଁ କୁହନ୍ତୁ

କିଛି ପ୍ରାର୍ଥୀ ଭାବିଥାନ୍ତି କି ଯଦି ସେ ସବୁ କାମ କରିପାରିବେ ବୋଲି କହିବେ ତେବେ ତାଙ୍କୁ ଚାକିରି ମିଳିବା ସୁନିଶ୍ଚତ ପୂରା ହୋଇଯିବ । ମାତ୍ର ଏଭଳି ଭାବିବା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । କାରଣ ଏଭଳି କହିବା ଦ୍ୱାରା ଆପଣଙ୍କର ଇମ୍ପ୍ରେସନ ଖରାପ ହୋଇଥାଏ । ଆପଣଙ୍କୁ ଖାଲି ସେତିକି କହିବା ଉଚିତ୍ କି ଆପଣ ଯେତିକି କାମ କରିପାରିବେ ସେତିକି ହିଁ କୁହନ୍ତୁ ।

ନିଜ ସଂପର୍କରେ ସତ କୁହନ୍ତୁ

କିଛି ପ୍ରାର୍ଥୀ ଇଂଟରଭିୟୁରେ ବସିବା କ୍ଷଣି ହିଁ ନିଜର ପ୍ରଂଶସା କରିବା ଆରମ୍ଭ କରିଦେଇଥାନ୍ତି । ସେମାନେ ନିଜକୁ ନିଜେ ପରଫେକ୍ଟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି । ଅନେକ ସମୟରେ ବି ସେମାନେ ମିଛ ମଧ୍ୟ କହିପକାନ୍ତି । ଯାହାକି ଆଦୌ ଠିକ୍ ନୁହେଁ । ନିଜ ବିଷୟରେ ସବୁବେଳେ ସତ୍ୟ ହିଁ କୁହନ୍ତୁ । ଇଂଟରଭିୟୁରେ କୌଣସି ବି କଥା କହିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ ।

ନିଜର ଦୁର୍ବଳତା ନୁହେଁ ବରଂ ସାମର୍ଥ ସଂପର୍କରେ ଆଲୋଚନା କରନ୍ତୁ

କୌଣସି ବି ପ୍ରାର୍ଥୀ ନିଜ ଇଂଟରଭିୟୁରେ ନିଜର ଦୁର୍ବଳତା ଏବଂ କୌଣସି ପ୍ରକାରର ଅସୁବିଧା ଆଲୋଚନା କରିବା ଉଚିତ ନୁହେଁ । ଆପଣ ଯଦିଓ ଅନେକ ସମସ୍ୟା ଦେଇ ଗତି କରୁଥାନ୍ତି ମାତ୍ର ଏସଂପର୍କରେ ଆଦୌ ଆଲୋଚନା କରନ୍ତୁନାହିଁ ।