ଆପଣ ଆପଲକ୍ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଆପଣଙ୍କ ସିକ୍ରେଟ ଡାଟା କେତେ ସୁରକ୍ଷିତ

41

ସାଧାରଣତଃ ଗୁଗଲ ପ୍ଲେ ଷ୍ଟୋରରେ ଅନେକ ଆପ ଉପଲବ୍ଧ ଥାଏ । ତେବେ ସେ କୌଣସି ମୁଜ୍ୟିକ୍ ଆପ ହେଉ କିମ୍ବା ନ୍ୟୁଜ୍ ଆପ । ହେଲେ ଏସମସ୍ତ ଆପଗୁଡିକ ମଧ୍ୟରେ ବି କିଛି ଆପ ଏଭଳି ବି ରହିଛି ଯାହାକି ମୋବାଇଲର ସୁରକ୍ଷା ଉପରେ ପର୍ଯ୍ୟବେଶିତ ଥାଏ । ଯାହାକୁ ଜଣେ ବ୍ୟକ୍ତି  ନିଜ ମୋବାଇଲରେ ଇନଷ୍ଟଲ କରି ଫୋନର ସିକ୍ୟୁରିଟି ପାୱାରକୁ ବୃଦ୍ଧି କରିଥାଏ । ତେବେ ଏହି ତାଲିକାର ଶୀର୍ଷରେ ରହିଛି ଆପଲକ୍ ଆପ । ଯାହା ଜରିଆରେ ୟୁଜର ନିଜ ଡାଟାକୁ ସୁରକ୍ଷିତ ରଖିବାରେ ସଫଳ ହୋଇଥାଏ । ଏହି ଆପ ସହାୟତାରେ  ବିଭିନ୍ନ ଆପ, ଫଟୋ, ଭିଡିଓ, ସେଟିଙ୍ଗ ସହିତ ଅନେକ ଜିନିଷକୁ ମଧ୍ୟ ଲକ କରାଯାଇପାରିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆପଟିକୁ ପାଖାପାଖି ୧୦ କୋଟିରୁ ଅଧିକ ଆଣ୍ଡ୍ରଏଡ ୟୁଜର୍ସ ବ୍ୟବହାର କରିସାରିଲେଣି । ଏହି ଆପର ବ୍ୟବହାର ଖୁବ୍ ସହଜ ଅଟେ ।

ଏଥିପାଇଁ ଆପଣଙ୍କ ଫୋନରେ ଏହି ଆପ ସହ ଜଡିତ ଏକ ଓପନ ସେଟିଙ୍ଗ କରିବାକୁ ପଡିବ  । ଯାହା ସଂପର୍କରେ ଆପଣଙ୍କୁ ମଧ୍ୟ ଜଣାଥିବା ଦରକାର । ଏହି ଏଥିପାଇଁ ଜରୁରୀ ଅଟେ କି ଯଦି କେବେ ଆପଣ ଆପଣଙ୍କର ପାସୱାର୍ଡ ଭୁଲି ଯାଆନ୍ତି କିମ୍ବା ଆପରେ କୌଣସି ପ୍ରକାରର ଅସୁବିଧା ଥାଏ ତେବେ ଏଭଳି ସ୍ଥିତିରେ ଆପଣ ଏହାକୁ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ସମସ୍ତ ଲକ ଆପଗୁଡିକୁ ମଧ୍ୟ ଏହି ଟ୍ରିକ୍ ଜରିଆରେ ଆପଣ ଅତି ସହଜରେ ଖୋଲି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆପର ବ୍ୟବହାର ।

ଆପଲକର ବ୍ୟବହାର ପ୍ରକ୍ରିୟା

• ଆପଲକର ଲକକୁ ଅନଲକ କରିବା ପାଇଁ ଆପଣଙ୍କ ସର୍ବପ୍ରଥମେ ଫୋନର ‘ସେଟିଙ୍ଗ’କୁ ଜିବାକୁ ପଡିବ ।

• ଯେଉଁଠି ‘ଡ୍ରାଇ’ଭ ମଧ୍ୟରେ ଆପ୍ସକୁ ‘ଓପନ’ କରିବାକୁ ପଡିବ ।

• ଆପଣଙ୍କୁ ସେଠାରେ ‘ଆପଲକ ଆପ’ ମଧ୍ୟ ନଜର ଆସିବ । ଯାହା ଉପରେ ଆପଣଙ୍କୁ ‘କ୍ଲିକ୍’ କରିବାକୁ ହେବ ।

• ଏହାପରେ ସେଠାରେ ‘ଆପଲକ’ ସହ ଜଡିତ କିଛି ‘ତଥ୍ୟ’ ନଜର ଆସିବ । • ସେହିପରି ଏହାର ଠିକ୍ ଉପରି ଭାଗରେ ‘ଅନଇନଷ୍ଟଲ’ ଏବଂ ‘ଫୋର୍ସ ଷ୍ଟପ’ ଭଳି ଦୁଇଟି ‘ଅପସନ’ ନଜର ଆସିବ ।

• ଆପଣଙ୍କୁ ‘ଫୋର୍ସ ଷ୍ଟପ’ ଉପରେ ‘କ୍ଲିକ୍’ କରି ‘ଓକେ’ କରିବାକୁ ହେବ । ତେବେ ଏଭଳି କରିବା ଦ୍ୱାରା ‘ଲକ ବ୍ରେକ୍’ ହୋଇଯାଇଥାଏ ।

କିନ୍ତୁ ଯଦି କୌଣସି ୟୁଜର ଚାହିୁଁବେ ତେବେ ସେଠାରୁ ସେ ଆପଣଙ୍କ ମୋବାଇଲରେ ଉପଲବ୍ଧ ଥିବା ଆପଲକ ଆପକୁ ଅନଇନଷ୍ଟଲ ମଧ୍ୟ କରିପାରିବେ । ଆପଣ ଜାଣିବା ପାଇଁ ଏଠାରେ ଆମେ କହି  ରଖୁଛୁ କି, ଯଦି ଏହି ଆପଟି ଥରେ ମାତ୍ର ଡିଲିଟ୍ ହୋଇଯାଏ ତେବେ ଆପଣଙ୍କର ସମସ୍ତ ଡାଟା ଯାହାବି ଆପଣଙ୍କ ମୋବାଇଲରେ ସେଭ ଥିବ ସେ ସମସ୍ତକୁ ଓପନ କରାଯାଇପାରିବ ।

ସୌଜନ୍ୟ: ଦୈନିକ ଭାସ୍କର