କିପରି ସଂଚୟ ଓ ରୋଜଗାର କରିବେ ଟଙ୍କା ? ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଲାଭଜନକ ଅଟେ ଏହି ୫ଟି କଥା

53

ଆପଣ ଭାବୁଥିବେ କି ସ୍କୁଲ ଏବଂ କଲେଜରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ପଇସାକୁ ନେଇ ଚିନ୍ତା କରିବା କଣ ଦରକାର କାରଣ ସେମାନଙ୍କର ପକେଟ୍ ମନି ଘରଲୋକଙ୍କଠାରୁ ମିଳିଯାଉଥିବ । ହେଲେ ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ପାଇଁ ଯେତେ ଜଲଦି ହୋଇପାରିବ ଏନେଇ କୌଣସି ବନ୍ଦୋବସ୍ତ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦିଓ ଏଭଳି ଚିନ୍ତାଧାରା କିଛି ଛାତ୍ରଛାତ୍ରୀଙ୍କ ମନରେ ଆସିବି ଯାଇଥାଏ ତେବେ ତାକୁ କାର୍ଯ୍ୟରେ ଖୁବ୍ କମ୍ ଛାତ୍ରଛାତ୍ରୀଙ୍କଠାରେ ପ୍ରତିଫଳିତ ହୋଇଥାଏ । କମ୍ ବୟସରୁ ଟଙ୍କା ପଇସାର ହିସାବ କିତାବ ରଖିବା ଏକ ଉତ୍ତମ ଅଭ୍ୟାସ ଅଟେ ଆଉ ଏହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହୋଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏଭଳି ୫ଟି କଥା ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ ଟଙ୍କା ଜମା କରିବାରେ ସହାୟକ କରିବ । ତେବେ ଆସନ୍ତୁ ଜାଣିବା ।

ନିଜର ପକେଟ୍ ମନିକୁ ଅଲଗା ଅଲଗା କାମରେ ଲଗାନ୍ତୁ

ଆପଣଙ୍କୁ ଖର୍ଚ୍ଚ କରିବା ବାବଦକୁ ଦିଆଯାଉଥିବା ଟଙ୍କାର କିଛି ଅଂଶକୁ କୌଣସି ବିଶେଷ ତଥା ଗୁରୁତ୍ୱପୂର୍ଣ୍ଣ କାମରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନିଜର ସମସ୍ତ ପକେଟ୍ ମନିକୁ ଖର୍ଚ୍ଚ କରିବା ବଦଳରେ, ଆପଣ ଏଥିରୁ କିଛି ଟଙ୍କା ସଂଚୟ ରଖି ତଥା ନିଜ ପାଇଁ ଏକ ଫଣ୍ଡ କରି ସେଥିରେ ସେଭିଂ ରଖିପାରିବେ । ତେବେ ଟଙ୍କା ସଂଚୟ କରିବା ପାଇଁ ଆପଣଙ୍କୁ ନିଜର ଅଭ୍ୟାସରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ତେଣୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ସଂଚୟ ଏବଂ ପରେ ଖର୍ଚ୍ଚ କରିବା ଅଭ୍ୟାସ ରଖିବାକୁ ପଡିବ । ଯଦି ଆପଣ ଆରମ୍ଭରୁ ହିଁ ସଂଚୟ କରିବା ଭଳି ଅଭ୍ୟାସ ରଖିବେ ତେବେ ଏହି ଅଭ୍ୟାସ ଆଗାମୀ ଦିନରେ ଆପଣଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ ।

ବ୍ୟାଙ୍କ ଆକାଉଂଟ ଖୋଲନ୍ତୁ

ନିଜର ଏକ ବ୍ୟାଙ୍କ ଆକାଉଂଟ୍ ଖୋଲନ୍ତୁ । ଦେଶରେ ଏଭଳି ଅନେକ ବ୍ୟାଙ୍କ ରହିଛି ଯେଉଁଠାରେ କି ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପୃଥକ ଭାବେ ସେଭିଂ ଆକାଉଂଟ୍ ଭଳି ବ୍ୟବସ୍ଥା ରଖାଯାଇଥାଏ ଏବଂ ଏହାର ଦେଖାରଖା ଦାୟିତ୍ୱରେ ବାପାମାଆଙ୍କୁ ରଖାଯାଇଥାଏ । କିନ୍ତୁ ଏହା ସତ୍ୱେ ବି ଏହି ବ୍ୟାଙ୍କ ଆକାଉଂଟ୍ ଆପଣଙ୍କ ନାଁରେ ହିଁ ରହିବ ।

