ଆଉ ଦରକାର ପଡିବନି ସିମ୍ କିମ୍ବା ସିଗନାଲ୍ ! ଏଣିକି ବିନା କୌଣସି ସିମ ଏବଂ ନେଟୱର୍କରେ ମଧ୍ୟ କରିପାରିବେ କଲ୍, ଜାଣନ୍ତୁ ପୂରା ପ୍ରକ୍ରିୟା….

65

ନିକଟରେ ଏଭଳି ଏକ ସେବା ଆରମ୍ଭ କରିଛି ଭାରତ ସଂଚାର ନିଗମ ଲିମିଟେଡ ତଥା ବିଏସଏନଏଲ । ଦେଶର ପ୍ରଥମ ଇଂଟରନେଟ୍ ଟେଲିଫୋନ ସର୍ଭିସ ଭାବରେ ବିଏସଏନଏଲ ପ୍ରଥମେ ଏହି ସେବାର ଶୁଭାରମ୍ଭ କରିଛି । ଯାହାଦ୍ୱାରା ଏଣିକି ବିଏସଏନଏଲର ୟୁଜର୍ସ, ୱିଗ୍ସ ମୋବାଇଲ ଆପ ଜରିଆରେ ଦେଶର କୌଣସି ବି ଟେଲିଫୋନ ନମ୍ବରରେ ବିନା କୌଣସି ସିମରେ କଥା ହୋଇପାରିବେ । ତେବେ ଏହି ସୁବିଧା ୨୫ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ।

ବିଏସଏନଏଲର ଗ୍ରାହକମାନେ କଂପାନୀର ‘ୱିଗ୍ସ’ ମୋବାଇଲ ଆପରୁ ଦେଶର କୌଣସି ବି ଟେଲିଫୋନ ନମ୍ବରରେ କଲ କରି କଥା ହୋଇପାରିବେ । ଏହାବ୍ୟତୀତ ରିଲାଏନ୍ସ ଜିଓ ମଧ୍ୟ ୱାଇଫାଇ କଲିଂ ସୁବିଧା ଆରମ୍ଭ କରିବାକୁ ଯାଉଛି । ଇଂଟରନେଟ ଟେଲିଫୋନରେ ୱାଇଫାଇ ଜରିଆରେ ୟୁଜର୍ସ କଲ କରିପାରିବେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ସଂପର୍କରେ ଜଣାଇବୁ ଯାହା ଜରିଆରେ ଆପଣ ଆଇଫୋନ ଏବଂ ଆଣ୍ଡ୍ରଏଡ ଡିଭାଇସରୁ ଏହାକୁ ଏଲାବୁଲ କରିପାରିବେ । ଏହି ପ୍ଲାନ ଆଧାରରେ ୟୁଜର୍ସଙ୍କୁ ବର୍ଷକ ପାଇଁ ଉଭୟ ଅଡିଓ ଓ ଭିଡିଓ କଲିଂର ସୁବିଧା ପାଇପାରିବେ । ଏହି ସେବାକୁ ୟୁଜର୍ସ ୧,୦୯୯ ଟଙ୍କାରେ ୱାନ-ଟାଇମ ଚାର୍ଜ ଦେଇ ଆକ୍ଟିଭ୍ କରିପାରିବେ । ତେବେ ଧ୍ୟାନ ରଖିବେ କି ଇଂଟରନ୍ୟାସନାଲ କଲିଂ ଆପଣଙ୍କ ବର୍ତ୍ତମାନର ଅଫର ପ୍ଲାନ ଆଧାରରେ ହିଁ ବ୍ୟବହାର କରିପାରିବେ । ଇଂଟରନ୍ୟାସନାଲ କଲିଂ ପାଇଁ ୟୁଜର୍ସଙ୍କୁ ୨ ହଜାର ଟଙ୍କା ଡିପୋଜିଟ୍ କରିବାକୁ ହେବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛି କି, ବିଏସଏନଏନ ‘ଓିଗ୍ସ’ ପାଇଁ ଖୁବ ଶୀଘ୍ର ବୁକିଂ ଆରମ୍ଭ କରାଯିବ । ନୁଆ କନେକ୍ସନ ୧ ଅଗଷ୍ଟରୁ ରୋଲଆଉଟ କରାଯିବ । ଇଂଟରନେଟ ଟେଲିଫୋନ ସର୍ଭିସରେ ଦୁଇଟି ୱିଗ୍ସ ୟୁଜର୍ସଙ୍କ ମଧ୍ୟରେ ଭିଡିଓ କଲିଂ ସାମିଲ ରହିଛି । ଖୁବ୍ ଶୀଘ୍ର ଏହି ସେବାକୁ କମ୍ପ୍ୟୁଟର ପାଇଁ ମଧ୍ୟ ଉପଲବ୍ଧ କରିଦିଆଯିବ । ଏଥିପାଇଁ ୟୁଜର୍ସଙ୍କ ସର୍ବ ପ୍ରଥମେ ୱିଗ୍ସ ଆପ ନିଜଫୋନରେ ଡାଉନଲୋଡ କରି ତାକୁ ଇନଷ୍ଟଲ କରିବାକୁ ହେବ । ଏହାପରେ ନିଜ ଲ୍ୟାଣ୍ଡଲାଇନ ନମ୍ବର, ୟୁଜରନେମ ଏବଂ ପାସୱାର୍ଡ ଏଂଟର କରିବାକୁ ହେବ ।

ଏବେ ଆପଣ ଆପଣଙ୍କର ବିଏସଏନଏଲ ଲ୍ୟାଣ୍ଡଲାଇନ ନମ୍ବରକୁ ମୋବାଇଲ ଫୋନରେ ଇଂଟରନେଟ ସର୍ଭିସ ସହିତ ବ୍ୟବହାର କରିପାରିବେ । ଏହି ସୁବିଧା ଇଂଟରନେଟ କଲିଂ ପାଇଁ Architectural framework ଆଇପି ମଲ୍ଟିମିଡିଆ ସବସିଷ୍ଟମର ବ୍ୟବହାର କରିଥାଏ । ସେହିପରି ପରବର୍ତ୍ତି ନେକ୍ସ୍ ଜେନେରେସନ ନେଟୱର୍କ ଯାହାକି ଭଏସ, ଡାଟା ଏବଂ ଭିଡିଓକୁ ଆଇ ପ୍ୟାକେଟ୍ସରେ କନଭର୍ଟ କରିଥାଏ । ଏହି ସେବା ଜରିଆରେ କଲ କରିବା ଦ୍ୱାରା କିମ୍ବା ରିସିଭ କରିବା ପାଇଁ ୟୁଜରଙ୍କୁ SIP client  ଇନଷ୍ଟଲ କରିବାକୁ ହେବ ।ଯାହା କି ‘ଓିଗ୍ସ’ ଆପ ଅଟେ ।