ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ ଦରମା ଦେଲେ ହେବ ଜେଲ୍ : ସରକାରଙ୍କ କଡା ନିର୍ଦ୍ଦେଶ

23

ଭାରତରେ ଯେଉଁଠି ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ୨୫ ପ୍ରତିଶତ ଅଧିକ ଦରମା ମିଳିଥାଏ । ସେଇଠି ବିଶ୍ୱରେ ଏକ ଏଭଳି ଦେଶ ରହିଛି ଯେଉଁଠି ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏକ କଠୋର ଆଇନ ପ୍ରୟଣନ କରିଛନ୍ତି ସରକାର । ତେବେ ୟୁରୋପିୟ ଦେଶ ଆୟରଲାଣ୍ଡ ହେଉଛି ବିଶ୍ୱର ଏକ ଏଭଳି ଦେଶ ଯେଉଁଠି ପୁରୁଷଙ୍କୁ ମହିଳାଙ୍କଠାରୁ ଅଧିକ ଦରମା ଦେବା ଅବୈଧ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଦେଶର ଏହି ନୂଆ ନିୟମ ସଂପର୍କରେ . . .

ନୂଆ ନିୟମ ମୁତାବକ, ୨୫ରୁ ଅଧିକ କର୍ମଚାରୀ ଥିବା କଂପାନୀଗୁଡିକ ଏବଂ ସରକାରୀ ଏଜେନ୍ସିଗୁଡିକୁ ସମାନ ଦରମା ନୀତି ବା ନିୟମ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ତରଫରୁ ନୂଆ ଆଇନ ପ୍ରଣୟନ କରାଯାଇଛି । ଯେଉଁଥିରେ ଯେଉଁ କଂପାନୀଗୁଡିକ ସରକାରଙ୍କର ଏହି ନିୟମ ତଥା ସମାନ ଦରମା ନୀତିର ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅର୍ଥାତ୍ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ସିଏନଏନରେ ପ୍ରକାଶିତ ଖବର ଅନୁସାରେ, ଏହି ନିୟମକୁ ପାଳନ କରୁନଥିବା କଂପାନୀଙ୍କୁ ପ୍ରତିଦିନ ବାବଦକୁ ୫୦୦ ଡଲାର ତଥା ୩୧ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ।

ଖାଲି ସେତିକି ନୁହେଁ, ଏଥିପାଇଁ ମଧ୍ୟ ଏକ ମେକାନିଜିମ୍ ପ୍ରସ୍ତୁତ କରାଯାଇଛି । ଯେଉଥିରେ ଉଭୟ ପୁରୁଷ ଏବଂ ମହିଳାଙ୍କର ଦରମା ନେଇ ଏକ ନିୟମ ପ୍ରସ୍ତୁତ କରାଯାଇଛି । ଏହି ମେକାନିଜିମ ଜରିଆରେ ଉଭୟ ମହିଳା ଏବଂ ପୁରୁଷଙ୍କୁ ସମାନ ଦରମା ମିଳିବା ପାଇଁ ନିଷ୍ପତି ଧାର୍ଯ୍ୟ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଗଚ୍ଛବର୍ଷଠାରୁ ହିଁ ଏହି ନିୟମଟି ପାରିତ ହୋଇସାରିଛି । ଯାହାକୁ ଚଳିତ ବର୍ଷ ପହିଲାରୁ ହିଁ ଦେଶରେ ଲାଗୁ କରିଦିଆଯାଇଛି । ତେବେ ଗତବର୍ଷ ମାର୍ଚ୍ଚ ୮ ତାରିଖ ତଥା ଅନ୍ତରାଷ୍ଟ୍ରିୟ ମହିଳା ଦିବସ ଅବସରରେ ଏହି ନୀତିକୁ ଘୋଷଣା କରାଯାଇଥିଲା ।

ସୌଜନ୍ୟ: ନିଜ୍ୟୁ୧୮