ପାଣି ବୋତଲର ଏମଆରପି ଠାରୁ ଅଧିକା ଟଙ୍କା ମାଗୁଥିଲେ ତେବେ ଏଠାରେ କରନ୍ତୁ ଅଭିଯୋଗ ! ମିଳିବ ୨ ହଜାର ଟଙ୍କା
ସାଧାରଣତଃ ଆପଣ ନିଜେ ଅଙ୍ଗେ ଲିଭେଇ ଥିବେ କି ଯେତେବେଳେ ଆପଣ ଷ୍ଟେସନ କିମ୍ବା କୌଣସି ରେଷ୍ଟୁରାଂଟରେ ପାଣି କିଣିଥାନ୍ତି, ସେତେବେଳେ ପାଣି ବୋତଲର ଏମଆରପି ମୂଲ୍ୟଠାରୁ ଅଧିକ ଟଙ୍କା ଦେବାକୁ ପଡିଥାଏ । ଏକଥା ଜାଣି ମଧ୍ୟ କି ଦୋକାନୀଟି ଏହାର ମୂଲ୍ୟଠାରୁ ଅଧିକ ଟଙ୍କା ନେଉଛି । ଆପଣ ଜାଣିଲେ ଚକିତ ହେବେ ହାଇଦ୍ରାବାଦର ଏକ ରେଷ୍ଟୁରାଂଟରେ ପାଣି ବୋତଲର ମୂଲ୍ୟ ଏମଆରପି ଠାରୁ ଅଧିକ ଟଙ୍କା ନେଉଥିବାବେଳେ ଏକ ବ୍ୟକ୍ତିକୁ ଏତେ ମାତ୍ରାରେ ଖରାପ ଲାଗିଥିଲା କି ସେ ନ୍ୟାୟ ପାଇଁ କୋର୍ଟରେ ଯାଇ ପହଂଚି ଯାଇଥିଲା । ଆଉ କୋର୍ଟ ଏହି ମାମଲାର ଶୁଣାଣୀ କରି ଦଣ୍ଡ ସ୍ୱରୂପ ଦୋକାନୀ ଉପରେ ୨ ହଜାର ଟଙ୍କା ଜୋରିମାନା ଘୋଷଣା କରିବା ସହ ଉକ୍ତ ଟଙ୍କା ସେହି ବ୍ୟକ୍ତିକୁ ଦିଆଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
‘ଦ ହିନ୍ଦୁ’ ନାମକ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ଆନ୍ଧ୍ରପ୍ରେଦଶର ପ୍ରକାଶମ ଜିଲ୍ଲାରେ ରହୁଥିବା ସିଏଚ କୋଡେୟାହ ୨୭ ଜୁଲାଇ ୨୦୧୫ରେ ହାଇଦ୍ରାବାଦର ବଂଜାରା ହିଲ୍ସ ସ୍ଥିତ ଏକ ରେଷ୍ଟୁରାଂଟକୁ ଖାଇବାକୁ ଯାଇଥିଲେ । ଆଉ ସେଠାରେ ତାଙ୍କଠାରୁ ପାଣି ବୋତଲ ମୂଲ୍ୟଠାରୁ ଦ୍ୱିଗୁଣା ଟଙ୍କା ମଗାଯାଇଥିଲା । ତେବେ ପାଣିର ଏମଆରପି ମୂଲ୍ୟ ୨୦ ଟଙ୍କା ଥିବାବେଳେ ତାଙ୍କଠାରୁ ୪୦ ଟଙ୍କା ଦେବାକୁ କୁହାଯାଇଥିଲା । କୋଡେୟାହ ଏହାକୁ ବିରୋଧ କରିବା ଦ୍ୱାରା ହୋଟେଲ କର୍ମଚାରୀ ତାଙ୍କୁ କହିଥିଲେ କି ଏ ସାମାନ୍ୟ କଥା ଅଟେ, ସେମାନେ ସବୁ ଗ୍ରାହକଙ୍କଠୁ ଏଭଳି ଉଚ୍ଚା ଦରରେ ଟଙ୍କା ଦାବି କରିଥାନ୍ତି ।
ତେବେ କର୍ମଚାରୀଙ୍କ ଏଭଳଇ କଥା କୋଡେୟାହଙ୍କୁ ବହୁତ ବାଧି ଥିଲା ଆଉ ସଙ୍ଗେ ସଙ୍ଗେ ଉକ୍ତ ହୋଟେଲ ନାଁରେ ଆକ୍ସନ ନେଇଥିଲେ । ଏବଂ ମାମଲାର ଶୁଣାଣୀ କରି ଫୁଡ୍ କୋର୍ଟ ଉକ୍ତ ହୋଟେଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଯଦିଓ ପ୍ରଥମେ ହୋଟେଲ କତ୍ତୃପକ୍ଷ ଏକଥାକୁ ମିଛ ବୋଲି କହିଥିଲେ ମାତ୍ର ସିସିଟିଭି ଫୁଟେଜ ଯାଂଚ ପରେ ଏହା ପ୍ରମାଣିତ ହୋଇଯାଇଥିଲା । ଆଉ କୋର୍ଟ ହୋଟେଲ କତ୍ତୃପକ୍ଷଙ୍କ ଦଣ୍ଡାଦେଶ ଶୁଣାଇବାକୁ ଯାଇ ୨ ହଜାର ଟଙ୍କା କୋଡେୟାହଙ୍କୁ କ୍ଷତିପୂରଣ ଆକାରରେ ଦିଆଯାଇଥିଲା ।