କେବଳ ଗୋଟିଏ କଲରେ ହିଁ ଆପଣଙ୍କୁ ଦେବାକୁ ପଡିବନି ଅଧିକ ବିଦ୍ୟୁତ୍ ବିଲ୍ । ମୁହୂର୍ତ୍ତକ ମଧ୍ୟରେ ଦୂର ହୋଇଯିବ ଉପଭୋକ୍ତାଙ୍କର ସମସ୍ତ ଅସୁବିଧା

36

ଯଦି ଆପଣଙ୍କ ନିକଟକୁ ବି କୌଣସି ମାସ ଅନ୍ୟ ମାସ ଅପେକ୍ଷା ଅଧିକ ବିଦ୍ୟୁତ୍ ବିଲ ଆସୁଛି । ତେବେ ଏଭଳି ପରିସ୍ଥିତିରେ ଆପଣ ଏହି ନମ୍ବରରେ କେବଳ ଗୋଟିଏ କଲ କରି ନିଜର ଅଭିଯୋଗ ଜଣାଇପାରିବେ । ଆଉ ଆପଣଙ୍କର ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ, ଯାହାଦ୍ୱାରା ଆପଣଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ ।

ସୂଚନା ମୁତାବକ, ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କଂପାନୀର ଜଣେ ଅଧିକାରୀଙ୍କ ଅବହେଳା ତଥା ଖାମଖିଆଲି ପାଇଁ ଜଣେ ପରିବା ବିକାଳିକୁ ଆତ୍ମହତ୍ୟା କରିବାକୁ ପଡିଥିଲା । ପ୍ରକୃତ ଘଟଣାଟି ହେଲା, ଉକ୍ତ ବ୍ୟକ୍ତିଙ୍କ ଘରକୁ ୮ ଲକ୍ଷ ୬୪ ହଜାର ଟଙ୍କାର ବିଜୁଳି ବିଲ୍ ପଠାଯାଇଥିଲା । ଯେଉଁକାରଣରୁ ବ୍ୟକ୍ତି ଜଣକ ଚିନ୍ତାରେ ଆତ୍ମହତ୍ୟା କରିଦେଇଥିଲା । ଲୋକଙ୍କ ଘରକୁ ଏଭଳି ଲକ୍ଷାଧିକ୍ ଟଙ୍କାର ବିଦ୍ୟୁତ୍ ବିଲ ଆସିବା ଖବର କୌଣସି ନୁଆ ଘଟଣା ନୁହେଁ ପୂର୍ବରୁ ବି ଏଭଳି ଅନେକ ଘଟଣା ସାମ୍ନାକୁ ଆସିସାରିଛି । ଯେଉଁଁଥିରେ କି ଅଧିକାରୀଙ୍କ ଅସାବଧାନତା ପାଇଁ ସାଧାରଣ ଜନତାଙ୍କୁ ସଫର ହେବାକୁ ପଡିଛି ।

ଯଦି ଆପଣମାନଙ୍କ ମଧ୍ୟରୁ କାହାକୁ ବି ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି ତଥା ଆପଣଙ୍କର ମାସିକ ବିଦ୍ୟୁତ୍ ବିଲ୍ ବାକି ମାସ ଅପେକ୍ଷା ଅଧିକ ଆସିଛି । ଆଉ ଆପଣଙ୍କୁ ଲାଗୁଛି କି ବିଦ୍ୟୁତ୍ ବିଲ ଆପଣଙ୍କର ସାମାନ୍ୟ ବିଲଠାରୁ ଅଧିକ ରହିଛି, ଯାହାକି ଠିକ୍ ନୁହେଁ ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ଏବଂ କାହା ନିକଟକୁ ଯିବେ ଏନେଇ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ପଢନ୍ତୁ ଏହି ରିପୋର୍ଟ. . .

