ଜିଓକୁ ଟକ୍କର ! ଏଣିକି ଏହି ଦୁଇ କଂପାନୀ ଦେଉଛି ୧୬ ଟଙ୍କାରେ ଅନଲିମିଟେଡ୍ ଡାଟା

38

ଯେବେଠୁ ‘ଜିଓ’ ଟେଲିକମ୍ ଜଗତରେ ପାଦ ରଖିଲାଣି ସେବେଠୁ ଟେଲିକମ୍ ଜଗତରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି କହିବା ବୋଧ ହୁଏ କୌଣସି ଭୂଲ ହେବ ନାହିଁ । ତେବେ ଜିଓର ଝଡରୁ ବଂଚିବା ପାଇଁ ଦେଶର ସମସ୍ତ ଟେଲିକମ୍ କଂପାନୀମାନେ ଲୋକଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରତିଦିନ କିଛି ନା କିଛି ନୁଆ ଅଫର ଭେଟିଦେବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ଆଇଡିଆ ନିଜର ପ୍ରି-ପେଡ୍ ୟୁଜର୍ସଙ୍କୁ ଭେଟିଦେଇଛି ଏକ ନୁଆ ପ୍ଲାନ୍ ।

ଜିଓକୁ ଟକ୍କର ଦେବାକୁ ଯାଇ ଆଇଡିଆ ଏକ ନୁଆ ତଥା ୧୬ ଟଙ୍କିଆ ଡାଟା ପ୍ଲାନ୍ ଭେଟି ଦେଇଛି । ଯେଉଁଥିରେ ଗ୍ରାହକମାନେ ୧ ଘଂଟା ପାଇଁ ଅନଲିମିଟେଡ୍ ଡାଟାର ଲାଭ ଉଠାଇ ପାରିବେ । ଏହି ୧ ଘଂଟାରେ ଗ୍ରାହକମାନେ ଯେତେ ପାରିବେ ସେତେ ଡାଟା ବ୍ୟବହାର କରିପାରିବେ । ତେବେ ଆଇଡିଆର ଏହି ପ୍ଲାନର ଲାଭ ଉଭୟ ପୁରୁଣା ଓ ନୂଆ ଗ୍ରାହକମାନେ ଉଠାଇ ପାରିବେ । ଯଦିଓ ବର୍ତ୍ତମାନ ପାଇଁ ଏହି ଅଫରଟି କେବଳ ଦିଲ୍ଲୀ- ଏନସିଆରର ୩ଜି ପ୍ରି-ପେଡ୍ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

କିଛି ଦିନ ପୂର୍ବରୁ ଏଭଳି ଏକ ଅଫର୍ ଭୋଡାଫୋନ ଇଣ୍ଡିଆ କରିଥିଲା । ଯେଉଁଥିରେ ୨୯ ଟଙ୍କାର ରିଚାର୍ଜ କଲେ ଗ୍ରାହକମାନଙ୍କୁ ମିଳୁଥିଲା ଅନଲିମିଟେଡ୍ ୩ଜି,୪ଜି ଡାଟା । ମାତ୍ର ସର୍ତ୍ତ ଥିଲା କି ଏହି ଡାଟା ବ୍ୟବହାର କେବଳ ମଧ୍ୟରାତ୍ର ତଥା ରାତି ପ୍ରାୟ ଗୋଟାଏଠାରୁ ସକାଳ ୬ଟା ଯାଏଁ କରିପାରିବେ । ଏଥିସହିତ ଗ୍ରାହକମାନେ ନିଜର ସର୍କଲ ଏବଂ ଡିଭାଇସ୍ ହିସାବରେ ଡାଟାର ବ୍ୟବହାର କରିପାରିବେ ।

ତେବେ ଏହି ଅଫର କେବଳ ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ । ଭୋଡାଫୋନ ଏହି ସୁପରନାଇଟ୍ ରିଚାର୍ଜ ପ୍ୟାକରେ ୬ ଟଙ୍କାରୁ କମରେ ମଧ୍ୟ ପ୍ରତି ଘଂଟା ହିସାବରେ ଅନଲିମିଟେଡ୍ ଡାଟା ଉପଲବ୍ଧ ଥିଲା । ସେହିପରି ଯଦି ଏହାକୁ ଜିଓ ସହ ତୁଳନା କରାଯାଏ ତେବେ କଂପାନୀ ୧୦ ଟଙ୍କାରେ ପ୍ରତିଦିନ ହିସାବରେ ୧ଜିବି ଡାଟା ଉପଲବ୍ଧ କରୁଛି ।

ସୌଜନ୍ୟ: ଆଜତକ୍