ମିଳିଲା ସଂକେତ ! ଜିଓ ଏବଂ ଏୟାରଟେଲ ପରେ ଏବେ ଆଇଡିଆ-ଭୋଡାଫୋନ ଲଂଚ କରିପାରନ୍ତି ଶସ୍ତା ୪ଜି ଫୋନ

30

ଜିଓ ଫୋନ ପରେ ଶସ୍ତା ୪ଜି ହ୍ୟାଣ୍ଡସେଟ୍ ଲଂଚ କରିବା ରେସରେ ବର୍ତ୍ତମାନ ଆଇଡିଆ ଏବଂ ଭୋଡାଫୋନ । ନିକଟରେ ଏୟାରଟେଲ କାର୍ବନ ସହ ଭାଗୀଦାରୀରେ ୧,୩୯୯ଟଙ୍କାର ଇଫେକ୍ଟିଭ ମୂଲ୍ୟରେ ୪ଜି ସ୍ମାର୍ଟଫୋନ ଲଂଚ କରିବା ପରେ ଏବେ ଖବର ଆସିଛି, ଆଇଡିଆ ଏବଂ ଭୋଡାଫୋନ ମଧ୍ୟ ମିଳିତ ଭାବେ ୧,୫୦୦ଟଙ୍କାରୁ କିମ୍ବା ତାଠାରୁ କମ୍ ଦାମର ୪ଜି ହ୍ୟାଣ୍ଡସେଟ୍ ଲଂଚ କରିପାରନ୍ତି ।

ଇଟି ରିପୋର୍ଟ ମୁତାବକ, ସ୍ୱଦେଶୀ ଟେଲିକମ ଦିଗ୍ଗଜ ଆଇଡିଆ ହ୍ୟାଣ୍ଡସେଟ୍ ମେକର ଲାଭା ଏବଂ କାର୍ବନ ସହ ଆଲୋଚନା ଚଳାଇଛି । ଏହି କଂପାନୀମାନେ ମିଶି ଶସ୍ତା ୪ଜି ହ୍ୟାଣ୍ଡସେଟ୍ ଲଂଚ କରିପାରନ୍ତି । ଅର୍ଥାତ୍ ଏୟାରଟେଲ ଏବଂ ଜିଓକୁ ଟକ୍କର ଦେବା ପାଇଁ ଆଇଡିଆ ଏବଂ ଭୋଡାଫୋନ ମିଳିତ ଭାବେ ନା କେବଳ ଶସ୍ତା ୪ଜି ହ୍ୟାଣ୍ଡସେଟ ଲଂଚ କରିପାରନ୍ତି ବରଂ ଏଥିସହିତ ଦମଦାର ଅଫର୍ସ ମଧ୍ୟ ଗ୍ରାହକଙ୍କୁ ଭେଟି ଦେଇପାରନ୍ତି ।

ଇଟି ରିପୋର୍ଟ ମୁତାବକ, ଲାଭାର ପ୍ରଡକ୍ଟର ମୁଖ୍ୟ ଗୌରଭ ନିଗମଙ୍କ ସୂଚନା ଦେଇ କହିଛନ୍ତି କି, ‘ଆମେ ଏହି ତିନୋଟି ଟେଲିକମ କଂପାନୀଙ୍କ ସହ ବର୍ତ୍ତମାନ ଆଲୋଚନା ଜାରି ରଖିଛୁ, ହେଲେ ଏଯାବତ କୌଣସି ନିର୍ଯ୍ୟାସ ମିଳିପାରିନାହିଁ’ ।

