ହ୍ୱାଟସଆପରେ ଆପଣଙ୍କୁ କେହି ବ୍ଲକ୍ କରିଛନ୍ତି କି ? ତେବେ ଏହି ଉପାୟରେ କରନ୍ତୁ ତାଙ୍କ ସହିତ ଚାଟିଂ

44

ଆଜିକା ଦିନରେ ହ୍ୱାଟସଆପ ଏକ ଲୋକପ୍ରିୟ ତଥା ମଲ୍ଟିମିଡିଆ ମେସେଜଂ ଆପ ଭାବରେ ପରିଚିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି କେବଳ ଭାରତରେ ହ୍ୱାଟସଆପର ରହିଛନ୍ତି ପାଖାପାଖି ୨୦ କୋଟି ୟୁଜର୍ସ । ହ୍ୱାଟସଆପରେ ଆମେ ଆମର ପ୍ରିୟପରିଜନଙ୍କ ସହ ଖୋଲାଖୋଲି ଭାବରେ କଥାହୋଇଥାନ୍ତି , ନିଜର ଭାବନାକୁ ତାଙ୍କଠାରେ ବ୍ୟକ୍ତ କରିଥାନ୍ତି, ସେଲ୍ଫି ମଧ୍ୟ ପଠାଇଥାନ୍ତି ହେଲେ ଅଧିକାଂଶ ସମୟରେ ଏପରି ହୋଇଥାଏ କି କୌଣସି କାରଣରୁ ଆମର ତାଙ୍କ ସହ ଝଗଡା ହୋଇଯାଏଁ ଆଉ ସେ ରାଗି ଯାଇ ଆପଣଙ୍କର ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇଦେଇଥାନ୍ତି ।

ଏଭଳି ପରିସ୍ଥିତିରେ ଆପଣ ଚାହିଁଲେ ବି ତାଙ୍କ ସହ ହ୍ୱାଟସଆପରେ କଥା ହୋଇପାରନ୍ତି ନାହିଁ । ତେଣୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କ ଏକ ଏଭଳି ଟ୍ରିକ୍ ସଂପର୍କରେ ଜଣାଇବ ଯାହାଦ୍ୱାରା ଯଦି ଆପଣଙ୍କୁ କେହି ହ୍ୱାଟସଆପରେ ବ୍ଲକ କରିଥିବେ ତା ସତ୍ୱେ ବି ଆପଣ ତାଙ୍କୁ ମେସେଜ କରିପାରିବେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା. . .

ସର୍ବପ୍ରଥମେ ଆପଣଙ୍କୁ କହି ରଖୁଛୁ କି, ଏହି ଉପାୟଟିକୁ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ଆପଣ ଆପଣଙ୍କର କୌଣସି ଜଣେ ବିଶ୍ୱସ୍ଥ ବନ୍ଧୁଙ୍କର ସହଯୋଗ ଲୋଡିବାକୁ ପଡିବ । ଅର୍ଥାତ ଯେଉଁ ବ୍ୟକ୍ତି ଜଣକ ଆପଣଙ୍କୁ ବ୍ଲକ କରିଛନ୍ତି, ତାଙ୍କର ଏବଂ ଆପଣଙ୍କ ମଧ୍ୟରେ ଥାର୍ଡ ପାର୍ଟି ତଥା ଆପଣଙ୍କ ଜଣେ ବନ୍ଧୁ ମଧ୍ୟ ସାମିଲ ହେବା ଆବଶ୍ୟକ । ତେଣୁ ଏହି ଟ୍ରିକକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କର ସହାୟତା ନେବାକୁ ପଡିବ । ଆଉ ଏଥିରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଛି ।

ସର୍ବପ୍ରଥମେ ଆପଣଙ୍କର ବନ୍ଧୁ ଏକ ହ୍ୱାଟସଆପ ଗ୍ରୁପ କ୍ରିଏଟ କରିବେ । ଆଉ ଏହି ଗ୍ରୁପରେ ଆପଣ ସାମିଲ ରହିବେ । ଆପଣଙ୍କର ବନ୍ଧୁ ମଧ୍ୟ ଏହି ଗ୍ରୁପରେ ରହିବେ । ଏଥିସହିତ ହିଁ ଆପଣଙ୍କର ନମ୍ବର ବ୍ଲକ କରିଥିବା ଉକ୍ତ ବ୍ୟକ୍ତିବିଶେଷ ଜଣକକୁ ଏହି ଗ୍ରୁପରେ ଆପଣଙ୍କୁ ଆପଣଙ୍କର ବନ୍ଧୁ ଆଡ କରିବାକୁ ପଡିବ । ଏବେ ଆପଣ ଜାଣିପାରୁଥିବେ କି ଆପଣ ମେଜେସ କିପରି କରିପାରିବେ । ତେବେ ଗ୍ରୁପଟି କ୍ରିଏଟ ହେବା ପରେ ଆପଣଙ୍କର ବନ୍ଧୁ ଏଥିରୁ ବାହାରି ଯାଇପାରିବେ ।