କେତେବେଳେ କରିବେନି କ୍ରେଡିଟ୍ କାର୍ଡର ବ୍ୟବହାର, ଜାଣନ୍ତୁ ।

48

ବର୍ତ୍ତମାନ ପରିସ୍ଥିତିରେ କ୍ରେଡିଟ୍ କାର୍ଡ ସମସ୍ତ ପାଇଁ ଏକପ୍ରକାରେ ଜରୁରୀ ହୋଇପଡିଛି । ଯେଉଁଥି ପାଇଁ ଲୋକେ ଟଙ୍କା କମ୍ ଏବଂ କ୍ରେଡିଟ୍ କାର୍ଡର ବେଶି ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି କ୍ରେଡିଟ୍ କାର୍ଡର ବ୍ୟବହାର ଆପଣଙ୍କୁ ବିପଦ ଆଡକୁ ଟାଣିନେଇଥାଏ ବୋଲି । ଯଦି ଆପଣ ଏହି ବିପଦରୁ ମୁକୁଳିବାକୁ ଚାହୁଁଛନ୍ତି ତେବେ କିଛି କାମକୁ ନିଜକୁ କ୍ରେଡିଟ୍ କାର୍ଡରୁ ଦୂରେଇ ରଖନ୍ତୁ । ଯାହାକି ଆପଣଙ୍କ ପାଇଁ ବେଶି ଲାଭଜନକ ପ୍ରମାଣିତ ହେବ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କି କେଉଁ ସମୟରେ ଆପଣଙ୍କୁ କ୍ରେଡିଟ କାର୍ଡର ବ୍ୟବହାର ନକରିବା ଉଚିତ ।

ମେଡିକାଲ ବିଲ

ଅଧିକାଂଶ ଲୋକଙ୍କର ମେଡିକାଲ ବିଲ ବହୁତ ଅଧିକ ହୋଇଯାଇଥାଏ, ଯେଉଁ କାରଣରୁ ସେମାନେ କ୍ରେଡିଟ୍ କାର୍ଡରୁ ବିଲ ପେମେଂଟ କରିଥାନ୍ତି । ଯାହାକି ଆଦୌ ଠିକ୍ ନୁହେଁ । ହେଲେ ତା ସତ୍ୱେ ବି ଯଦି ଆପଣ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏକାଥରକରେ ହିଁ ସମସ୍ତ ଟଙ୍କା ପେମେଂଟ କରିବାକୁ ଚେଷ୍ଟା କରନ୍ତୁ । କାରଣ ଯଦି ଆପଣ ମେଡିକାଲ ବିଲ କ୍ରେଡିଟ୍ କାର୍ଡର ଇଏମଆଇରେ ରଖିବେ ତେବେ ଆପଣଙ୍କୁ ସୁଧ ଆବଶ୍ୟକତାଠାରୁ ଅଧିକ ଦେବାକୁ ପଡିବ ।

ସପିଂ ଏବଂ ଆଉଟିଂ

ବହୁତ ସପିଂ, ରେଷ୍ଟୁରାଂଟ କିମ୍ବା ବିଗ ବଜାର ଭଳି ଦୋକାନ ମାନଙ୍କରେ ଛୋଟମୋଟ ସପିଂ କରିବା ସମୟରେ କ୍ରେଡିଟ କାର୍ଡର ବ୍ୟବହାର କମ କରିବା ଉଚିତ । ଛୋଟ ଛୋଟ ସ୍ଥାନମାନଙ୍କରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବାଦ୍ୱାରା ଆପଣଙ୍କୁ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । ଅଧିକାଂଶ ସମୟରେ ଏପରି ହୋଇଥାଏ କି କ୍ରେଡିଟ୍ କାର୍ଡକୁ ନିର୍ଦ୍ଧାରିତ ସୀମାଠାରୁ କମ ଥର ସ୍ୱାଇପ୍ କରିବା ଉପରେ ଆପଣଙ୍କୁ ପ୍ରୋସେସିଂ ଫିସ ୨ ପ୍ରତିଶତରୁ ଅଧିକ ଦେବାକୁ ପଡିପାରେ । ଅର୍ଥଆତ୍ ଆପଣଙ୍କୁ ଟାକ୍ସ ଦେବା ସହିତ କାର୍ଡ ସ୍ୱାଇପ୍ କରିବା ସମୟରେ ମଧ୍ୟ ଅତିରିକ୍ତ ଟଙ୍କା ପରିଶୋଧ କରିବାକୁ ପଡିବ ।

କ୍ରେଡିଟ୍ କାର୍ଡରୁ ଟଙ୍କା ଉଠାଇବା

ଯଦି ଆପଣଙ୍କୁ କ୍ରେଡିଟ୍ କାର୍ଡରୁ କ୍ୟାସ ଉଙ୍ଖାଇବାର ବିକଳ୍ପ ରହିଛି ତେବେ ଭୁଲରେ ବି ତାର ବ୍ୟବହାର କରନ୍ତୁ ନାହିଁ । ନା ହିଁ ଆପଣ କ୍ରେଡିଟ୍ କାର୍ଡ ଜରିଆରେ ଡେବିଟ କାର୍ଡ ଆକାଉଂଟରେ ଟଙ୍କା ଜମା କରିବାକୁ ଚିନ୍ତା କରନ୍ତୁ ନାହିଁ । ଏହାଦ୍ୱାରା ଯେଉଁ ସୁଧ ଆପଣ ସାଧାରଣ ଭାବେ ପରିଶୋଧ କରୁଛନ୍ତି ତାଠାରୁ ଦୁଇ ଗୁଣା ପର୍ଯ୍ୟନ୍ତ ସୁଧ ଦେବାକୁ ପଡିପାରେ । ଆପଣ ଯେତେ ଟଙ୍କା ଉଠାଇଥିବେ ତା ଉପରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ଲାଗିଯିବ ।

ଘରୋଇ ବିଲ

ବିଜୁଳି, ପାଣି,ଫୋନ ଆଦିର ବିଲ ଯଦି ଆପଣ କ୍ରେଡିଟ୍ କାର୍ଡରୁ ପେମେଂଟ କରୁଛନ୍ତି ତେବେ ଏଭଳି ଅଭ୍ୟାସକୁ ତୁରନ୍ତ ଛାଡନ୍ତୁ । କାରଣ ଏହାଦ୍ୱାରା ଆପଣଙ୍କୁ ଅଧିକରୁ ଅଧିକ ସୁଧ ପ୍ରତି ମାସ ପରିଶୋଧ କରିବାକୁ ପଡିଥାଏ । ଏସମସ୍ତ ବିଲଗୁଡକୁ ଡେବିଟ୍ କାର୍ଡରେ ପେମେଂଟ କରନ୍ତୁ ।

ପେଟ୍ରୋଲ ଭରିବା ସମୟରେ

ପେଟ୍ରୋଲକୁ ସାଧାରଣତଃ ଜିଏସଟି ପରିସର ବାହାରେ ରଖାଯାଇଛି । ହେଲେ କ୍ରେଡିଟ୍ କାର୍ଡରୁ ପେଟ୍ରୋଲ କିଣିବାଦ୍ୱାରା କିଛି କଂପାନୀ ଟାକ୍ସ ଲଗାଇଥାନ୍ତି । ଏଭଳି ପରିସ୍ଥିତିରେ ଯଦି ଆପଣ କ୍ରେଡିଟ୍ କାର୍ଡର ବ୍ୟବହାର କରନ୍ତି ତେବେ ତା ଉପରେ ଆପଣଙ୍କୁ ଟାକ୍ସ ଦେବାକୁ ପଡପାରେ ।