ନୂଆ ବର୍ଷ ଆରମ୍ଭରୁ ହିଁ ବ୍ୟାଙ୍କ ଦେବ ଝଟକା ! ଦେଶର ୫ଟି ପ୍ରମୁଖ ବ୍ୟାଙ୍କ ସାମିଲ, ଜାଣନ୍ତୁ ପ୍ରକୃତ ମାମଲାଟି କଣ

46

ନୂତନବର୍ଷ ଆରମ୍ଭରୁ ହିଁ ଲୋକଙ୍କୁ ମିଳିପାରେ ଖରାପ ଖବର । ଯାହାକି ଦେଶର ପାଂଚଟି ପ୍ରମୁଖ ବ୍ୟାଙ୍କ ପକ୍ଷରୁ ନିଜ ନିଜ ଗ୍ରାହକମାନଙ୍କ ନିକଟକୁ ଆସିବ । କାରଣ, ଯଦି କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦ୍ୱାରା ନିର୍ଧାରଣ କରାଯାଇଥିବା ଦିଗ ଏବଂ ନିର୍ଦ୍ଦେଶଗୁଡିକୁ ସମସ୍ତ ବ୍ୟାଙ୍କ ପାଳନ କରନ୍ତି ତେବେ ଏହାର ସିଧା ପ୍ରଭାବ ବ୍ୟାଙ୍କମାନଙ୍କର ଗ୍ରାହକଙ୍କ ସହିତ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କ ଉପରେ ପଡିବ ।

ଅର୍ଥ ମନ୍ତ୍ରାଳୟ ସୋମବାର ଦିନ ସମସ୍ତ ସାର୍ବଜନୀକ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କହିଛନ୍ତି କି କ୍ଷତିରେ ଚାଲୁଥିବା ବ୍ୟାଙ୍କଗୁଡିକ ସେମାନଙ୍କର ସମସ୍ତ ଶାଖାଗୁଡିକୁ ବନ୍ଦ କରି ଦିଅନ୍ତୁ । ଯାହାଦ୍ୱାରା ଅପରେସନାଲ କଷ୍ଟକୁ ହ୍ରାସ କରାଯାଇହେବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଳୟ ସୁଧାର ପ୍ରକ୍ରିୟା ଆଧାରରେ ଦେଶର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ସାର୍ବଜନୀକ କ୍ଷେତ୍ରରେ ବ୍ୟାଙ୍କଗୁଡିକରୁ ନିଜର ଘରୋଇ ଏବଂ ବିଦେଶୀ ଶାଖାଗୁଡିକୁ ପୁର୍ନଗଠନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ବ୍ୟାଙ୍କଦ୍ୱାରା କ୍ଷତି ସହୁଥିବା ଘରୋଇ ତଥା ବିଦେଶୀ ଶାଖାଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ କୁହାଯାଇଛି ।

କେଉଁ ବ୍ୟାଙ୍କଗୁଡିକ ହେବେ ପ୍ରଭାବିତ

ସରକାରଙ୍କ ଏଭଳି ନିଷ୍ପତି କାରଣରୁ ଯେଉଁସବୁ ବ୍ୟାଙ୍କଗୁଡକ ଉପରେ ଏହାର ପ୍ରଭାବ ବେଶି ପଡିବାର ସମ୍ଭାବନା ରହିଛି ସେଥିରେ ଦେଶର ସବୁଠାରୁ ବଡ ବଡ ବ୍ୟାଙ୍କ ମଧ୍ୟ ସାମିଲ ରହିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟତୀତ ପଂଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦା ଆଦି ସାମିଲ ଅଛନ୍ତି ।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କ (ଆଇଓବି)ନିଜର ରିଜିଓନାଲ ଅଫିସର ସଂଖ୍ୟାକୁ ୫୯ରୁ ୪୯କୁ ହ୍ରାସ କରିଛି । ଏଥିରେ ବ୍ୟାଙ୍କ ନିଜର ଅନେକ ଶାଖାକୁ ବି ବନ୍ଦ କରିବାକୁ ଯାଉଛି । ଏସବିଆଇ ଏବଂ ପିଏନବି ମଧ୍ୟ ନିଜର ଅନେକ ବ୍ରାଂଚକୁ ବନ୍ଦ କରିସାରିଛନ୍ତି ।

ଯଦି ବ୍ୟାଙ୍କ ତାର କ୍ଷତି ସହୁଥିବା ଶାଖାଗୁଡିକୁ ବନ୍ଦ କରି ଦିଅନ୍ତି ତେବେ ଏହି ଶାଖାରେ ଖାତା ଖୋଲିଥିବା ଗ୍ରାହକଙ୍କର ଖାତାକୁ ନିକଟରେ ଥିବା ଅନ୍ୟ ବ୍ରାଂଚକୁ ଟ୍ରାନ୍ସଫର କରି ଦିଆଯିବ । ଯାହାଦ୍ୱାରା କି ବ୍ୟାଙ୍କ କଷ୍ଟମର ଚେକ୍ ବୁକ୍, ଆଇଏଫଏସସି କୋଡ ସବୁ ବଦଳିଯିବ । ଯେଉଁ କାରଣରୁ ବ୍ୟାଙ୍କରେ ଫଣ୍ଡ ଟ୍ରାନ୍ସଫର କରୁଥିବା ବ୍ୟକ୍ତିବିଶେଷଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଏଥିସହିତ ହିଁ ସେଭିଂ ବ୍ୟତୀତ ବାକି ଆକାଉଂଟ ଉପରେ ବି ଏହାର ଗଭୀର ପ୍ରଭାବ ପଡିବ ।