• ସର୍ବପ୍ରଥମେ ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡିବ କି ଆପଣଙ୍କର ବିଜୁଳି ମିଟରରେ କୌଣସି ସମସ୍ୟା ନାହିଁ ତ । କିମ୍ବା ଆପଣଙ୍କ ଭାଗ ବିଜୁଳି କେହି ଚୋରି କରୁନାହାଁନ୍ତି ତ । କାରଣ ଏଭଳି କିଛି ନହେବା ଦ୍ୱାରା ଆପଣ ଏନେଇ ଅଭିଯୋଗ ଉକ୍ତ କଂପାନୀ ଅଥବା ନିଗମଠାରେ କରିପାରିବେ,ଯେଉଁ କଂପାନୀ ଆପଣଙ୍କୁ ବିଦ୍ୟୁତ ଯୋଗାଇ ଦେଉଛି ।

• ବିଦ୍ୟୁତ୍ ସେବା ପ୍ରଦାନ କରୁଥିବା କଂପାନୀ ବିରୋଧରେ ଅଭିଯୋଗ ଆପଣ ଅନଲାଇନ ଜରିଆରେ ବି କରିପାରିବେ । ବର୍ତ୍ତମାନ ସମୟରେ ପାଖାପାଖି ପ୍ରତ୍ୟେକ ବିଦ୍ୟୁତ୍ କଂପାନୀ ଏବଂ ନିଗମ ଅନଲାଇନ ରିଡ୍ରେସଲ ଫୋରମ ଚଲାଉଛନ୍ତି । ଯେଉଁଠି ଆପଣ ଆପଣଙ୍କର ଅଭିଯୋଗ ପତ୍ର ଦାଖଲ କରିପାରିବେ । ଏହାବ୍ୟତୀତ ଆପଣ ଉଭୟ କଂପାନୀ ଏବଂ ନିଗମର ନିକଟସ୍ଥ କାର୍ୟ୍ୟାଳୟରେ ମଧ୍ୟ ପହଂଚିପାରିବେ ।

• ସେହିପରି ଯଦି ଆପଣଙ୍କର ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳିପାରୁନାହିଁ ତେବେ ଆପଣ ନ୍ୟାସନାଲ କନଜ୍୍ୟୁମର ହେଲ୍ପଲାଇନ ନମ୍ବରରେ କଲ କରି ନିଜର ଅଭିଯୋଗ ଦାଖଲ କରିପାରିବେ । ଭାରତ ସରକାରଙ୍କ ତରଫରୁ ଏଭଳି ମାମଲା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଯେଉଁଥିରେ ଆପଣ ଆପଣଙ୍କର ଅଭିଯୋଗ ଜଣାଇପାରିବେ ।

• ଆପଣ ହେଲ୍ପଲାଇନ ନମ୍ବର ୧୮୦୦-୧୧-୪୦୦୦ କିମ୍ବା ୧୪୪୦୪ରେ କଲ କରିପାରିବେ । ଏହାବ୍ୟତୀତ ଆପଣ ୮୧୩୦୦୦୯୮୦୯ ନମ୍ବରରେ ନିଜ ଅଭିଯୋଗ ଏସଏମଏସ ମଧ୍ୟ କରିପାରିବେ । ସେହିପରି ଅନଲାଇନ ଜରିଆରେ ଅଭିଯୋଗ କରିବାକୁ ହେଲେ ଆପଣ https://consumerhelpline.gov.in/କୁ ଯାଇ ନିଜକୁ ରେଜିଷ୍ଟର୍ଡ କରିବା ପରେ ଅଭିଯୋଗ କରିପାରିବେ ।

• ତେବେ ଏହି ହେଲ୍ପଲାଇନ ନମ୍ବରରେ ଆପଣଙ୍କୁ ଆପଣଙ୍କର ଅଭିଯୋଗକୁ ଭିର୍ତ୍ତକରି ସଂପୂର୍ଣ୍ଣ ତଥ୍ୟ ମଗାଯିବ । ଆପଣଙ୍କଠାରୁ ଇଲେକ୍ଟ୍ରିସିଟି ପ୍ରୋଭାଇଡର ସମେତ ଅନ୍ୟାନ୍ୟ ତଥ୍ୟ ମଗାଯିବ । ଯାହାକୁ ଆଧାର କରି ଆପଣଙ୍କ ମାମଲାର ଶୁଣାଣି କରାଯିବ ।