ଏୟାରସେଲ ନମ୍ବରକୁ ଅନ୍ୟ କୌଣସି ନେଟୱର୍କକୁ ପୋର୍ଟ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ତରକା . . .

90

ରିଲାଏନ୍ସ ଜିଓ ବଜାରକୁ ଆସିବା ପରଠାରୁ ଯଦିଓ ଟେଲିକମ ଜଗତରେ ପ୍ରତିସ୍ପର୍ଦ୍ଧା ବୃଦ୍ଧି ପାଇଛି ହେଲେ ଅନ୍ୟ ବଡ ବଡ ଟେଲିକମ କଂପାନୀମାନଙ୍କର ସ୍ଥିତି ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ପହଂଚିଛି । ଯାହାଦ୍ୱାରା ଗୋଟିଏ ପରେ ଗୋଟିଏ କଂପାନୀ ଏବେ ବନ୍ଦ ହେବାକୁ ବସିଲାଣି । ଇତି ମଧ୍ୟରେ ଟେଲିକମ କଂପାନୀ ଏୟାରସେଲର ସର୍ଭିସ କେତେକାଂଚଳରେ ବନ୍ଦ ହୋଇପଡିଛି । କଂପାନୀ ପକ୍ଷରୁ ଯେତେବି ଆଶ୍ୱସ୍ତି ମିଳୁଥିବା ସତ୍ୱେ ବି ଗ୍ରାହକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ଏପରିକି ବିକଳରେ ଲୋକେ କଂପାନୀର ନମ୍ବରକୁ ଅନ୍ୟ ନେଟୱର୍କକୁ ପୋର୍ଟ ମଧ୍ୟ କରି ଦେଲେଣି । ଯଦି ଆପଣ ଆପଣଙ୍କର ଏୟାରସେଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା କିଛି ଷ୍ଟେପକୁ ଫଲୋ କରି ଅତି ସହଜରେ ନିଜର ନମ୍ବରକୁ ଅନ୍ୟ ନେଟୱର୍କକୁ ପରିବର୍ତ୍ତନ କରିପାରିବେ । ତେବେ ଆସନ୍ତୁ ଜାଣିବା . . .

ସର୍ବପ୍ରଥମେ ଆମେ ଏଠାରେ ଏୟାରଟେଲ ନେଟୱର୍କକୁ କିଭଳି ଆପଣ ଆପଣଙ୍କର ଏୟାରସେଲ ନମ୍ବରକୁ ପୋର୍ଟ କରିବେ ସେସଂପର୍କରେ ଜଣାଇବୁ ।

ପ୍ରିପେଡ୍ ଗ୍ରାହକ କିପରି କରିବେ ନିଜ ନମ୍ବରକୁ ପୋର୍ଟ

• ସର୍ବ ପ୍ରଥମେ ଆପଣ ଆପଣଙ୍କର ମୋବାଇଲର ମେସେଜ ବକ୍ସକୁ ଯାଇ ତାକୁ ଓପନ କରନ୍ତୁ ଏବଂ ଏଠାରେ PORT ଟାଇପ୍ କରନ୍ତୁ ।

• ଏହାପରେ ସ୍ପେସ୍ ଦେଇ ଆପଣଙ୍କର ୧୦ ଡିଜିଟ୍ ବିଶିଷ୍ଟ ମୋବାଇଲ ନମ୍ବରକୁ ଟାଇପ୍ କରନ୍ତୁ । ଉଦାହରଣ ସ୍ୱରୂପ, ଧରି ନିଅନ୍ତୁ ଆପଣଙ୍କର ମୋବାଇଲ ନମ୍ବର 78XXXXX890 , ତାକୁ ଆପଣ PORT 78XXXXX890 ଲେଖି ୧୯୦୦ ନମ୍ବରକୁ ପଠାଇ ଦିଅନ୍ତୁ ।

• ଏହାପରେ କନଫର୍ମ ହେବାପାଇଁ ଆପଣ ଆପଣଙ୍କର ନମ୍ବର ବନ୍ଦ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ତାକୁ କନଫର୍ମ କରିନ୍ତୁ । ଏଭଳି କରିବା ପରେ କିଛି ସମୟ ପରେ ଆପଣଙ୍କର ନମ୍ବରକୁ ଏକ ୟୁପିସି କୋଡ ଆସିବ ।

• ଯଦି ଆପଣ ଆପଣଙ୍କର ପ୍ରିପେଡ୍ ଏୟାରସେଲ ସିମକୁ ଏୟାରଟେଲ କରିବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ଏୟାରଟେଲ ଷ୍ଟୋରକୁ ଯାଇ ଆଧାର ନମ୍ବର ସହିତ ଆବଶ୍ୟକୀୟ ଦସ୍ତାବିଜ ଦେଇ ଆପଣଙ୍କର ନମ୍ବରକୁ ପ୍ରିପେଡ୍ କରିପାରିବେ ।

• ଏଥିସହିତ ମୋବାଇଲକୁ ଆସିଥିବା ୟୁପିସି କୋଡକୁ ମଧ୍ୟ ତାଙ୍କୁ ଦେବାକୁ ପଡିବ । ଏହାପରେ ଆପଣଙ୍କର ନମ୍ବର ଏୟାରଟେଲ ନେଟୱର୍କକୁ କନଭର୍ଟ ହୋଇଯିବ ।

