କଟକଣା ଲଗାଇଲା ଆରବିଆଇ : ଯଦି ବ୍ୟାଙ୍କରେ ଜମା ରଖିଛନ୍ତି ଲକ୍ଷେରୁ ଅଧିକ ଟଙ୍କା, ତେବେ ଆପଣଙ୍କୁ ଆଉ ମିଳିବନି କୌଣସି ବି ଅର୍ଥ

190

ପଂଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ମହାଦୁର୍ନିତୀ ପରେ, ଏହାର କ୍ଷତିପୂରଣ କରୁ କରୁ ଏବେ ବାକି ବ୍ୟାଙ୍କମାନଙ୍କର ଅଂଟା ଯେପରି ଭାଙ୍ଗିବାକୁ ବସିଛି । ଯଦି ସରକାର ନିଜ ତରଫରୁ ବେଲଆଉଟ କରିବାକୁ ମନା କରିଦିଅନ୍ତି ତେବେ ଭବିଷ୍ୟତରେ ଯଦି ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କ କରିଥିବା ଜମା ଟଙ୍କାରୁ ଏହି ଘୋଟାଲାର ଭରଣ କରେ ତେବେ ଆପଣଙ୍କୁ ଆପଣ ଜମା ରଖିଥିବା ଟଙ୍କାରୁ ତଥା ୧ ଲକ୍ଷ ଟଙ୍କାରୁ ଅଧିକ ଜମାରାଶିକୁ ଭୁଲିବାକୁ ପଡିବ । ଏକଥା ଆମେ କହୁନାହୁଁ ବରଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପକ୍ଷରୁ ଜାରି ହୋଇଥିବା ନିୟମରେ ସ୍ପଷ୍ଟ କରାଯାଇଛି ।

ଏବେ ନଜର ପକାନ୍ତୁ କଣ ରହିଛି ଆରବିଆଇର ନିୟମ

ଆରବିଆଇ ତରଫରୁ ଜମାକର୍ତ୍ତାମାନଙ୍କୁ ଜମା ରଖିଥିବା ଟଙ୍କାର ଉପରେ ମିଳିବାକୁ ଥିବା ଇନସ୍ୟୁରାନ୍ସ କଭର ଉପରେ କିଛି କଟକଣା ଲଗାଯାଇଛି । ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଂଟି କର୍ପୋରେସନ ତଥା ଡିଆଇସିଜିସିର ନାଁରେ ତିଆରି ହୋଇଥିବା ଏହି ନିୟମ ଅନୁସାରେ, ବ୍ୟାଙ୍କରେ ଆପଣଙ୍କ ଦ୍ୱାରା ଜମା କରାଯାଇଥିବା ଅର୍ଥରାଶି ମଧ୍ୟରୁ ମାତ୍ର ୧ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ କଭର ହିଁ ମିଳିବ । ଯାହାକି ସମସ୍ତ ଖାତା ପାଇଁ ଉଦ୍ଦିଷ୍ଟ । ତେବେ ଆମେ ଆପଣଙ୍କୁ ଆରବିଆଇର ୱେବସାଇଟରେ ଉଲ୍ଲେଖ ହୋଇଥିବା ଏହି ନିୟମାବଳୀକୁ ବି ଏଠାରେ ଦର୍ଶାଉଛୁ ।

What is the maximum deposit amount insured by the DICGC?
Each depositor in a bank is insured upto a maximum of Rs.1,00,000 (Rupees One Lakh) for both principal and interest amount held by him in the same capacity and same right as on the date of liquidation/cancellation of bank’s licence or the date on which the scheme of amalgamation/merger/reconstruction comes into force.

ବର୍ତ୍ତମାନ ସମୟରେ ବ୍ୟାଙ୍କରେ ଜମା ଥିବା ଆପଣଙ୍କର ମୋଟ୍ ଅର୍ଥରାଶି ମଧ୍ୟରୁ ମାତ୍ର ଏକ ଲକ୍ଷ ଟଙ୍କା ହିଁ ସୁରକ୍ଷିତ ରହିବ । ତା’ଠାରୁ ଅଧିକ ଯେତେବି ଟଙ୍କା ଜମା ଥିବ ସେସବୁ ଆପଣଙ୍କର ବୁଡିଯିବ ।

ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଉପରେ ଲାଗୁହେବ ଏହି ନିୟମ

ଆରବିଆଇର ଏହି ନିୟମ ସମସ୍ତ ବ୍ୟାଙ୍କଗୁଡିକ ଉପରେ ଲାଗୁ କରାଯାଇଛି । ଏଥିରେ ବିଦେଶୀ ବ୍ୟାଙ୍କଗୁଡିକ ମଧ୍ୟ ସାଲିମ ଅଛନ୍ତି । ଯେଉଁମାନଙ୍କୁ ଆରବିଆଇ ତରଫରୁ ଲାଇସେନ୍ସ ମିଳିଥିବ । ତେଣୁ ଏହି ହିସାବରେ ଦେଖିଲେ, ପିଏନବି ଏହି ମହାଘୋଟାଲା ପରେ ଦେବାଳିଆ ପରିସ୍ଥିତିରେ ରହିଛି । ଯଦି କେନ୍ଦ୍ରସରକାର ନିଜ ତରଫରୁ ପିଏନବିକୁ କ୍ଷତିପୂରଣ ପ୍ରଦାନ ନ କରନ୍ତି ତେବେ ବ୍ୟାଙ୍କ ଦେବାଳିଆ ହୋଇପାରେ । ଯଦିଓ ଏହା ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ଏହାର ଦାୟିତ୍ୱ ଏବେ କେନ୍ଦ୍ର ସରକାରଙ୍କ ପାଖରେ ରହିଛି । ତେବେ ବ୍ୟାଙ୍କ ବୁଡିବ କି ନାହିଁ, ଏହାର ସମ୍ଭାବନା ବହୁତ ନଗଣ୍ୟ ଅଟେ । କାହିଁକି ନା ବ୍ୟାଙ୍କର ମାଲିକାନା ହକ୍ ସରକାରଙ୍କ ପାଖରେ ରହିଛି ଏବଂ ସରକାର ଜନତାଙ୍କୁ ଏଥିପାଇଁ ଆଶ୍ୱସ୍ତି ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷେ, ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।