ଚାକିରୀ ବଦଳାଇବାକୁ ଚାହୁଁଛନ୍ତି କି ? ନିଷ୍ପତ୍ତି ନେବା ପୂର୍ବରୁ ମନେ ରଖନ୍ତୁ କିଛି କଥା

40

କୌଣସି ସମସ୍ୟା କାରଣରୁ ଚାକିରୀ ପରିବର୍ତ୍ତନ କରିଦେଲେ ସବୁ କିଛି ଠିକ୍ ହୋଇ ନଥାଏ । ଯଦି ଆପଣଙ୍କ ମନରେ ଏଭଳି କିଛି ଧାରଣା ରହିଛି ତେବେ ଏହା ସଂପୂର୍ଣ୍ଣ ରୂପେ ଭୂଲ ଅଟେ । କାରଣ ସମସ୍ୟାକୁ ସବୁବେଳେ ସାମ୍ନା କରି ଶିଖନ୍ତୁ । ଏଠାରେ ଆମେ ଏଭଳି କହିବାର ଉଦ୍ଦେଶ୍ୟ କୌଣସି ବ୍ୟକ୍ତିଙ୍କୁ କଷ୍ଟ ଦେବା ଭଳି ନୁହେଁ ବରଂ ଯଦି ଆପଣ କୌଣସି ନୂଆ କାମ କିମ୍ବା ଚାକିରୀ ଖୋଜୁଛନ୍ତି ତେବେ ଆପଣଙ୍କୁ ଏହି ସମୟରେ କିଛି ସାବଧାନତା ପରଖିବାକୁ ପଡିବ । ନଚେତ୍ ଆଗାମୀ ଦିନମାନଙ୍କରେ ଆପଣ କୌଣସି ବି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।  କିଛି ବ୍ୟକ୍ତି  ନିଜର ଗ୍ରୋଥ ପାଇଁ ଚାକିରି ବଦଳାଇ ଥାନ୍ତି । କିନ୍ତୁ ଏକ ଭଲ ଚାକିରୀ ମିଳିବା ଏତେ ସହଜ ଥାଏ ଯେତିକି ଆମେ ଚିନ୍ତା କରିଥାନ୍ତି । ଯଦି ଆପଣ ଦୀର୍ଘ ଦିନ ଧରି ଗୋଟିଏ ସଂସ୍ଥାରେ କାମ କରିବା ପରେ ବି ପରବର୍ତ୍ତୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ନିମ୍ନରେ ଉଲ୍ଲେଖ ହୋଇଥିବା କିଛି କଥାକୁ ନିଶ୍ଚୟ ମନେ ରଖନ୍ତୁ ।

• ଚାକିରୀ ବିକଳ୍ପକୁ ଭଲ ଭାବେ ସର୍ଚ୍ଚ କରନ୍ତୁ ।  କେଉଁଠାରେ ବି ଆପ୍ଲାଏ କରିବା ପୂର୍ବରୁ ଚିନ୍ତା କରିଦିଅନ୍ତୁ କି ଆପଣଙ୍କ ପାଇଁ ତାହା ଉପଯୁକ୍ତ କି ନୁହେଁ । ତା’ପରେ ଯାଇ ଆବେଦନ କରନ୍ତୁ ।

• ନିଜର ଲକ୍ଷ୍ୟକୁ ପ୍ରଥମେ ସ୍ପଷ୍ଟ କରନ୍ତୁ । କାରଣ, ଆପଣଙ୍କୁ ଜଣା ଥିବା ଦରକାର କି ଆପଣଙ୍କ ଜୀବନରେ କଣ ଚାହୁଁଛନ୍ତି । ରୁଚି ଅନୁସାରେ, କୌଣସି ବି ପଦବୀ ପାଇଁ ଆବେଦନ କରନ୍ତୁ ।

• ନୂଆ ଚାକିରୀର ଆବଶ୍ୟକତା ନେଇ ଯଦି ଆପଣ ଚିନ୍ତା କରୁଛନ୍ତି ତେବେ ନିଜର ନେଟୱର୍କର ଲୋକଙ୍କ ସହ ଏନେଇ ଆଲୋଚନା କରନ୍ତୁ । ଏଭଳି ବି ହୋଇପାରେ କି ଆପଣଙ୍କୁ କୌଣସି ଭଲ ବିକଳ୍ପ କାହା ମାଧ୍ୟମରେ ବି ମିଳିପାରେ ।

• ଚାକିରୀ ଛାଡିବା ଏବଂ କୌଣସି ନୂଆ ଚାକିରୀ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ଏସଂପର୍କରେ ବୟୋଜେଷ୍ଠଙ୍କଠାରୁ ମତାମତ ଲୋଡନ୍ତୁ । ସେମାନଙ୍କୁ ବିକଳ୍ପ ସଂପର୍କରେ ଜଣାନ୍ତୁ ଏବଂ ସେମାନଙ୍କଠାରୁ ପରାମର୍ଶ ନେଇ କୌଣସି ନିଷ୍ପତ୍ତି ନିଅନ୍ତୁ ।

• ଯଦି ଆପଣ ଆପଣଙ୍କର କ୍ୟାରିଅରରେ ଗ୍ରୋଥ ଚାହୁଁଛନ୍ତି ତେବେ ଆପଣ ନିଜକୁ କୌଣସି ଗୋଟିଏ ଚାକିରୀରେ ହିଁ ଆବଦ୍ଧ କରି ପକାନ୍ତୁ ନାହିଁ । ଅର୍ଥାତ୍ ନିଜର ପରିସରକୁ ବଢାନ୍ତୁ ।

• ନିଜର ଶକ୍ତି ବା ସାମର୍ଥ୍ୟକୁ ଚିହ୍ନନ୍ତୁ । ଜାଣିବାକୁ ଚେଷ୍ଟା କରନ୍ତୁ କି ଆପଣ କେଉଁ କାମରେ ଅଧିକ ପାରଦର୍ଶୀ ଏବଂ ସେହିଥିରୁ ହିଁ ନିଜର କ୍ୟାରିଅର ଗଢନ୍ତୁ ।

• ସବୁବେଳେ ପୁରୁଣା ଚାକିରୀକୁ ଆପଣଙ୍କର ଗୁଡ ନୋଟରେ ରଖନ୍ତୁ । ସେଠାରେ ଆପଣଙ୍କର ସଂପର୍କକୁ ଭଲ ରଖିବାକୁ ଚେଷ୍ଟା କରନ୍ତୁ ।  କାହିଁକି ନା ଏଭଳି ବି ସମୟ ଆସିପାରେ କି ଆପଣ ପୁଣି କେବେ ସେହି ପୁରୁଣା ସଂସ୍ଥାକୁ ଫେରି ପାରନ୍ତି ।

ସୌଜନ୍ୟ: ଏନଡିଟିଭି ନ୍ୟୁଜ୍