ଡିଟିଏଚ-କେବଲୁକୁ ନେଇ ଟ୍ରାଇ ଦେଲା ନିର୍ଦ୍ଦେଶ: ୭୨ ଘଂଟା ଭିତରେ ଚ୍ୟାନେଲ୍ ନଆସିଲେ ଉପଭୋକ୍ତାଙ୍କୁ ମାଗଣରେ ଦିଆଯିବ ସର୍ଭିସ୍

217

ଭାରତୀୟ ଦୂର ସଂଚାର ବିନିୟାମକ ପ୍ରାଧିକରଣ ତଥା ଟ୍ରାଇର ପ୍ରଚେଷ୍ଟା କାରଣରୁ ଡିଟିଏଚ ଇଣ୍ଡଷ୍ଟ୍ରିରେ ବହୁ ପରିବର୍ତ୍ତନ ଆସିଛି । ନିୟମରେ ସ୍ପଷ୍ଟ କରାଯାଇଛି କି, ଉପଭୋକ୍ତା ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ ତାଙ୍କୁ ସେତିକି ହିଁ ଚ୍ୟାନେଲ ଉପଲବ୍ଧି କରାଯିବ । ଏବଂ ଟଙ୍କା ବି ସେ ସେହି ଅନୁସାରେ ଦେବେ । ତେଣୁ ଏହି ନିୟମ ଲାଗୁ କରିବା ପରେ ଟ୍ରାଇ ତରଫରୁ ସମସ୍ତ ଟିଭି କନେକ୍ସନରେ ହେରଫେର ଉପରେ ଫୋକସ କରାଯାଇଛି । ଏଥିପାଇଁ ଟ୍ରାଇ ନିଷ୍ପତି ନେଇଛି କି, ଯାହା ଦ୍ୱାରା ଉଭୟ କେବୁଲ ଟିଭି ଅପରେଟର ଏବଂ ଡିଟିଏଚ ସର୍ଭିସ୍ ପ୍ରୋଭାଇଡର ସବୁବେଳେ ଉପଭୋକ୍ତାଙ୍କର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ରହିବେ ।

ଟ୍ରାଇ ଘୋଷଣା କରି କହିଛି କି, ଟିଭି କନେକ୍ସନରେ କୌଣସି ବି ପ୍ରକାରର ହେରଫେର ତଥା ସମସ୍ୟାର ସମାଧାନ ପାଇଁ କଲ ସେଂଟରର ବ୍ୟବସ୍ଥା କରାଯାଇଛି । ଯଦି କନେକ୍ସନ ସମ୍ବନ୍ଧିତ କୌଣସି ସମସ୍ୟାକୁ ୭୨ ଘଂଟା ମଧ୍ୟରେ ଠିକ୍ କରାନଯାଏ ତେବେ ଉପଭୋକ୍ତାଙ୍କୁ ଏଥିପାଇଁ ଟଙ୍କା ଦେବାକୁ କୌଣସି ଆବଶ୍ୟକତା ପଡିବ ନାହିଁ । ବରଂ ଉଭୟ କେବୁଲ ଟିଭି ଅପରେଟର ଏବଂ ଡିଟିଏଚ ସର୍ଭିସ ପ୍ରୋଭାଇଡରଙ୍କୁ ମାଗଣାରେ ସେବା ଦେବାକୁ ହେବ ।

ଲୋକଙ୍କର ହୀତ ପାଇଁ ଟ୍ରାଇ ପକ୍ଷରୁ ଏଭଳି ନିୟମ ଜାରି କରାଯାଇଛି । ଯାହାକୁ ୧ ଫେବୃଆରୀରୁ କଡାକଡି ଭାବରେ ଲାଗୁ କରିଦିଆଯିବ । ତେବେ ଉପଭୋକ୍ତାଙ୍କୁ ଫ୍ରି ଟୁ ଏୟାର ଚ୍ୟାନେଲ ପାଇଁ ପ୍ରୂ୍ବରୁ ନିର୍ଧାରିତ ରକମ ପରିଶୋଧ କରୁଥିଲେ । ମାତ୍ର ନୂଆ ନିୟମ ଅନୁସାରେ, ଏବେ ଆପଣଙ୍କୁ କେବଳ ସେତିକି ଟଙ୍କା ହିଁ ପେମେଂଟ କରିବାକୁ ହେବ, ଯାହାକୁ ଆପଣ ଦେଖିବାକୁ ଚାହୁଛନ୍ତି । ଟ୍ରାଇର କହିବା କଥା ହେଲା କି, ଉପଭୋକ୍ତାଙ୍କ ନିକଟରେ ୧୦୦ଟି ଏଚଡି ଚ୍ୟାନେଲ ବାଛିବାର ବିକଳ୍ପ ରହିଛି, ଯେଉଁଥିରେ ଉଭୟ ମାଗଣା ଏବଂ ଦେୟ ଯୁକ୍ତ ଚ୍ୟାନେଲ ଗୁଡିକ ଥାଇପାରେ । ତେବେ ଟ୍ୟାକ୍ସ ସହିତ ଏହି ପ୍ୟାକେଜର ଦାମ ମାତ୍ର ୧୩୦ ଟଙ୍କାରୁ ଅଧିକ ରହିବ ନାହିଁ ।