ସାମ୍ନାକୁ ଆସିଲା ଅଭିନନ୍ଦନଙ୍କ ଆଉ ଏକ ଭିଡିଓ । ଆହତ ପାଇଲଟଙ୍କୁ ଦେଖି ଡରି ଯାଇଥିଲା ପାକିସ୍ତାନ, ଅଭିନନ୍ଦନଙ୍କ ପୂରା ସେବାରେ ଲାଗିପଡିଥିଲା ପାକ୍ ଆର୍ମି

439

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହ ଜଡିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓରେ ପାକିସ୍ତାନୀ ଆର୍ମିର କିଛି ସେନା ଆହତ ଅଭିନନ୍ଦନଙ୍କୁ ପ୍ରାଥମିକ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ୨୬ ଫେବୃଆରୀ ଦିନ ଅଭିନନ୍ଦନଙ୍କର ବିମାନ ମିଗ୍-୨୧ କ୍ରାସ୍ ହୋଇଯିବା କାରଣରୁ ତାଙ୍କୁ ପାରାଚୁଟ ମାଧ୍ୟମରେ ଅବତରଣ କରିବାକୁ ପଡିଥିଲା । ହେଲେ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ ବର୍ଥମାନ । ଆଉ ଏହାପରେ ସେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ମାତ୍ର କିଛି ସମୟ ପରେ ସେଠାରେ ପାକ୍ ଆର୍ମି ପହଂଚି ଯାଇଥିଲେ ଏବଂ ଅଭିନନ୍ଦନଙ୍କୁ ସେମାନଙ୍କ କବଳରୁ ଛଡାଇ ଆଣିଥିଲେ । ଏହା ପରେ ତାଙ୍କୁ ସେଫ୍ ହାଉସକୁ ନେଇଆସିଥିଲେ । ଯାହାର ଏକ ଭିଡିଓ ଏବେ ସାମନାକୁ ଆସିଛି ।

କଣ ରହିଛି ଭିଡିଓରେ

ଭିଡିଓର ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି,ପାକିସ୍ତାନ ଆର୍ମିର କିଛି ସେନା ଅଭିନନ୍ଦନଙ୍କୁ ସେଫ୍ ହାଉସରେ ଫାଷ୍ଟ ଆଇର୍ଡ କରାଉଛନ୍ତି ଆଉ ଏହି ସମୟରେ ସମସ୍ତଙ୍କ ମୁହଁରେ ଉଭୟ ଚିନ୍ତା ଏବଂ ଭୟ ପୂରା ପୂରି ପ୍ରତିଫଳିତ ହେଉଛି । ଏହାର ମୁଖ୍ୟ କାରଣ ହେଲା, ଜେନେଭା ସନ୍ଧି । ସନ୍ଧି ଅନୁସାରେ କୌଣସି ବି ଦେଶର ସେନାକୁ , ଯେବେକି ସେ ନିଜ ବର୍ଦ୍ଦିରେ ଥିବେ ତାଙ୍କ ସହ କୌଣସି ବି ଦେଶର ଆର୍ମି କୌଣସି ପ୍ରକାରର ଦୁର୍ବବ୍ୟବହାର କିମ୍ବା ନିର୍ଯାତନା ଦେଇପାରିବେ ନାହିଁ । ଏଭଳି କରିବା ଜେନେଭା ସନ୍ଧିର ଉଲ୍ଲଂଘନ ବୋଲି ଗ୍ରହଣ କରାଯିବ । ଏଥିପାଇଁ ପାକିସ୍ତାନ ସରକାର ଏବଂ ଆର୍ମି ଅଫିସର ପକ୍ଷରୁ ସେମାନଙ୍କୁ ନିଶ୍ଚୟ ରୂପେ ନିର୍ଦ୍ଦେଶ ଦିଆଯାଇଥିବ କି ଅଭିନନ୍ଦନର ଖାସ୍ ଧ୍ୟାନ ରଖିବାକୁ ଏବଂ ତାଙ୍କୁ ମେଡିକାଲ ଟ୍ରିଟମେଂଟ ଦେବାକୁ ।

୪୯ ସେକେଣ୍ଡର ଆଉ ଏକ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୪୯ ସେକେଣ୍ଡର ଏହି ଭିଡିଓରେ ଅଭିନନ୍ଦନ ସଂପୂର୍ଣ୍ଣ ସାହାସର ସହ ପାକ ସେନା ପଚାରୁଥିବା ସମସ୍ତ ପ୍ରଶ୍ନର ଉତର ଦେଉଥିବାର । ଭିଡିଓରେ ଅଭିନନ୍ଦନ କହିଥିଲେ କି, ସେ ଭାରତୀୟ ସେନା କମାଣ୍ଡର ଅଭିନନ୍ଦନ ବର୍ଥମାନ । ତାଙ୍କର ସର୍ଭିସ ନମ୍ବର ୨୭୯୮୧ । ତା ପରେ ପାକିସ୍ତାନ ସେନା ଅଧିକାରୀ ଅଧିକ ତଥ୍ୟ ମାଗିବାରୁ ନିର୍ଭିକତାର ସହ ଅଭିନନ୍ଦନ ଉତର ଦେଇଥିଲେ, ଯେ କ୍ଷମା କରନ୍ତୁ, ମୁଁ ୟାଠୁ ବେଶି କିଛି କହିପାରିବି ନାହିଁ । ଏହା ପରେ ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କ ଅନ୍ୟ ଏକ ୧ ମିନିଟ ୧୯ ସେକେଣ୍ଡର ଏକ ଭିଡିଓ ଜାରି କରାଯାଇଥିଲା । ଅଭିନନ୍ଦନ ହାତରେ ଚା କପ ଧରିଥିବାର ଦେଖିବାକୁ ମିଳିଥିଲା । ସେ ସମୟରେ ଅଭିନନ୍ଦନ କହିଥିଲେ ଯେ ପାକ ସେନା ତାଙ୍କୁ ଭଲ ବ୍ୟବହାର କରୁଛନ୍ତି । ଯତ୍ନ ମଧ୍ୟ ନେଉଛନ୍ତି ।ପାକ ସେନାର ଅଧିକାରୀ ମାନେ ଖୁବ ଭଦ୍ର । ତାଙ୍କୁ ମାରଧର କରୁଥିବା ଭିଡ ଭିତରୁ ସେମାନେ ମୋତେ ଉଦ୍ଧାର କରିଛନ୍ତି ବୋଲି ।

https://aajtak.intoday.i

ତେବେ ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ହଡବଡେଇ ଯାଇ ହତାଶ ହେଉନାହାନ୍ତି କି ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା ବି କରିନଥିଲେ ଏହି ଭାରତୀୟ ବୀର ବାୟୁସେନା ପାଇଲଟ୍ ଅଭିନନ୍ଦନ ।