ରେଲୱେ ଚାକିରି ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର: ବଦଳିଲା ପରୀକ୍ଷାର ସଂପୂର୍ଣ୍ଣ ଢାଂଚା । ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ନିୟମ ଜାରି କଲା ରେଳ ମନ୍ତ୍ରାଳୟ

158

ରେଳ ବିଭାଗରେ ୯୦ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ନେଇ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଲକ୍ଷାଧିକ ଆଶାୟୀପ୍ରାର୍ଥୀ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଯଦି ଆପଣ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି ତେବେ ଏହାର ପରୀକ୍ଷା ଢାଂଚା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

• ରେଳ ବିଭାଗରେ ସବୁଠାରୁ ଅଧିକ ନିଯୁକ୍ତି ତଥା ପାଖାପାଖି ୬୩ ହଜାର ପଦ ଗ୍ରୁପ ଡି ଶ୍ରେଣୀ ପାଇଁ ରହିଛି । ଯେଉଁଥିରେ କମ୍ପ୍ୟୁଟର ସଂପର୍କିତ ପରୀକ୍ଷା ଏବଂ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆଧାରରେ ଚୟନ କରାଯିବ । ତେବେ କମ୍ପ୍ୟୁଟର ଜନିତ ପରୀକ୍ଷାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ।

• ଏଥିରେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସ(୨୦ ନମ୍ବର), ସାଧାରଣ ବିଜ୍ଞାନ(୩୦ ନମ୍ବର), ଗଣିତ (୨୫ ନମ୍ବର) ଏବଂ ରିଜନିଂ(୨୫ ନମ୍ବର )ର ପ୍ରଶ୍ନ ରହିବ । ଅର୍ଥାତ୍ ୧୦୦ନମ୍ବର ପାଇଁ ମୋଟ୍ ୧୦୦ଟି ପ୍ରଶ୍ନ ରହିବ ।

• ପରୀକ୍ଷା କରିବା ପାଇଁ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସର ୫୦ଟି ପ୍ରଶ୍ନ ମାତ୍ର ୨୫ରୁ ୩୦ ମିନିଟ୍ ମଧ୍ୟରେ ଆପଣ ଦେବାକୁ ଚେଷ୍ଟା କରିବେ । ଏଥିରେ ଗଣିତ ଏବଂ ରିଜନିଂର ୫୦ଟି ପ୍ରଶ୍ନ ପାଇଁ ପାଖାପାଖି ୬୦ରୁ ୬୫ ମିନିଟ୍ ପର୍ୟ୍ୟନ୍ତ ସମୟ ଆପଣଙ୍କୁ ମିଳିପାରେ ।

• ସେହିପରି ଗଣିତ ଏବଂ ରିଜନିଂର ସମସ୍ତ ୫୦ଟି ପ୍ରଶ୍ନର ଉତ୍ତର ଦେବା ସମୟରେ ଚେଷ୍ଟା କରିବେକି ନିର୍ଭୁଲ ଉତ୍ତର ଦେବାକୁ । ସାଧାରଣ ଜ୍ଞାନରେ ଇତିହାସ, ରାଜନୀତି, ଖେଳ, ଶାସନ ବ୍ୟବସ୍ଥା, ଅର୍ଥନୀତି ସଂପର୍କିତ ପ୍ରଶ୍ନ ସାମିଲ ରହିଛି । ସାଧାରଣ ବିଜ୍ଞାନରେ ଜିଓଗ୍ରାଫି ଏବଂ ସାଧାରଣ ବିଜ୍ଞାନ ସଂବର୍ଧିତ ପ୍ରଶ୍ନ ରହିଛି ।

କରେଂଟ ଆଫେୟାର୍ସର ସମସ୍ତ ପ୍ରଶ୍ନ ପ୍ରତିଦିନ ଘଟୁଥିବା ଘଟଣାବଳୀରୁ ହିଁ ପଚରାଯିବ। ଏଥିପାଇଁ ପ୍ରତିଦିନ ଦୁଇରୁ ତିନିଟି ଲେଖାଏଁ ଖବରକାଗଜ ଏବଂ ପ୍ରତିଟି ଖବର ସହିତ ଅପଡେଟ ରହିବାକୁ ଚେଷ୍ଟା କରନ୍ତୁ ।