ଏବେ ନଜର ପକାନ୍ତୁ କିପରି କରିବେ ନିଜର ପୋଷ୍ଟପେଡ୍ ନମ୍ବରକୁ ପୋର୍ଟ

• ଏଥିପାଇଁ ଆପଣଙ୍କୁ ଏୟାରଟେଲର କଷ୍ଟମର କେୟାର କିମ୍ବା ଅଫିସିଆଲ ୱେବସାଇଟକୁ ଯାଇ କଂପାନୀର ବେଷ୍ଟ ଅଫରକୁ ଚୟନ କରିବାକୁ ପଡିବ ।

• ଏହାପରେ ଏୟାରଟେଲ ତରଫରୁ ଜଣେ ପ୍ରତିନିଧି ଆପଣଙ୍କ ନିକଟକୁ ଆସିବେ ।

• ଯାହାଙ୍କୁ ଆପଣ ଆପଣଙ୍କର ଆଧାର ନମ୍ବର ଏବଂ ୟୁପିସି କୋଡକୁ ଦେବାକୁ ପଡିବ । ଏଭଳି କରିବା ପରେ ସେ ଆପଣଙ୍କୁ ଏୟରାଟେଲର ଏକ ନୂଆ ନମ୍ବର ପ୍ରଦାନ କରିବ ।

• ହେଲେ ଏଥିପାଇଁ କିନ୍ତୁ ଆପଣଙ୍କୁ ଆମେ ପୂର୍ବରୁ ଆଲୋଚନା କରିଥିବା ଷ୍ଟେପକୁ ଫଲୋ କରିବାକୁ ହେବ । ଏପରି କରିବାର ମାତ୍ର କିଛି ସମୟ ପରେ ଆପଣଙ୍କର ଏୟାରସେଲ ନମ୍ବରଟି ଆପଣା ଛାଏ ବନ୍ଦ ହୋଇଯିବ ଏବଂ ସେହି ନମ୍ବରରେ ଆପଣ ଏୟାରଟେଲ ନେଟୱର୍କ ବ୍ୟବହାର କରିପାରିବେ ।

ଏୟାରସେଲ ନମ୍ବରକୁ କିପରି କରିବେ ବିଏସଏନ ନେଟୱର୍କକୁ କନଭର୍ଟ

• ସର୍ବପ୍ରଥମେ ଆପଣଙ୍କର ଏୟାରସେଲ ନମ୍ବରରୁ ୯୮୪୧୦୧୨୩୪୫ କିମ୍ବା ୯୮୪୨୦୧୨୩୪୫ ଡାଏଲ କରନ୍ତୁ ।

• ଏହାପରେ ଏଠାରେ ଦର୍ଶାଯାଇଥିବା ଭାଷାକୁ ଚୟନ କରନ୍ତୁ ।

• ଏହାପରେ ଏୟାରସେଲ କଷ୍ଟରକୁ ସିଲେକ୍ଟ କରନ୍ତୁ ।

• ଏହାପରେ ଏଠାରେ ଆପଣ ଆପଣଙ୍କର ଏୟାରସେଲ ମୋବାଇଲ ନମ୍ବରକୁ ଏଂଟର କରନ୍ତୁ ।

• ଏଭଳି କରିବା ପରେ ଆପଣଙ୍କ ନିକଟକୁ ଏକ ୟୁପିସି କୋଡ ଆସିବ । ଏହାପରେ ଆପଣଙ୍କର ଏୟାରସେଲ ନମ୍ବରର ଶେଷ ୫ଟି ନମ୍ବରକୁ ଏଠାରେ ଏଂଟର କରନ୍ତୁ । ଆଉ ମୋବାଇଲକୁ ଆସିଛିବା ଏହି ୟୁପିସି କୋଡକୁ ନୋଟ୍ କରିବାକୁ ହେବ ।

• ଏହି ଷ୍ଟେପ୍ ସଂପୂର୍ଣ୍ଣ ହେବା ପରେ ଆପଣ ନିକଟସ୍ଥ ବିଏସଏନଏଲ ଶାଖାକୁ ଯାଇ, ସେଠାରେ ଏହି କୋଡକୁ ଦେଇ ଏୟାରସେଲ ନମ୍ବରକୁ ବିଏସଏନରେ ପୋର୍ଟ କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଚଳିବ ବର୍ଷ ଜାନୁଆରୀ ଶେଷବେଳକୁ ପ୍ରାୟତଃ ୬ଟି ରାଜ୍ୟ ତଥା ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ୱେଷ୍ଟ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନିଜର ସେବାକୁ ବନ୍ଦ କରିସାରିଛି । ବଡକଥା ହେଲା ଏହାର ପ୍ରଭାବ ଏବେ ଓଡିଶାରେ ମଧ୍ୟ ପରିଲକ୍ଷୀତ ହୋଇଛି । ଅଧିକାଂଶ ଅଂଚଳରେ ଏୟାରସେଲର ନେଟୱର୍କ ଆଦୌ ଆସୁନାହିଁ ତ ପୁଣି କେଉଁଠି ସିଗନାଲ ଦୁର୍ବଳ ରହୁଛି । ସେପଟେ, ଟ୍ରାଇ ନିଷ୍ପତି ଆଧାରରେ ଉକ୍ତ ସମୟ ସୀମା ମଧ୍ୟରେ ସମସ୍ତ ୟୁଜର୍ସ ନିଜ ନିଜର ନମ୍ବରକୁ ପୋର୍ଟେବୁଲ କରିବାକୁ ନିଦ୍ଦେଶ ମଧ୍ୟ ଦିଆଯାଇସାରିଛି । ଏଥିସହିତ ଟ୍ରାଇ କଂପାନୀକୁ ମଧ୍ୟ ନିଜର ଗ୍ରାହକମାନଙ୍କୁ ଏଥିରେ ସହଯୋଗ କରିବାକୁ ନିଦ୍ଦେଶ ଦେଇଛି ।