ଘରେ ବସି ଉଠାନ୍ତୁ ପିଏଫ୍ ଟଙ୍କା । ଆପଣାନ୍ତୁ ଏହି ଗୋଟିଏ ସହଜ ତରିକା, ତୁରନ୍ତ ଖାତାକୁ ଚାଲି ଆସିବ ସଂପୂର୍ଣ୍ଣ ଟଙ୍କା

163

ବିଶେଷ କରି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ସେବିକ୍ ସାଲାରୀର ୧୨ ପ୍ରତିଶତ ଅଂଶ ପିଏଫ୍ ବାବଦକୁ କଂପାନୀ କାଟି ରଖିଥାଏ । ଯାହାକୁ ଉଭୟ କର୍ମଚାରୀ ଏବଂ ନିଯୁକ୍ତିକର୍ତ୍ତାଙ୍କ ତରଫରୁ ଜମା କରାଯାଇଥାଏ ।ତେବେ ପିଏଫରୁ କଟାଯାଇଥିବା ଟଙ୍କା କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫଓରେ ଜମା ହୋଇଥାଏ । ଯଦି ଆପଣ ଏଥିରେ ଜମା ଥିବା ନିଜ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଏହି କାମ ଆପଣ ଘରେ ବସି ବି କରିପାରିବେ । ବଡ କଥା ହେଲା, ଏଥିପାଇଁ ଆପଣଙ୍କୁ ବାରମ୍ବାର କେଉଁଠାକୁ ଦୌଡିବାକୁ ପଡିବନି । କାରଣ ଏହି କାମକୁ ଆପଣ ଘରେ ବସି ଅନଲାଇନ ତରିକାରେ ମଧ୍ୟ କରିପାରିବେ । ଆଜି ଆମେ ଆପଣଙ୍କୁ ଅନଲାଇନ ଜରିଆରେ ପିଏଫ ଟଙ୍କା ଉଠାଣ ତରିକା ସଂପର୍କରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ।

ଅନଲାଇନରେ କିଭଳି ଉଠାଇବେ ଟଙ୍କା?

  • ଅନଲାଇନ କ୍ଲେମ ସବମିଟ କରିବା ପାଇଁ ଆପଣଙ୍କୁ ଇପିଏଫଓର ୱେବସାଇଟ http://www.epfindia.com/site_en/କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ଅନଲାଇନ କ୍ଲେମ କରିବାର ବିକଳ୍ପ ନଜର ଆସିବ ।
  • ଅନଲାଇନ କ୍ଲେମ ଅପସନ ଉପରେ କ୍ଲିକ୍ କରିବା ପରେ https://unifiedportal-mem.epfindia.gov.in/memberinterface/ଲିଙ୍କ ଖୋଲିବ । ଏଠାରେ ଆପଣଙ୍କୁ ନିଜର ୟୁନିଭର୍ସାଲ ଆକାଉଂଟ ତଥା ୟୁଏଏନ ଏବଂ ପାସୱାର୍ଡ ଦେବାକୁ ହେବ ।
  • ଏହାପରେ କ୍ଲେମ ସବମିଟ୍ କରିବାର ବିକଳ୍ପ ଆସିବ ।

ଏହାଦ୍ୱାରା ଆପଣଙ୍କୁ ପିଏଫର ଟଙ୍କା ଉଠାଇବା ପାଇଁ ଆଉ କଂପାନୀକୁ ଯାଇ ପିଏଫ ୱିଡ୍ରାଲ ଫର୍ମ ଭରି ଜମା କରିବାକୁ ଆଉ ଦରକାର ପଡିବନି । କାରଣ ଏବେ ଆପଣ ଏହି କାମ ଅନଲାଇନ ଜରିଆରେ ବି କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ୟୁନିଫାଇଡ ପୋର୍ଟାଲରେ କେୱାଇସି ଭରିବାକୁ ହେବ ।

 କ୍ଲେମ କରିବେ କିପରି?

ଇପିଏଫଓ ସଦସ୍ୟମାନେ ଏଣିକ ନିଜ ପିଏଫ ଉଠାଇବା ପାଇଁ କିମ୍ବା ପିଏଫରୁ ଆଡଭାନ୍ସ ଟଙ୍କା ଉଠାଇବା ପାଇଁ ୟୁନିଫାଇଡ ପୋର୍ଟାଲକୁ ଯାଇ ଅନଲାଇନ କ୍ଲେମ କରିପାରିବେ । ବର୍ତ୍ତମାନ ସମୟରେ ଇପିଏଫଓର ପାଖାପାଖି ୪ କୋଟି ଆକ୍ଟିଭ ମେମ୍ବର ଅଛନ୍ତି । ଯେଉଁମାନେ କି ଏହି ସୁବିଧାର ଲାଭ ଉଠାଇପାରିବେ । ତେବେ ଇପିଏଫଓର ମୋଟ ମେମ୍ବର୍ସଙ୍କ ସଂଖ୍ୟା ପାଖାପାଖି ୧୫ କୋଟି ରହିଛି ।

କେୱାଇସି ନିହାତି ଜରୁରୀ

ଅନଲାଇନ କ୍ଲେମ ସବମିଟ କରିବା ଭଳି ସୁବିଧାର ଫାଇଦା ସେହିମାନଙ୍କୁ ହିଁ ମିଳିବ , ଯେଉଁମାନଙ୍କର ୟୁନିଫାଇଡ ପୋର୍ଟାଲରେ କେୱାଇସି ସଂପୂର୍ଣ୍ଣ ଥିବ । ଅର୍ଥାତ୍ ତାଙ୍କର ଆକ୍ଟିଭେଟଡ ୟୁଏଏନ, ଆଧାର ଏବଂ ବ୍ୟାଙ୍କ ଆକାଉଂଟ ନମ୍ବର ଦେବାକୁ ପଡିବ । ଏହାପରେ ଯାଇ ହିଁ ଯାଇ ୟୁନିଫାଇଡ ପୋର୍ଟାଲରେ ଅନଲାଇନ କ୍ଲେମ ସବମିଟ ହୋଇପାରିବ ।