ଏଠାରେ ଆମେ କହି ରଖୁଛୁ କି, ଜିଓକୁ ଟକ୍କର ଦେବାକୁ ଏୟାରଟେଲ ଲଂଚ କରିଛି ଶସ୍ତା ୪ଜି ସ୍ମାର୍ଟଫୋନ୍ । ଭାରତୀୟ ସ୍ମାର୍ଟଫୋନ କମ୍ପାନୀ କାର୍ବନ ସହ ଭାଗିଦାରୀରେ ଏୟାରଟେଲ୍ ତିଆରି କରିଛି ଏହି ସ୍ମାର୍ଟଫୋନ୍ । ତେବେ କେବଳ ଶସ୍ତା ସ୍ମାର୍ଟଫୋନ୍ ତିଆରି କରିନି କମ୍ପାନୀ, ଗ୍ରାହକଙ୍କ ପାଇଁ ଆଣିଛି ନୂଆ ତଥା ଲୋଭନୀୟ ଅଫର । କାର୍ବନ କମ୍ପାନୀ ସହ ମିଶି ଏୟାରଟେଲ୍ କାର୍ବନ ଏ୪୦ ଇଣ୍ଡିଆନ୍ ନାମକ ଏକ ଫୋନ୍ ଲଂଚ କରିଛି, ଯାହାର ମୂଲ୍ୟ ରହିଛି ମାତ୍ର ୧୩୯୯ ଟଙ୍କା । ଏହା ଗୁଗଲ ସାର୍ଟିଫାଏଡ଼୍ ଫୋନ୍ ।

ଏହି ଫୋନ୍ କିଣିବା ପୂର୍ବରୁ ରହିଛି କିଛି ସର୍ତ୍ତ 

ଏହି ସ୍ମାର୍ଟଫୋନରେ ଡୁଆଲ ସିମ୍ ଅପ୍ସନ୍ ରହିଛି । ଏହି ସ୍ମାର୍ଟଫୋନରେ ଗୁଗଲ ପ୍ଲେଷ୍ଟୋର ମଧ୍ୟ ରହିଛି, ଯେଉଁଠି ଫେସବୁକ୍, ହ୍ୱାଟସଆପ୍ ଓ ଗୁଗଲ ପରି ଆପ୍ ଚାଲିବ । ପ୍ରତି ମାସରେ ୧୬୯ ଟଙ୍କାର ରିଚାର୍ଜ କରିବା ପାଇଁ ପଡ଼ିବ । ଏହି ଅଫରରେ କଲିଂ ଓ ଡାଟା ସୁବିଧା ଉପଲବ୍ଧ ହେବ । ତେବେ ଏଥିରେ କେତେ ଡାଟା ମିଳିବ ଓ କଲିଂ ସୁବିଧା ରହିବ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା । ଯଦି ଆପଣ ଏହି ଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ୨୮୯୯ ଟଙ୍କା ଡାଉନପେମେଣ୍ଟ କରିବା ପାଇଁ ପଡ଼ିବ ।

ଏହାସହ ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବେ ମାସକ ୧୬୯ ଟଙ୍କା ଲେଖାଏଁ ରିଚାର୍ଜ କରିବା ପାଇଁ ପଡ଼ିବ । ୧୮ ମାସ ପର୍ଯ୍ୟନ୍ତ ଯଦି ଆପଣ ଏହି ସ୍ମାର୍ଟଫୋନକୁ ବ୍ୟବହାର କରୁଛନ୍ତି ତେବେ ଏୟାରଟେଲ କମ୍ପାନୀ ଆପଣଙ୍କୁ ପ୍ରଥମେ ୫୦୦ ଟଙ୍କା ଫେରାଇବ । ଏହା ବ୍ୟତୀତ ୩୬ ମାସ ବ୍ୟବହାର କଲେ କମ୍ପାନୀ ଆପଣଙ୍କୁ ପୁଣି ଆଉ ୧୦୦୦ ଟଙ୍କା ଫେରାଇବ । ଏହାର ଅର୍ଥ ହେଲା ସେ ୧୫୦୦ ଟଙ୍କା ଫେରାଇ ଦେବ ।

