‘ମୁଁ ଭଗବାନଙ୍କୁ ଯାଇ ତୁମମାନଙ୍କ ବିଷୟରେ ନିଶ୍ଚୟ ଅଭିଯୋଗ କରିବି’ : ମରିବା ପୂର୍ବରୁ ନୀରିହ ଶିଶୁଟିର ହୃଦୟବିଦାରକ କଥା

71

ସିରିଆ ଗୃହଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେବାରେ ଲାଗିଛି । ପୂର୍ବ ଘୋଟା ପ୍ରଦେଶରେ ନିକଟରେ ଆମେରିକାର ବିମାନ ଆକ୍ରମଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ୭ଦିନ ମଧ୍ୟରେ ଏହି ଗୃହ ଯୁଦ୍ଧରେ ୬ଶହରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୩ହଜାରରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏହି ଆକ୍ରମଣରେ ବିଦ୍ରୋହୀ ଏବଂ ଆଇଏସ୍ ଆତଙ୍କବାଦୀଙ୍କ ଅପେକ୍ଷା ସାଧାରଣ ଲୋକେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ହଜାରହଜାର ଲୋକ ଘର ଛାଡ଼ିବା ପାଇଁ ବି ବାଧ୍ୟ ହେଉଛନ୍ତି । ତେବେ ଏହି ବୋମାବିସ୍ଫୋରଣରେ ସବୁଠାରୁ ଅଧିକ ଶିଶୁମାନେ ଶିକାର ହେଉଥିବା ଜଣାପଡ଼ିଛି ।

ତେବେ ଏହି ଆକ୍ରମଣର ଶିକାର ହୋଇଥିବା ଏକ ତିନିବର୍ଷର ଶିଶୁର ଫଟୋ ଭାଇରାଲ ହୋଇଛି। ଯାହାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ଯେତେବେଳେ ଶିଶୁଟିର ଚିକିତ୍ସା କରୁଥିଲେ, ସେ ନିଜ ଶରୀର କଷ୍ଟ ପାଇଁ ନୁହେଁ ବରଂ ପ୍ରତିଦିନ ଏଭଳି ଆକ୍ରମଣର ଦୃଶ୍ୟକୁ ମନେ ପକାଇ ବିକଳ ହୋଇ କାନ୍ଦୁଥିଲା । ଏବଂ ଅତି କରୁଣ ସ୍ୱରରେ ଶିଶୁଟି ଡାକ୍ତରଙ୍କୁ କହିଥିଲା କି, ମୁଁ ଏହି ସମସ୍ତ ବିଷୟରେ ଭଗବାନଙ୍କ ନିକଟରେ ନିଶ୍ଚିୟ ଅଭିଯୋଗ କରିବି ।’ ଏତିକି କହିବା ପରେ ଶିଶୁଟି ସବୁଦିନ ପାଇଁ ଆଖିବୁଜି ଦେଇଥିଲା ।

ଡାକ୍ତରଙ୍କ କହିବାନୁସାରେ, ଉକ୍ତ ଶିଶୁଟିକୁ ଡାକ୍ତରଖାନା ଅସିବା ସମୟରେ ତାର ଶରୀରର ଅଧିକାଂଶ ଅଂଶ ରକ୍ତରେ ବୁଡି ଯାଇଥିଲା । ଆମେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଉକ୍ତ ଶିଶୁଟିକୁ ବଞ୍ଚାଇ ପାରି ନଥିଲୁ ।