ଜିଓ ବନାମ ଆଇଡିଆ ! ଐତିହାସିକ ଫୁଟବଲ ଅଫରକୁ ମାତ୍ ଦେବ ଆଇଡିଆର ମେଗା କ୍ୟାସବ୍ୟାକ୍ ଅଫର, ଜାଣନ୍ତୁ କଣ ମିଳିବ ଫାଇଦା

34

ଟେଲିକମ ଜଗତରେ ଜିଓର ଧମାକାଦାର ଏଂଟ୍ରି ପରେ ପରେ ବାକି କଂପାନୀମାନଙ୍କର ଚିନ୍ତା ଏକପ୍ରକାରେ ବଢିଯାଇଛି । ସେଥିପାଇଁ ତ ଅନ୍ୟ କଂପାନୀମାନେ ଗ୍ରାହକଙ୍କୁ ନିଜ ପ୍ରତି ଆକୃଷ୍ଠ କରିବା ପାଇଁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ଆକର୍ଷଣୀୟ ଅଫରମାନ ଭେଟି ଦେବାରେ ଲାଗିପଡିଛନ୍ତି । ହେଲେ ଜିଓ ମଧ୍ୟ ତାର ଅଭିଯାନ ଜାରି ରଖିଛି । ନିକଟରେ କଂପାନୀ ତାର ଗ୍ରାହକଙ୍କୁ ଭେଟି ଦେଇଛି ଐତିହାସିକ ଅଫର ତଥା ଫୁଟବଲ ଅଫର । ଯେଉଁଥିରେ ସ୍ମାର୍ଟଫୋନ ଉପରେ ମିଳିବ ଜବରଦସ୍ତ କ୍ୟାସବ୍ୟାକ । ଆଉ ଏହା ପରେ ଏୟାରଟେଲ ଏବଂ ଏବେ ଆଇଡିଆ ମଧ୍ୟ ନିଜର ୟୁଜର୍ସଙ୍କ ପାଇଁ କ୍ୟାସବ୍ୟାକ ଅଫର ଲଂଚ କରିଛି ।

ଏବେ ଜାଣନ୍ତୁ ଆଇଡିଆର ଏହି ନୂଆ ଅଫର ସଂପର୍କରେ

ଜିଓ ଏବଂ ଏୟାରଟେଲ ପରେ ଏବେ ଆଇଡିଆ ସମସ୍ତ ନୂଆ ୪ଜି ହୋଲ୍ଡର୍ସଙ୍କ ପାଇଁ ମେଗା କ୍ୟାସବ୍ୟାକ୍ ଅଫର ଲଂଚ କରିଛି । ଆଇଡିଆର ଏହି ମେଗା କ୍ୟାସବ୍ୟାକ୍ ଅଫରଟି ସିଧା ସଳଖ ଭାବରେ ଜିଓର ଫୁଟବଲ ଅଫରକୁ ଟକ୍କର ଦେବାକୁ ଲଂଚ କରାଯାଇଛି । ତେବେ କଂପାନୀର ଏହି ଅଫରଟି ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଆଇଡିଆର ଏହି କ୍ୟାସବ୍ୟାକ୍ ଅଫର ପାଇଁ ଅନେକ ସ୍ମାର୍ଟଫୋନ କଂପାନୀମାନଙ୍କ ସହିତ ହାତ ମିଳାଇଛି । ଏହି ଆଫରଟି ୨୩ ଫେବୃଆରୀରୁ ଆରମ୍ଭ ହୋଇସାରିଛି ଏବଂ ୩୦ ଏପ୍ରିଲ ଯାଏଁ ଚାଲିବ । ଅଫର ଅନୁସାରେ ଏହି ସମୟରେ କିଣାଯାଉଥିବା ୪ଜି ସ୍ମାର୍ଟଫୋନ ଉପରେ ଆଇଡିଆ ୨ ହଜାର ଟଙ୍କା କ୍ୟାସବ୍ୟାକ୍ ମିଳିବ ।

କ୍ୟାସବ୍ୟାକ୍ ପାଇଁ କଣ କରିବେ

• କ୍ୟାସବ୍ୟାକ ପାଇବା ପାଇଁ ଉପଭୋକ୍ତାଙ୍କୁ ପ୍ରତି ମାସ ୧୯୯ ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହାପରେ ହିଁ ୟୁଜରଙ୍କୁ ଏହି କ୍ୟାସବ୍ୟାକ ମିଳିବ । ୧୯୯ ଟଙ୍କା ବ୍ୟତୀତ ଉପଭୋକ୍ତା ୩୯୮ ଟଙ୍କା, ୪୪୯ ଟଙ୍କା,୪୫୯ ଟଙ୍କା ଏବଂ ୫୦୯ ଟଙ୍କା ପ୍ଲାନ ମଧ୍ୟ ରିଚାର୍ଜ କରିପାରିବେ ।

