ସରକାରୀ ଚାକିରି: ନା ପରୀକ୍ଷା, ନା ଅଛି ଇଣ୍ଟରଭିୟୁ, ୭୯୯ ପଦବୀ ଉପରେ ସିଧାସଳଖ ହେବ ନିଯୁକ୍ତି , ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

47

ହିମାଚଳପ୍ରଦେଶ ରାଜ୍ୟ ଇଲେକ୍ଟ୍ରିସିଟି ବୋର୍ଡ ତରଫରୁ ଜୁନିୟର ଟି ମେଟ, ଜୁନିୟର ହେଲପର ପାଇଁ ୭୯୯ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀପ୍ରାର୍ଥୀ ୧୮ ଅଗଷ୍ଟ ୨୦୧୮ ସୁଦ୍ଧା ସୂଚିତ ଠିକଣାରେ ଆବେଦନ କରିପାରିବେ । ତେବେ ଆବେଦନ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ହିମାଚଳପ୍ରଦେଶ ରାଜ୍ୟ ଇଲେକ୍ଟ୍ରିସିଟି ବୋର୍ଡ ରେ ନିଯୁକ୍ତି ସଂପର୍କିତ ସୂଚନା

ମୋଟ ପଦବୀ ସଂଖ୍ୟା: ୭୯୯

ଜୁନିୟର ଟି ମେଟ ପାଇଁ – ୬୦୫ ପଦବୀ

ଜୁନିୟର ହେଲପର ପାଇଁ- ୧୯୪ ପଦବୀ

ଯୋଗ୍ୟତା: କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରେ ମାଟ୍ରିକ୍ ପାସ କରିବାର ଆବଶ୍ୟକ ।

ବୟସ ସୀମା: ୧୮ରୁ ୩୦ ବର୍ଷ (ଆରକ୍ଷିତ ଶ୍ରେଣୀର ଆଶାୟୀପ୍ରାର୍ଥୀଙ୍କୁ ବୟସାନୁସାରେ ଆଶ୍ୱସ୍ତି ମିଳିବ)

ଚୟନ ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀଙ୍କ ଚୟନ ମେରିଟ୍ ଆଧାରରେ ଚୟନ କରାଯିବ ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀପ୍ରାର୍ଥୀ ନିର୍ଧାରିତ ତାରିଖ ସୁଦ୍ଧା ତଥା ୧୮ ଅଗଷ୍ଟ ୨୦୧୮ ସୁଦ୍ଧା ନିଜ ଜୋନ ଅନୁସାରେ ନିମ୍ନଲିଖିତ ଠିକଣାରେ ନିଜ ଆବେଦନ ପତ୍ର ପଠାଇପାରିବେ ।

ଆବେଦନ ଶୁଳ୍କ: ୧୦୦ ଟଙ୍କା