ସ୍ୱଭାବରୁ ଚିହ୍ନନ୍ତୁ କିଏ ଆପଣଙ୍କ ପାଇଁ କ୍ଷତିକାରକ !

81

କୁହାଯାଏ ଅଚିହ୍ନା ଲୋକ ବିପଦର କାରଣ ହୋଇଥାନ୍ତି । ଯଦି ଆପଣଙ୍କ ମନରେ ଏଭଳି ଧାରଣା ରହିଛି ତେବେ ଏହା ସଂପୂର୍ଣ୍ଣ ରୂପେ ଭୁଲ୍ । କାରଣ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କେବଳ ଅଚିହ୍ନା ବ୍ୟକ୍ତି ନୁହଁନ୍ତି ଅନେକ ପରିଚିତ ବ୍ୟକ୍ତି ମଧ୍ୟ ସୁବିଧା ଦେଖି ନିଜର କୁପ୍ରବୃତ୍ତି ବାହାର କରିଥାନ୍ତି। ତେଣୁ ଖରାପ ଲୋକଙ୍କୁ ଚିହ୍ନି ତାଙ୍କଠାରୁ ଦୂରେଇ ରହିଲେ ବହୁ ବିପଦରୁ ଆପଣ ନିଜକୁ ରକ୍ଷା କରିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ସ୍ୱଭାବ ବିଶିଷ୍ଟ ଲୋକଙ୍କ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

• ସଙ୍ଗେ ସଙ୍ଗେ ରାଗି ଯାଉଥିବା ବ୍ୟକ୍ତି । ଅର୍ଥାତ ଟିକେ ଟିକେ କଥାକୁ ନେଇ ଅତ୍ୟଧିକ ଉତ୍ତେଜିତ ହେଉଥିବା ବ୍ୟକ୍ତିଙ୍କଠାରୁ ସାଧାରଣତଃ ଦୂରେଇ ରହିବା ଉଚିତ । କାରଣ ଏପରି ସ୍ୱଭାବର ବ୍ୟକ୍ତି କୌଣସି ବି ସମୟରେ ଆପଣଙ୍କ ପାଇଁ ବିପଦ ହୋଇପାରନ୍ତି ।

• ଶାରିରୀକ ଅସଂଯମତା ଥିବା ବ୍ୟକ୍ତିଙ୍କ ନିକଟତର ହୁଅନ୍ତୁ ନାହିଁ। କାରଣ ଏଭଳି ବ୍ୟକ୍ତି ସବୁବେଳେ ଆପଣଙ୍କ ଫାଇଦା ଉଠାବାକୁ ଚେଷ୍ଟା କରିଥାନ୍ତି । ଅର୍ଥାତ୍ ବିଭିନ୍ନ ବାହାନା ଦେଖାଇ ଆପଣଙ୍କ ନିକଟତର ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିବାକୁ ସବୁବେଳେ ମଉକା ଖୋଜିଥାନ୍ତି । ଆଉ ଯେତେବେଳେ ଆପଣଙ୍କୁ ଏକୁୁଟିଆ ପାଇଥାନ୍ତି ସେ ସେତେବେଳେ ଆପଣଙ୍କ ସହ ଖରାପ ବ୍ୟବହାର କରିବାକୁ ମଧ୍ୟ ପଛାନ୍ତି ନାହିଁ ।

• ସ୍କୁଲ୍, କଲେଜରେ ଝିଅଙ୍କୁ ଅସଭ୍ୟ ପରି ଦେଖୁଥିବା ପିଲା ଆଦୌ ବିଶ୍ୱାସଯୋଗ୍ୟ ନୁହନ୍ତି । ଏଥିସହ ପଦେ ପଦେ କଥାରେ ଅନ୍ୟକୁ ଧମକ ଦେବା ମଧ୍ୟ ଏକ ଦୁଷ୍କର୍ମକାରୀର ଗୁଣକୁ ପ୍ରତିପାଦିତ କରିଥାଏ ।

• ଅଧିକାଂଶ ସମୟ ଗୁମ୍ ସୁମ୍ ରହୁଥିବା ବ୍ୟକ୍ତି ମଧ୍ୟ ଝିଅମାନଙ୍କ ପାଇଁ ହୋଇଥାନ୍ତି ବିପଦ । ଝିଅମାନଙ୍କ ସହ ଠିକ୍ ଭାବେ କଥା ହୋଇ ନ ପାରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କେଉଁଠି ନା କେଉଁଠି ଖରାପ ଗୁଣ ଲୁଚି ରହିଥାଏ । ମାତ୍ର, ଖୋଲା ହୃଦୟର ଲୋକେ କଥା ହେବାକୁ ଭୟ କରି ନଥାନ୍ତି।

• ସାଙ୍ଗ ସାଥୀଙ୍କ କଥାରେ ଶୀଘ୍ର ତରଳି ଯାଉଥିବା ପିଲା ଆଦୌ ବିଶ୍ୱାସଯୋଗ୍ୟ ନୁହଁନ୍ତି। ଯେଉଁମାନେ ସହଜରେ ତରଳି ଯାଆନ୍ତି, ସେମାନେ ମନ୍ଦ କାର୍ୟ୍ୟ କରିବା ପୂର୍ବରୁ ବିଶେଷ ଚିନ୍ତା କରି ନଥାନ୍ତି।

ଖାଲି ସେତିକି ନୁହେଁ, କଥା ହେବା ଶୈଳୀରୁ ମଧ୍ୟ ଜଣେ ବ୍ୟକ୍ତିକୁ ଠଉରେଇ ହେବ। କଥା କଥାକେ ଅଶ୍ଳୀଳତା ପ୍ରଦର୍ଶନ କରୁଥିବା ବ୍ୟକ୍ତି ଜଣକ ଯେ କୁସ୍ୱଭାବର ବୋଲି ସେଥିରେ କୌଣସି ସନ୍ଦେହ ନାହିଁ।