• ୟୁଜର୍ସଙ୍କୁ ୨ ହଜାର ଟଙ୍କାର କ୍ୟାସବ୍ୟାକ କିସ୍ତିରେ ମିଳିବ । ଅର୍ଥାତ୍ ପ୍ରଥମେ ୧୮ ମାସ ଅତି କମରେ ୩୦୦୦ ଟଙ୍କାର ରିଚାର୍ଜ କରିବା ଉପରେ ୟୁଜର୍ସଙ୍କୁ ୭୫୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ ।

• ବାକି ୧୨୫୦ ଟଙ୍କାର କ୍ୟାସବ୍ୟାକ୍ ପାଇବା ପାଇଁ ୟୁଜର୍ସଙ୍କୁ ଆଗାମୀ ୧୮ ମାସ ମଧ୍ୟରେ ଅତି କମରେ ୩୦୦୦ଟଙ୍କାର ରିଚାର୍ଜ କରିବାକୁ ପଡିବ ।

• ଆଇଡିଆର ପୋଷ୍ଟପେଡ୍ ୟୁଜର୍ସଙ୍କୁ କ୍ୟାସବ୍ୟାକର ଫାଇଦା ଉଠାଇବା ପାଇଁ ୩୮୯ ଟଙ୍କାର ରିଚାର୍ଜ କରିବାକୁ ପଡିବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ଜିଓର ଏହି ଐତିହାସିକ ଅଫରଟିର ନାଁ ରହିଛି ‘ଫୁଟବଲ୍ ଅଫର’ । ଯାହାକି ୧୫ ଫେବୃଆରୀରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଏହି ଅଫର ପରିସରରେ ଜିଓ ନେଟୱର୍କ ସହିତ ଜଡିତ ଥିବା ନୂଆ ସ୍ମାର୍ଟଫୋନ ଉପରେ କଂପାନୀ ୨୦୦ଟଙ୍କାର ଇନଷ୍ଟାଂଟ କ୍ୟାସବ୍ୟାକ ଦେବ । ହେଲେ ଏଥିପାଇଁ ଆପଣଙ୍କୁ ନୂଆ ଫୋନରେ ଜିଓ ସିମ୍ ପକାଇବାକୁ ହେବ ଆଉ ପ୍ରଥମ ରିଚାର୍ଜ ୧୯୮ ଟଙ୍କା କିମ୍ବା ୨୯୯ ରିଚାର୍ଜ କରିବାକୁ ପଡିବ । ଏହାପରେ ଆପଣଙ୍କୁ ୫୦ ଟଙ୍କାର ୪୪ଟି ରିଚାର୍ଜ ଭାଉଚର ମିଳିବ । ଯାହାକି ଆପଣଙ୍କ ‘ମାଇ ଜିଓ ଆପ’ରେ ଜମା ହୋଇଯିବ । ତେବେ ଜିଓ ଫୁଟବଲ ଅଫରଟି ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ।

ଏବେ ଆସନ୍ତୁ ନଜର ପକାଇବା କେଉଁ ସ୍ମାର୍ଟଫୋନ ଉପରେ ମିଳୁଛି କ୍ୟାସବ୍ୟାକ

ଦେଶରେ ବିକ୍ରି ହେଉଥିବା ପାଖାପାଖି ସମସ୍ତ ସ୍ମାର୍ଟଫୋନ ଉପରେ ଏହି ଅଫରଟି ଲାଗୁ ଅଟେ, ମାତ୍ର ସ୍ମାର୍ଟଫୋନରେ ୪ଜି ସପୋର୍ଟ ଥିବା ନିହାତି ଜରୁରୀ । ତେବେ ଏହି ତାଲିକାରେ LYF, Samsung, Xiaomi, Motorola, Micromax, Huawei, Nokia, 10.or (Amazon), Blackberry, Asus, Panasonic, LG, Intex, Alcatel, Comio, Jivi, Celkon, Swipe, Ziox, Zen, iVoomi ଏବଂ Centric ଭଳି ସ୍ମାର୍ଟଫୋନଗୁଡିକର ନାଁ ଆଦି ସାମିଲ ରହିଛି ।