ଶସ୍ତା ଫୋନ ପରେ ଏବେ ବଜାରକୁ ଆସିଲା ଶସ୍ତା ଲାପଟପ ! ମୂଲ୍ୟ ମାତ୍ର ୧୬ ହଜାର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

60

ବର୍ତ୍ତମାନ ସମୟରେ ଆରମ୍ଭ ହୋଇଛି ଶସ୍ତା ଗ୍ୟାଜେଟ୍ସର ଟ୍ରେଣ୍ଡ । ସ୍ମାର୍ଟଫୋନରୁ ଆରମ୍ଭ କରି ଲାପଟପ ପର୍ଯ୍ୟନ୍ତ ପ୍ରତିଦିନ ବଜାରକୁ ଆସୁଛି କମ ଦାମରେ । ଏସବୁ ମଧ୍ୟରେ ଆଇବେଲ ନାମକ ଏକ କଂପାନୀ ଭାରତରେ ଲଂଚ କରିଛି ଶସ୍ତା ଲାପଟପ । ଯାହାର ନାଁ CompBook Exemplaire+ । ତେବେ ଏହି ଲାପଟପ ବ୍ଲୁ କଲର ଭ୍ୟାରିଏଂଟରେ ବଜାରରେ ଉପଲବ୍ଧ । ଏଠାରେ ଆମେ କହି ରଖୁଛୁ କି, ଏହି ଲାପଟପର ବିକ୍ରି କେବେ ଏବଂ କେଉଁଠି ଆରମ୍ଭ ହେବ ତାହା ନେଇ ଏଯାବତ୍ କଂପାନୀ ପକ୍ଷରୁ କୌଣସି ବି ସୂଚନା ମିଳିପାରିନାହିଁ ।

ମିଳିଥିବା ସୂଚନା ମୁତାବକ, ଏହି ଲାପଟପରେ ୱିଣ୍ଡୋଜ ୧୦ ଦିଆଯାଇଛି । ଏହି ଲାପଟପରେ ୧୪ ଇଂଚର ଏଚଡି ଡିସପ୍ଲେ ରହିଛି, ଯାହାର ରିଜଲ୍ୟୁସନ 1366×768 ରହିଛି । ଏଥିରେ ଇଂଟେଲର କ୍ୱାଡକୋର ପ୍ରୋସେସର ଦିଆଯାଇଛି, ଯାହାର କ୍ଲକ୍ ସ୍ପିଡ୍ ରହିଛି 1.92GHz । ସେହିପରି ଏଥିରେ ୪ଜିବିର ରାମ ଏବଂ ୩୨ଜିବିର ଅନବୋର୍ଡ ଷ୍ଟୋରେଜ ମଧ୍ୟ ରହିଛି । ଯାହାକୁ ଆପଣ ଚାହିଁଲେ ୧୨୮ ଜିବି ପର୍ଯ୍ୟନ୍ତ ବି ବଢାଇପାରିବ । ସେହିପରି ୧ଜିବି ଷ୍ଟୋରେଜ ପାଇଁ ଅଲଗା ଭାବେ ଏଚଡିଡି ସ୍ଲଟ୍ ମଧ୍ୟ ଦିଆଯାଇଛି । ଏହାର ଟପ୍ ପ୍ୟାଡରେ ଜୁମର ବି ଅପସନ ରହିଛି ।

ସେହିପରି ଲାପଟପରେ ୧୦୦୦୦ଏମଏଏଚର ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଯାହାକୁ ନେଇ କଂପାନୀର ଦାବି କରିଛି କି ଏଥିରେ ୧୯ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଏ ରହିପାରିବ । ଏହାବ୍ୟତୀତ ଏଥିରେ ୱାଇଫାଇ, ବ୍ଲୁଟୁଥ, ମିନି-ଏଚଡିଏମଆଇ, ହେଡଫୋନ-ମାଇକ୍ରୋଫୋନ ପାଇଁ ଗୋଟିଏ ହିଁ ଜ୍ୟାକ୍, ଡୁଆଲ ସ୍ପିକର ଏବଂ ଗୋଟିଏ ୟୁଏସବି ପୋର୍ଟ ମଧ୍ୟ ଦିଆଯାଇଛି । ତେବେ ଏହି ଲାପଟପର ମୂଲ୍ୟ ରହିଛି ମାତ୍ର ୧୬ ହଜାର ୪୯୯ ଟଙ୍କା ।

ସୌଜନ୍ୟ : ଅମର ଉଜାଲା