ଏବେ ନିଜର ଏଟିଏମ କାର୍ଡକୁ ଇଚ୍ଛା ଅନୁସାରେ କରନ୍ତୁ ବ୍ଲକ-ଅନବ୍ଲକ୍ ! ତଥ୍ୟ ଚୋରି ହୋଇଗଲେ ବି ଖାତାରୁ ଗାଏବ ହେବନି ଟଙ୍କା

ଇଚ୍ଛା ଅନୁସାରେ ନିଜ ଏଟିଏମ କାର୍ଡକୁ କରନ୍ତୁ ବ୍ଲକ୍-ଅନବ୍ଲକ୍

111

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛି କି, ଏହି ସୁବିଧା କେବଳ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ କାର୍ଡଧାରୀଙ୍କ ପାଇଁ ହିଁ ଉପଲବ୍ଧ । ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏକ ନୂଆ ଏବଂ ବିଶେଷ ସୁବିଧା ବ୍ୟାଙ୍କ ତରଫରୁ ମିଳିବ । ଏହି ସୁବିଧା ଜରିଆରେ ଏବେ ଆପଣ ସ୍ମାର୍ଟଫୋନରୁ ହିଁ ନିଜର ଆଇସିଆଇସିଆଇ ବ୍ୟାଙ୍କର ଉଭୟ କ୍ରେଡିଟ୍ କିମ୍ବା ଡେବିଟ କାର୍ଡକୁ ସିକ୍ୟୁର କରିପାରିବେ । ବ୍ୟାଙ୍କ ନିଜର ‘ imobile’ନାମକ ଆପରେ ଏକ ନୂଆ ଫିଚର ‘ମ୍ୟାନେଜ କାର୍ଡ ‘ ଯୋଡିଛି । ତେବେ ଆସନ୍ତୁ ଜାଣିବା ଏହି ଫଚର ସଂପର୍କରେ…

ଏହି ଫିଚର ଜରିଆରେ ଗ୍ରାହକ ନିଜର ଉଭୟ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡକୁ ଅସ୍ଥାୟୀ ଭାବରେ ବ୍ଲକ୍ କିମ୍ବା ଅନବ୍ଲକ କରିପାରିବେ । ଏଥି ସହିତ ହିଁ ଅନଲାଇନ ଟ୍ରାନଜାକସନ, ଇଂଟରନ୍ୟାସନାଲ ଟ୍ରାନଜାକସନ ଏବଂ ଏଟିଏମ ଓି୍ୱଥଡ୍ରାଲକୁ ବି ବ୍ଲକ କିମ୍ବା ଅନବ୍ଲକ୍ କରିପାରିବେ ।

ଯଦି କେବେ ଆପଣଙ୍କର ଏଟିଏମ କାର୍ଡ ହଜିଯାଏ, ତେବେ ତାକୁ ବ୍ଲକ୍ କରିବା ନିହାତି ଜରୁରୀ ହୋଇପଡିଥାଏ । ହେଲେ ଅନେକ ବାର ଆପଣଙ୍କର କାର୍ଡ ପୁଣି ଥରେ ମିଳିଯାଏ । ଆଉ ପୁଣି ତାକୁ ଅନବ୍ଲକ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ ।  ହେଲେ ଏବେ ଆପଣଙ୍କୁ ଆଉ ଏତେ ଧନ୍ଦା କରିବାକୁ ପଡିବନି । ବରଂ ଏହି କାମ ଆପଣ ଘରେ ବସି ଆପଣଙ୍କର ସ୍ମାର୍ଟଫୋନରୁ ହିଁ କରିପାରିବେ ।

ଆଇସିଆଇସିଆଇ ବ୍ୟାଙ୍କ ଏଭଳି ଏକ ବିଶେଷ ସୁବିଧା ଆରମ୍ଭ କରିଛି । ଯେଉଁଥିରେ ଆପଣଙ୍କର ସମସ୍ୟାର ସମାଧାନ ହୋଇପାରିବ । ଖାଲି ଏତିକି ନୁହେଁ, ଆପଣ ନିଜର ଏଟିଏମ ଓି୍ୱଥଡ୍ରାଲ ଏବଂ ଇଂଟରନେଟ ବ୍ୟାଙ୍କିଂକୁ ବି ସମୟ ସମୟରେ ଉଭୟ ବ୍ଲକ୍ ଏବଂ ଅନବ୍ଲକ ବି କରିପାରିବେ ।

 

ଏଠାରେ ବି ଆପଣଙ୍କୁ କାର୍ଡ ଇନଫୋମେସନର ତଳେ ଦିଆଯାଥିବା ‘ମ୍ୟାନେଜ କାର୍ଡ’ର ଅପସନ ମିଳିବ । ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ସାମନାରେ ଏଟିଏମ ଓି୍ୱଥଡ୍ରାଲ, ଅନଲାଇନ ଟ୍ରାନଜାକସନ ଏବଂ ଇଂଟରନାସନାଲ ଟ୍ରାନଜାକସନକୁ ବ୍ଲକ୍ ଏବଂ ଅନବ୍ଲକ କରିବାର ବିକଳ୍ପ ମିଳିବ ।

ସେହିପରି, କାର୍ଡ ବ୍ଲକ କରିବାକୁ ଚାହୁଁଥିଲେ, ଆପଣଙ୍କୁ କାର୍ଡ ଇନଫୋମେସନର ତଳେ ହିଁ ‘Temp Block’ର ବିକଳ୍ପ ମିଳିବ । ଏହା ଉପରେ କ୍ଲିକ କରିବା କ୍ଷଣି ହିଁ ଆପଣଙ୍କର କାର୍ଡ କିଛି ସମୟ ପାଇଁ ବ୍ଲକ ହୋଇଯିବ । ଏହି ସୁବିଧା ଦ୍ୱାରା ଆପଣ ନା କେବଳ ବ୍ୟାଙ୍କକୁ ଫୋନ କରି କାର୍ଡ ବ୍ଲକ ଏବଂ ପୁଣି ତାକୁ ଅନବ୍ଲକ କରିବାର ଲମ୍ବା ପ୍ରକ୍ରିୟାରୁ ବଂଚିପାରିବେ, ବରଂ ଆପଣ ଆପଣଙ୍କର ଆବଶ୍ୟକତା ଅନୁସାରେ ବି କାର୍ଡକୁ ବ୍ଲକ-ଅନବ୍ଲକ କରିପାରିବେ ।