ଖର୍ଚ୍ଚରେ ନିୟନ୍ତ୍ରଣ ରଖିବା

ବାହାରେ ଖାଇବା କିମ୍ବା ସିନେମା ଦେଖିବା କାହାର ବି ପସନ୍ଦ ନଥାଏ । ତେବେ ଖର୍ଚ୍ଚକୁ ରୋକିବା ପାଇଁ ଆପଣଙ୍କୁୁ ନିଜର ସମସ୍ତ ମଉଜ ମସ୍ତିକୁ ବନ୍ଦ କରିବା କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଅଧିକ ମଉଜ ମସ୍ତି କରିବାଦ୍ୱାରା ଆପଣଙ୍କର ସମସ୍ତ ପକେଟ୍ ମନି ଖର୍ଚ୍ଚ ବି ହୋଇପାରେ । ତେଣୁ ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ବାହାର କରି ନିଜ ଟଙ୍କାକୁ ସଂଚୟ କରି ପାରିବେ । ଯେପରିକି, ନିଜର ବନ୍ଧୁମାନଙ୍କ ସହିତ ମିଶି ଖାଦ୍ୟର ବିଲ୍ ପେମେଂଟ କରିବା, ସିନେମା ଦେଖିବା ସମୟରେ ରିଫ୍ରେସମେଂଟ୍ ପଛରେ ଅଧିକ ଟଙ୍କା ଖର୍ଚ୍ଚ ନକରିବା, ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ଇତ୍ୟାଦି ।

ପାର୍ଟ ଟାଇମ୍ ଚାକିରୀ କିମ୍ବା ଛୁଟିଦିନମାନଙ୍କରେ କାମ କରିବାକୁ ଚେଷ୍ଟା କରନ୍ତୁ

ଯଦି ଆପଣ ଆପଣଙ୍କର ପକେଟ୍ ମନିକୁ ଗୋଟିଏ ଛୁଟିରେ ବରବାଦ୍ କରିଦେଉଛନ୍ତି ତେବେ ଅନ୍ୟ ଛୁଟିରେ କୌଣସି ପାର୍ଟ ଟାଇମ ଚାକିରୀ କରିବାକୁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା କି ଆପଣ ଆପଣଙ୍କର ରୋଜଗାର ଦ୍ୱାରା ନିଜର ନିୟମିତ ଖର୍ଚ୍ଚ ଉଠାଇ ପାରିବେ । ଏଥିସହିତ ଭବିଷ୍ୟତ ପାଇଁ ମଧ୍ୟ କିଛି ଟଙ୍କା ସଂଚୟ କରିପାରିବେ । ଯଦି ଆପଣଙ୍କୁ ନିଜ ପାଠପଢା ସମୟରେ କିଛି ଫାଙ୍କା ସମୟ ମିଳୁଛି ତେବେ ଆପଣ ତାହାର ବ୍ୟବହାର ଟଙ୍କା ରୋଜଗାର ଉପରେ ବି କରିପାରିବେ । କିନ୍ତୁ ଏକଥା ମଧ୍ୟ ଜରୁରୀ ଅଟେ କି, ଆପଣ ଯେଉଁ କାମ କରିବାକୁ ସ୍ଥିର କରିଛନ୍ତି ତାହା ଆପଣଙ୍କ ପାଠପଢା ଉପରେ ଯେପରି କୌଣସି ପ୍ରକାରର ପ୍ରଭାବ ପକାଉନଥିବ ।

ସଂଚୟ କରିଥିବା ଟଙ୍କାକୁ କେଉଁଠାରେ ନିବେଶ କରିପାରିବେ

କୁମ୍ଫିରେ ଟଙ୍କା ସଂଚୟ ରଖିବା ବଦଳରେ ଆପଣ ଏହି ଟଙ୍କାକୁ କୌଣସି ବ୍ୟାଙ୍କରେ ରିକ୍ୟୁରିଂ ଡିପୋଡିଟ୍ କରିପାରିବେ । କିମ୍ବା ନିଜ ବାପାମାଆଙ୍କ ନାଁରେ ମ୍ୟୁଚ୍ୟୁଆଲ୍ ଫଣ୍ଡ କରି ମଧ୍ୟ ସଂଚୟ କରିପାରିବେ । ଏହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମଧ୍ୟ ମିଳିବ । ରିକ୍ୟୁରିଂ ଡିପୋଜିଟ୍ ଏବଂ ମ୍ୟୁଚ୍ୟୁଆଲ୍ ଫଣ୍ଡରେ ଟଙ୍କା ନିବେଶ କରିବା ଦ୍ୱାରା ନିୟମିତ ରୂପରେ ଆପଣଙ୍କୁ ଏକ ନିର୍ଦ୍ଧାରିତ ତାରିଖରେ ଟଙ୍କା ଜମା କରିବା କିମ୍ବା ନିବେଶ କରିବାର ପ୍ରେରଣା ମିଳିବ ।