ଯଦି ଏହି ଫୋନ୍ କିଣି ଆପଣ ଚଳିତ ମାସ ୧୬୯ ଟଙ୍କାର ରିଚାର୍ଜ କରୁନାହାନ୍ତି ତେବେ ଆପଣ କୌଣସି ବି ଆମାଉଂଟର ରିଚାର୍ଜ କରାଇପାରିବେ । ଏବଂ ଏହାର ବୈଧତା ରିଚାର୍ଜର ହିସାବରେ ହିଁ ମିଳିବ । ତେବେ କ୍ୟାସ୍ ଫେରାଇବା ମାମଲାରେ ଅପାଣଙ୍କୁ ୧୮ ମାସ ମଧ୍ୟରେ ୩୦୦୦ ଟଙ୍କାର ରିଚାର୍ଜ କରିବା ପାଇଁ ବାଧ୍ୟ । ୧୬୯ ଟଙ୍କାର ରିଚାର୍ଜ ଉପରେ ଆପଣଙ୍କୁ ଅସୀମିତ କଲିଂ ସହ ୦.୫ ଜି ଡାଟା ମିଳିବ । ଏହାର ବୈଧତା ରହିବ ୨୮ ଦିନ । ଏୟାରଟେଲ କମ୍ପାନୀ ମୁତାବକ ସ୍ମାର୍ଟଫୋନ ପୁରାପୁରି ଗ୍ରାହକଙ୍କର ହିଁ ହେବ । କ୍ୟାସ ଫେରାଇବ ପରେ ମଧ୍ୟ ଗ୍ରାହକଙ୍କ ପାଖରେ ରହିବ ସ୍ମାର୍ଟଫୋନ୍ ।

ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ବିଶେଷତ୍ୱ ବିଷୟରେ 

କାର୍ବନ ଏ୪୦ରେ ୪ ଇଂଚର ଟଚ୍ ସ୍କ୍ରିନ୍ ଦିଆଯାଇଛି । ଏଥିରେ ଆଣ୍ଡ୍ରଏଡ଼୍ ୭.୦ ନୁଗଟ୍ ଦିଆଯାଇଛି । ଏଥିରେ ଏୟାରଟେଲର ମାଗଣା ଲୋଡ଼େଡ଼୍ ଆପ ଦିଆଯାଇଛି । ଏଥରେ ମାଇ ଏୟାରଟେଲ୍, ୱିଙ୍କ୍ ମ୍ୟୁଜିକ୍ ଓ ଅନ୍ୟ ଆପ ମଧ୍ୟ ମିଳିବ ଏହି ସ୍ମାର୍ଟଫୋନରେ । ଏଥିରେ ୧.୩ଜିଏଚ୍ ଜେଡ଼୍ ପ୍ରୋସସେର ଦିଆଯାଇଚି ଏବଂ ଏଥରେ ରହିଛି ୧ ଜିବି ରାମ୍ ।

ଏହି ସ୍ମାର୍ଟଫୋନର ଇଂଟରନାଲ ମେମୋରୀ ୮ ଜିବି ରହିବ । ଯାହାକୁ ମାଇକ୍ରୋ ଏସଡ଼ି କାର୍ଡ଼ ଜରିଆରେ ୩୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଆପଣ ଏଥିରେ ଦୁଇଟି ସିମ୍ ଲଗାଇ ପାରିବେ । ଏହି ସ୍ମାର୍ଟଫୋନରେ ୪ଜି/୩ଜି/୨ଜି ଫିଚର ସହ ଭୋଲ୍ଟି ଫିଚର ମଧ୍ୟ ରହିଛି । ଏଥରେ ୱ୍ୱାଇଫାଇ ଓ ବ୍ଲୁଟୁଥ୍ କନେକ୍ଟିଭିଟି ମଧ୍ୟ ରହିବ । ଫଟୋ ଉଠାଇବା ପାଇଁ ଏଥରେ ୨ ମେଗାପିକ୍ସେଲ ରିୟର ଓ ୦.୩ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

ସୌଜନ୍ୟ: ଆଜତକ୍