ଚିନ୍ତା ବଢାଇଲା ଆଇଡିଆ ! ଜିଓ ନାଁରେ ଆଣିଲା ନେଟ୍ ନ୍ୟୁଟ୍ରାଲିଟି ନିୟମ ଉଲ୍ଲଘଂନ ଭଳି ସଙ୍ଗୀନ ଅଭିଯୋଗ

47

ଦେଶର ତୃତୀୟ ବଡ ଟେଲିକମ୍ ଅପରେଟର କଂପାନୀ ଆଇଡିଆ ସେଲ୍ୟୁଲର୍ ରିଲାଏନ୍ସର ନୁଆ ୪ଜି ଭୋଲ୍ଟି ଫିଚର ଫୋନକୁ ନେଇ ନେଟ୍ ନ୍ୟୁଟ୍ରାଲିଟିର ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛି ।

ଅଭିଯୋଗ ଅନୁସାରେ, ଜିଓ ନିଜ ଫିଚର ଫୋନରେ ନିଜର ହିଁ ଆପ୍ ଦେଉଛି । ଆଇଡିଆ ସେଲ୍ୟୁଲରର ମ୍ୟାନେଜିଂ ଡାରେକ୍ଟର ହିମାଂଶୁ କପାନିୟାଙ୍କ ସୂଚନା ମୁତାବକ, ‘ଜିଓଫୋନକୁ ନେଇ ମୋର ସବୁଠାରୁ ବଡ ଚିନ୍ତା ହେଉଛି ନେଟ୍ ନ୍ୟୁଟ୍ରାଲିଟି କରିଛି । ଯାହାକି ୟୁଜର୍ସଙ୍କୁ ସେମାନଙ୍କର ମନପସନ୍ଦର ଆପ୍ ବ୍ୟବହାର କରିବାକୁ ଦେବ ନାହିଁ’ ।

ସେ ଆହୁରି ମଧ୍ୟ କହିଛନ୍ତି କି, ‘ଏହି ଫୋନ୍ ସହାୟତାରେ କଂପାନୀ ଗ୍ରାହକଙ୍କୁ ନିଜ ଆପ୍ ବ୍ୟବହାର କରିବା ପାଇଁ ବାଧ୍ୟ କରିବ । ଜିଓ ଫୋନ୍ କୌଣସି ସ୍ମାର୍ଟଫୋନ ନୁହେଁ ବରଂ ଏହା କେବଳ ଲୋକମାନଙ୍କୁ ଇଂଟରନେଟ୍ ବ୍ୟବହାର କରିବାକୁ ସୁଯୋଗ ଦେବ’ ।
ଜିଓ ଫୋନ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପର ସପୋଟିଭ୍ ହେବ ନାହିଁ ।

ତେବେ ଭାରତରେ ପାଖାପାଖି ୨୦୦ ମିଲିୟନ ହ୍ୱାଟସଆପ ବ୍ୟବହାରକାରୀ ଅଛନ୍ତି । ଏହି ଫୋନରେ ହ୍ୱାଟସଆପ ସ୍ଥାନରେ କଂପାନୀର ନିଜର ଆପ ତଥା ‘ଜିଓ ଚାର୍ଟ’ ସପୋର୍ଟ କରିବ । ବର୍ତ୍ତମାନ ଏହି ଫୋନ କଂପାନୀର ଇନ୍–ହାଉସ୍ ଚାର୍ଟ ଆପ୍ ସହିତ ହିଁ ଉପଲବ୍ଧ ହେବ ଏବଂ ଏଥିରେ ୟୁଜର୍ସ ହ୍ୱାଟସଆପ ଚଲାଇ ପାଇବେ ନାହିଁ ।

ଏଠାରେ ଆମେ କହି ରଖୁଛୁ କି, ଆଇଡିଆ ସେଲ୍ୟୁଲାର ଜିଓ ଭଳି ହ୍ୟାଣ୍ଡସେଟ୍ ତିଆରି କରୁଥିବା କଂପାନୀମାନଙ୍କ ସହିତ କାମ କରୁଛି । ନିକଟରେ କଂପାନୀ ସ୍ପଷ୍ଟ କରିଛି ଯେ, ଏହି ହ୍ୟାଣ୍ଡସେଟ୍ ସବସିଡି ଯୁକ୍ତ ମୋବାଇଲ୍ ହେବ ନାହିଁ । ଏହି ହ୍ୟାଣ୍ଡସେଟର ମୂଲ୍ୟ ରଖାଯାଇଛି ମାତ୍ର ୨୫୦୦ ଟଙ୍କା । ତେବେ ଆଇଡିଆ ଫୋନ ମେକର କଂପାନୀ ସହିତ ଶସ୍ତା ମୋବାଇଲ୍ ଫୋନକୁ ନେଇ କାମ ଆରମ୍ଭ କରିଦେଇଛି ।

ସୌଜନ୍ୟ: ଏବିପି ନ୍ୟୁଜ୍