ବିନା ଟିକସ ହ୍ରାସ କରି ବି କମ୍ କରିହେବ ତୈଳ ଦର ! ହେଲେ ସରକାରଙ୍କୁ ହେଲେ ସରକାରଙ୍କୁ କରିବାକୁ ହେବ ଏହି କାମ

36

ବନ୍ଦ ସତ୍ୱେ ବି କମିବାର ନାଁ ଧରୁନି ତେଲ ଦର । ଦେଶ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ତେଲ ଦର ୮୦ ଟପିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବାକୁ ମନା କରିଦେଇଛନ୍ତି । ନିକଟ ଭବିଷ୍ୟତରେ ଏହା ହେବାର ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି । ରାଜସ୍ଥାନ ପରେ ଆନ୍ଧ୍ର ବି କମାଇଛି ଭାଟ ୍ା ଫଳରେ ଆନ୍ଧ୍ରରେ ତୈଳ ଦର ଆଉ ୨ ଟଙ୍କା ଶସ୍ତା ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଉପରୁ ଟିକସ ଛାଡିଲେ ସେମାନଙ୍କ ନିଅଂଟ ବଢିଯିବ ବୋଲି କହିଛନ୍ତି ।

କେମିତି କମିବ ପେଟ୍ରୋଲ-ଡିଜେଲ ଦର?

ମିଳିଥିବା ସୂଚନା ମୁତାବକ, ଯଦି ସରକାର ନୀତିଗୁଡିକରେ ପରିବର୍ତ୍ତନ ଆଣନ୍ତି ତେବେ ବିନା ଟ୍ୟାକ୍ସ କମାଇ ବି ତୈଳଦରରେ ହ୍ରାସତା ଅଣାଯାଇପାରିବ । ଯଦି ତୈଳକୁ ଜିଏସଟି ପରିସରରେ ଅଣାଯାଏ ତେବେ ତେଲଦରରେ ଲଗାମ ଲଗାଯାଇପାରିବ । କାହିଁକି ନା ପେଟ୍ରୋଲର ଦରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟର ୫୦ ପ୍ରତିଶତ ଟ୍ୟାକ୍ସ ମିଶିଥାଏ । ଯେବେକି ଜିଏସଟିର ସବୁଠାରୁ ଉଚ୍ଚା ଦର ୨୮ ପ୍ରତିଶତ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରରେ ଅଣାଯାଏ ତେବେ ତୈଳଦରରେ ଲଗାମ କଷାଯାଇପାରିବ । ଯଦି ପେଟ୍ରୋଲ ଦର ପାଇଁ ୪୦ ପ୍ରତିଶତର ଅଲଗା ବ୍ରାକେଟ ବି ବନାଯାଏ ତେବେ ତୈଳ ଦର ଶସ୍ତା ହୋଇଯିବ ।

କମ ଦରରେ ଅଶୋଧିତ ତୈଳର ସପ୍ଲାଏ

ସୂଚନା ମୁତାବକ, ଯଦି ଶସ୍ତାରେ ଅଶୋଧିତ ତୈଳ ସପ୍ଲାଏ କରାଯାଏ ତେବେ ତୈଳଦର ଉପରେ ବି ଲଗାମ ଲଗାଯାଇପାରିବ । ଓଏନଜିସି ଦେଶର ଦାବିର ୨୦ ପ୍ରତିଶତ ଅଶୋଧିତ ତୈଳ ସପ୍ଲାଏ କରିଥାଏ । ଯଦି ସରକାର ରିଟେଲର୍ସଙ୍କୁ ଶସ୍ତା ପେଟ୍ରୋଲ, ଡିଜେଲ ଉପଲବ୍ଧି କରାନ୍ତି ତେବେ ତୈଳ ଦର କମ ହୋଇପାରେ । ସରକାର ଓଏନଜିସିଠାରୁ ଲାଭାଂଶ ନେଇପାରିବେ ।

ପେଟ୍ରୋଲ-ଡିଜେଲର ଫ୍ୟୁଚର୍ସ ଟ୍ରେଣ୍ଡିଂ

ସରକାର ପେଟ୍ରୋଲ-ଡିଜେଲର ଦାମକୁ ନିୟନ୍ତ୍ରଣ କରିବା ପାଇଁ ପେଟ୍ରୋଲ ଏବଂ ଡିଜେଲର ଫ୍ୟୁଚର୍ସ ଟ୍ରେଣ୍ଡିଂ କରିପାରିବେ । ଏଭଳି କରିବା ଦ୍ୱାରା ତେଲର ସଠିକ୍ ମୂଲ୍ୟ ନିର୍ଧାରଣ କରିବାରେ ସହାୟକ ମିଳିବ । ଏହାଛଡା ସରକାର ଫ୍ୟୁଚର୍ସ କଂଟ୍ରାକ୍ଟ ଲଂଚ କରିପାରିବେ । ଏଭଳି ହେବା ଦ୍ୱାରା ଗ୍ରାହକମାନେ ଏହି କଂଟ୍ରାକ୍ଟକୁ ବର୍ତମାନ ଦରରେ କିଣି ଭବିଷ୍ୟତରେ ଏକ ନିର୍ଧାରିତ ତାରିଖରେ ଏହାର ଡେଲିଭରି ନେଇ ପାରିବେ । ଏହା ବ୍ୟତୀତ ଶସ୍ତାରେ ଅଶୋଧିତ ତୈଳ ପାଇଁ ସରକାର ଅନ୍ୟ ଦେଶଗୁଡିକୁ ନିଜ ସହିତ ନେଇ ଓପିଇସି ଉପରେ ଚାପ ତିବ୍ର କରିପାରିବେ ।